ଲେଖିବି ଲେଖିବି ଭାବିଥିଲି ସିନା ଅଧୁରା ରହିଲା ଗପ
ନାୟକ ସାଜିଲା ଖଳନାୟକ ସେ ସଂପର୍କ ହୋଇଲା ଶାପ ।
କଲମର ଗାର ଶୁଖିଗଲା ସତେ ମନ ହେଲା ମରୀଚିକା
ଜହ୍ନର ହସରେ କିଏ ଭରି ଦେଲା ଏତେ ବିଷ ବିଭୀଷିକା?
ସେଇ ବିଷ ପିଇ କବି ବନି ଗଲି ପ୍ରେମର କାଳିମା ଶିରେ
ସ୍ମୃତି ଶାମୁକାରେ ମୁକୁତା ପାଇଲି ସାଗର ବାଲୁକା ତୀରେ ।
ପଦପଦ ଯୋଡ଼ି ଲେଖି ଦେଲି ଯେଉଁ ପ୍ରେମର କାବ୍ୟିକ ଧାରା
ଯୁଗ ଯୁଗ ଧରି ସମୟ ଗାଇବ କବିତା ପ୍ରଣୟ ଭରା ।
– ଆଶୁତୋଷ ମେହେର
Comments

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।