ଶୀତ ପରେ ଯେବେ ଆସେ ବସନ୍ତ
ଆନନ୍ଦରେ ଧରଣୀ ପାଗଳିନୀ ହୁଏ
ହୁଏ ତା’ର ବୁକୁ ଉଲ୍ଲସିତ ।
ସରଳ କିଶୋରୀ ମନରେ ଯେତେବେଳେ ଦେଖାଦିଏ କଅଁଳ ଯୌବନ
ସେ ବୁଝିପାରେ ସବୁ କଥାର ଅର୍ଥ
ବୁଝିପାରେ ସବୁରି ଇଙ୍ଗିତ ।
ମୁଁ ଯେତେବେଳେ ପହଞ୍ଚିଲି ଯୌବନର ପାଦଦେଶରେ
ସବୁ ଖାଲି ଲାଗୁଥିଲା ନୂଆ ନୂଆ
ସବୁତ ରଙ୍ଗୀନ ।
ବର୍ଷାର ଆଗମନେ କେକୀ ଯେହ୍ନେ ହୁଏ ଆତ୍ମହରା
ସବୁଠାରୁ ଲାଗୁଥିଲା ଭଲ
ଅତୀବ ତମର ସେ ଚୋରା ଚୋରା ଚାହାଣୀ
ଆଉ ତମ ପ୍ରୀତିର ଇଶାରା,
ସେତେବେଳେ ଦୁନିଆର ସବୁକିଛି ଭଲଲାଗେ
ଯେତେବେଳେ ଏ ଦେହରେ ଏ ମନରେ
ଥିରି ଥିରି ପାଦ ଚାପି ଆସେ ଯୌବନ
ତା’ର ରଙ୍ଗର ରୋଷଣୀ ଜାଳି
ଦେଇଯାଏ ପ୍ରେମର ଇଙ୍ଗୀତ ।
– ଭାରତୀ ସାହୁ
Comments
ଭାରତୀ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।