ନୀରବତା କେବେ
ଅକୁହା କଥା
ଅଶାନ୍ତ ମନର ଜୁଆର ଭଟ୍ଟା
କେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ରାସ୍ତା
ନୀରବତା କେବେ
ପ୍ରତିବାଦର ସ୍ୱର
କେବେ ସମ୍ମତିର ଲକ୍ଷଣ
ନୀରବତା ପଛେ ଲୁଚି ଥାଏ
ଆଶାନ୍ତ ମନର କୋହ ଭରା ହୃଦୟ
କେବେ କ୍ରୋଧ
କେବେ ଅଭିମାନ
କେବେ ମରିଯାଇଥିବା ଆଶା
କେବେ ହଜି ଯାଇଥିବା ବିଶ୍ୱାସ
ନୀରବତା ଏକ ଭାବନା
କାହାପାଇଁ ଅନ୍ତର୍ଦ୍ୱନ୍ଦ
କାହାପାଇଁ ଆତ୍ମ ସମୀକ୍ଷା
କେହି କହିଥିବା କଥାର
ମନରେ ଆନ୍ଦୋଳନ
ନୀରବତାର ପରିଣତି
କିଏ ବୁଝିପାରେ
ତ କିଏ ଯାଏ ଦୂରେଇ
କିଏ ବୁଝିପାରେ
ନୀରବତାର ଶବ୍ଦ ଓ ପ୍ରତିଧ୍ୱନି ।
– ସୁଜାତା ଦାଶ
Comments

ସୁଜାତା ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।