ମା’ ପାଇଁ କବିତା

Odia Poem Ma Pain Kabita (ମା' ପାଇଁ କବିତା) by Nirmal Sahu

ତୋ’ର ଛବି ଉଙ୍କିମାରେ
ଏହି ଜୀବନେ ପଥେ
ମନଲୋଭା ବାତ୍ସଲ୍ୟର ମୋହ
ସୁମଧୁର କରତାଳ ସହ ।

ଭଲ ପାଇବାର ସେ ଆତ୍ମୀୟତା
ପଣତେ ତା’ର ସ୍ୱପ୍ନଭିଜା ରଙ୍ଗୀନ ଫଗୁଣ
ଆଖିରେ ରହିଛି ତା’ର ଅନନ୍ତ ଇସାରା
ମୋହରେ ବାନ୍ଧି ହୋଇଛି ତ୍ରିବେଣୀ ମୁହାଣ ।

ପରିବାରକୁ ନିଜ ସ୍ୱପ୍ନ ଦେଇ
ସମ୍ଭାଳିଛି ନକରି ବେଳ-ଅବେଳ
କରିନି ବାହାନା ବଞ୍ଚିବାର ସଂଘର୍ଷ ନେଇ
ରହିଛି ଆମ ସହ ଚିର ତିଳ ଜଞ୍ଜାଳ ସହ ।

ଆଗରେ ଜୀବନର ଅନେକ ପଥ
ମା’ର କୋଳକୁ ଡେଣା କରି
ଉଡ଼ିଯିବି ମୁଁ କୋମଳ ପକ୍ଷୀ
ଅନାୟାସରେ କରିବି ସମ୍ରାଜ୍ୟେ ଭ୍ରମଣ ।

ଆଜି ବି ତା’ର ସେଇ ନିଆରା ଛୁଆଁ
ଦେହେ ଆଣି ଦିଏ ନୂତନ ସଞ୍ଚାର
ସତେ କି ସେ ଅଟେ ଯାଦୁଗରୀ କିଆଁ
ତା’ କୋମଳ ହାତର ସ୍ପର୍ଶ କରିଦିଏ ମନମୁଗ୍ଧ ।

– ନିର୍ମଳ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply