କର୍ମ ଛୋଟ ନୁହେଁ କି ବଡ଼ ନୁହେଁ

କର୍ମ ଛୋଟ ନୁହେଁ କି ବଡ଼ ନୁହେଁ

ସୁଦୂର ପ୍ରସାରୀ ଅଞ୍ଚଳର ଏକ ଗାଁ । ଗାଁ’ର ନାମ ମୁକୁନ୍ଦପୁର । ଗାଁରେ ରହୁଥିଲେ ଭାସ୍କର ବାବୁ । ଭାସ୍କର ବାବୁଙ୍କର ଗୋଟେ ବୋଲି ପୁଅ ଥିଲା, ରମେଶ । ଭାସ୍କର ବାବୁ ସବୁବେଳେ ତା ପାଇଁ ଚିନ୍ତିତ ରହୁଥିଲେ, କାରଣ ତାଙ୍କର ପୁଅ କିଛି କର୍ମ ଧନ୍ଦା କରୁନଥିଲା । ସେ ଯେଉଁ କାମ ବି କରେ, କିଛି ଦିନ ପରେ ସେ ସବୁରେ ତା’ର ମନ ଲାଗେନି । ତେଣୁ ସେ କୌଣସି କାମରେ ତିଷ୍ଠି ରହିପାରେ ନାହିଁ । ଏମିତିରେ ସେ ଛୋଟବେଳୁ ସବୁବେଳେ ଦୁଷ୍ଟ ହେଉଥିଲା, ତେଣୁ ପାଠ ବି ଭଲ ଦି ଅକ୍ଷର ପଢ଼ିନାହିଁ । ପାଠ ଭଲ ପଢ଼ିଥିଲେ ସିନା ଭଲ ଚାକିରୀଟିଏ କରିପାରିଥାନ୍ତି । ସମୟ ତ’ କାହାକୁ ଅପେକ୍ଷା କରେ ନାହିଁ, ତା’ର ଚକ ଆଗକୁ ଆଗକୁ ଗଡ଼ିଚାଲେ । ଦେଖୁ ଦେଖୁ ରେମେଶର ବିବାହ ବୟସ ମଧ୍ୟ ହେଇଗଲା । ଏଥର ଭାସ୍କର ବାବୁ ଭାବିଲେ ପୁଅକୁ ବାହା କରେଇଦେଲେ ହୁଏତ ସେ ତା’ର ସ୍ତ୍ରୀ କଥାରେ କୌଣସି ନିର୍ଦ୍ଧିଷ୍ଟ କାମରେ ମନଯୋଗ ଦେବ । ମାତ୍ର ପୁଅ ବେକାରି ଆଉ ମୂର୍ଖ ହୋଇଥିବାରୁ କେହି କନ୍ୟା ଦେଇବାକୁ ରାଜି ହେଲେ ନାହିଁ । ବାପାର ଯେତେ ଭଲ ରୋଜଗାର ଥିଲେ ମଧ୍ୟ କେହି ଜଣେ ବେରୋଜଗାରିଆ ହାତରେ କାହାର ଝିଅକୁ ଟେକି ଦେଇ ପାରିବନି ।

ତେଣୁ ଭାସ୍କର ବାବୁ ବାଧ୍ୟ ହୋଇ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କୁ ଏ ବିଷୟରେ ଜଣାଇଲେ । ସ୍ୱପ୍ନ ଥିଲା ପୁଅଟିକୁ ରୋଜଗାରିଆ କରିଇଦେଇ ହାତରୁ ଦି’ହାତ କରିଦେଲେ ତାଙ୍କର ଚିନ୍ତା ଯିବ, ମାତ୍ର ପୁଅ କୂଳରେ ଲାଗିପାରିଲା ନାହିଁ । ତେଣୁ ତାକୁ ବିବାହ କରିବା ଆଗରୁ ପ୍ରଥମେ ରୋଜଗାରିଆ କରେଇବାକୁ ହେବ ବୋଲି ତାଙ୍କର ବନ୍ଧୁ ଉପଦେଶ ଦେଲେ ଏବଂ ସେ ରମେଶକୁ ବୁଝାଇ ଦେବେ ବୋଲି ପ୍ରତିଶୃତି ଦେଲେ । ସେ ଦିନେ ରମେଶକୁ ନିଜର ଘରକୁ ଡାକିଲେ ଏବଂ ତାକୁ ସବୁ କଥା ବୁଝାଇଲେ । ରମେଶକୁ ପସନ୍ଦ ଥିବା କାର୍ଯ୍ୟ କରିବାକୁ ତା’କୁ ଉପଦେଶ ଦେଲେ । ଏବେ ରମେଶର ଚାଲିଚଳନରେ ପରିବର୍ତ୍ତନ ଦେଖାଗଲା । ସେ ଏକ କପଡ଼ା ସଫା କରିବା ବ୍ୟବସାୟ ଆରମ୍ଭ କଲା । ଏବେ ତା’ ଉପରେ କାହାର ହୁକୁମ ନ ଥିଲା, ତେଣୁ ସେ ଏହି କାମରେ ମନଯୋଗ ଦେଲା । ଧୀରେ ଧୀରେ ରମେଶର ବ୍ୟବସାୟ ବଢ଼ିବାରେ ଲାଗିଲା । ବ୍ୟବସାୟ ବଢ଼ିବା ସ‌ହ ତା’ର ରୋଜଗାର ମଧ୍ୟ ବଢ଼ିଲା, ସେ ଆଉ ବେରୋଜଗାର ହୋଇ ରହିଲାନି । ଏହା ଦେଖି ଭାସ୍କରବାବୁ ବ‌ହୁତ ଖୁସି ହେଲେ । ରମେଶର ରୋଜଗାର ଭଲ ହେବା ଫଳରେ ଏବେ ଭଲ ଭଲ ବିବାହ ପ୍ରସ୍ତାବ ଆସିବାରେ ଲାଗିଲା । ଶେଷରେ ଗୋଟିଏ ଜାଗାରେ ତା’ର ବିବାହ ସ୍ଥିର ହେଲା । ମାତ୍ର ଯେତେବେଳେ ଝିଅଘର ଲୋକ ଜାଣିଲେ ତା’ର ଲୁଗସଫା କରିବା ବେପାର ଅଛି, ତେଣୁ ସେମାନେ ତା’ର କାମ ବଦଳେଇବାକୁ ପ୍ରସ୍ତାବ ଦେଲେ । ଏହି କଥା ଶୁଣି ଭାସ୍କର ବାବୁ ବଡ଼ ଦ୍ୱିଧାରେ ପଡ଼ିଲେ ଆଉ ପୁଣିଥରେ ତାଙ୍କର ସେ ବନ୍ଧୁଙ୍କ ପାଖକୁ ଏହି ସମସ୍ୟା ନେଇ ଗଲେ ।

ଦୁନିଆରେ ଅନେକ ଲୋକ ବିଭିନ୍ନ ପ୍ରକାରର କର୍ମ କର ଅର୍ଥ ଉପାର୍ଜନ କରନ୍ତି । କିନ୍ତୁ ନିଜର ପସନ୍ଦ ଅନୁସାରେ କାମ କରି ଖୁସିରେ ଥିବା ଲୋକ ବ‌ହୁତ କମ୍ ମିଳନ୍ତି । ତେଣୁ ରମେଶ ସେହି ବେପାରରେ ହିଁ ମନଯୋଗ ଦେବାକୁ ଉପଦେଶ ଦେଲେ ବନ୍ଧୁ ଜଣକ ଏବଂ ତା’ର କାମକୁ ସମ୍ମାନ ଜଣାଉଥିବା ପରିବାରର ଝିଅ ସ‌ହ ତା’ର ବିବାହ ଠିକ୍ କରାଇଦେବେ ବୋଲି ପ୍ରତିଶୃତି ଦେଲେ । କୌଣସି ବି କର୍ମ ଛୋଟ ହୋଇ ନ ଥାଏ, ନିଜର ମନ‌କୁ ସୁଖ ଦେଉଥିବା ଛୋଟିଆ କାମଟିଏ ବି ସର୍ବଶ୍ରେଷ୍ଠ ସାବ୍ୟସ୍ତ ହୋଇଥାଏ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...