ହେ ଭଗବାନ !

He Bhagaban

ହେ ଭଗବାନ ! କେଉଁଠି ତୁମେ? ସମାଜ ସଙ୍କଟରେ, ସଂସାର ବିନାଶ ପଥେ, ବିଶ୍ୱ ବିପଦର ଅର୍ଗଳିରେ । ମଣିଷ ଖୋଳିଚାଲିଛି ମଣିଷ ପାଇଁ ଗଡ଼ତା । କାହିଁକି ଏମିତି? କେତେଦିନ ଆଉ ଏମିତି ଚାଲିଥିବ ମଣିଷର ନାରକୀୟ ଖେଳ? କୁତ୍ସିତ କଦର୍ଯ୍ୟ ଅବ୍ୟାହତ କର୍ମ? ସାଧୁବେଶରେ ଅସାଧୁତା, ଆଚାର ଛଳରେ ବ୍ୟଭିଚାର, କାର୍ଯ୍ୟ ନାଆଁରେ ଅକାର୍ଯ୍ୟ, ମଣିଷ ପାଇଁ ଏକ ନିତିଦିନିଆ ଖେଳେ ହେଇଗଲାଣି । ପ୍ରକୃତ ସାଧୁ ମୃତ୍ୟୁ ଅପମୃତ୍ୟୁର ଶୀକାର ହେଉଥିବା ବେଳେ ଅସାଧୁ ସୁଖସ୍ୱପ୍ନରେ ବିଭୋର ପିଇଚାଲିଛି କାମନାକମଳର ମଧୁ । ତୁମ ବେଶ ପରୀପାଟିରେ ଅର୍ଥବଳ, ଧର୍ମଭୟ ଦେଖାଇ ମଣିଷ ଲୁଟି ଚାଲିଛି ବିଶ୍ୱର ସଂସ୍କୃତି, ସଭ୍ୟତା, ମାନବିକତା ଆଉ ସରଳତାକୁ । ଓଧ ପଛରେ ଭୁଆଁ ବିଲେଇ ବାଇ ପରି ଆଦରିବାରେ ଲାଗିଛି ବିଦେଶୀ ପରୀପାଟିକୁ, ସେମାନଙ୍କ ସଂସ୍କୃତି ସଭ୍ୟତାକୁ । ନିଜର ଧନ, ମାନ, ଇଜ୍ଜତ, ମହତ, ଅମାନତ ବନ୍ଧା ପକେଇ ଦେଲାଣି କଲି ଭଗବାନଙ୍କ ଚରଣକମଳରେ । ମାଆ, ମାଉସୀ, ଭଉଣୀ, କୂଳଭୂଆଷୁଣୀ, କୁଆଁରୀ, କିଶୋରୀ, ଯୁବତୀମାନଙ୍କ ଆତ୍ମସମ୍ମାନ ସବୁକୁ ବନେଇ ଦେଲେଣି ହାଟ ବଜାରର ଶସ୍ତା ସଉଦା । ଏବେ ନିକଟରେ, ଏମିତି କେତେ ଦେବତାରୂପୀ ମଣିଷମାନଙ୍କର ପର୍ଦ୍ଦାଫାଶ କାହାକୁ ଅଜଣା ଅଛିକି? କରାଣ୍ଡି ଗୁନ୍ଥି ଶେଉଳ ଧରିବା, ଆମ୍ବ ଅମ୍ବଡ଼ା ଚଖେଇ ମଧୁ ଲୁଟି ନେବା, ସାଧାରଣଙ୍କ ଆଖିରେ ଶୁଖୁଆକଣ୍ଟା ଫୋଡ଼ି ତାଙ୍କ ଜ୍ୟୋତି ହରିନେବା ଆଦି ଘଟଣା ସବୁ ଆଜି ଓଡ଼ିଶାର ଘରେ ଘରେ ହଳ ପକାଇଛି । ଏବେ ନିକଟରେ ଆଖିଦେଖା କଥାକୁ କିଏ ବା ଅସ୍ୱୀକାର କରିବ କେମିତି? କୁରାଢ଼ୀ ହେଉ କି କଟୁରୀ, କୋଦାଳ, କୋଡ଼ି, ଦାଆ, ଛୁରୀ, ବିନା ବେଣ୍ଟରେ ଏସବୁ ସଶକ୍ତ ନୁହନ୍ତି । ଏସବୁ ସେବେ ସଶକ୍ତ ହେବେ, ବିଶାଳ, ମହାବିଶାଳ ଦ୍ରୁମକୁ ଧରାଶାୟୀ କରିବାକୁ ସକ୍ଷମ ହେବେ ଯେବେ ସେଇ ଦ୍ରୁମର କାଠ ବେଣ୍ଟ ହୋଇ ଲାଗିଯିବ ତାଙ୍କଠି ।

କାହାଣୀଟିଏ । ଦିନେ ଜଣେ ଛୁଆ କାଠୁରିଆ କାଠ କାଟିବା ପାଇଁ ଜଙ୍ଗଲକୁ ଗଲା । ଗଛରେ ଚୋଟ ମାରିମାରି ବେଦମ ହେଲା, ହେଲେ ଗଛର ଟିକିଏ ବି ଆଂଶୁ ମଉଳିଲା ନାହିଁ । ଥକାମାରି ଗଛମୂଳେ ବସିଗଲା । ସେଇ ଗଛରେ ଦୁଇଟି ଚଢ଼େଇ କେବେଠୁ ବସାବାନ୍ଧି ରହିଆସୁଥିଲେ । କାଠୁରିଆର ବୋକାମି ଦେଖି ତାଙ୍କୁ ଭାରି ହସ ମାଡ଼ିଲା । ସେ ଦୁହିଁଙ୍କ ହସ ଶୁଣି କାଠୁରିଆ ପିଲାଟି ରାଗିଯାଇ ହିଲେ, “ମୋର ଦମ୍ ଛୁଟୁଛି, ତମକୁ ହସ ମାଡ଼ୁଛି ।” ଟେକା ଉଠାଇ ହିଲା, “ଯାଅ ପଳାଅ ଏଠୁ, ନହେଲେ ଟେକାମାରି ମାରିଦେବି ।” ଚଢ଼େଇଦୁଇଟି କିନ୍ତୁ ରାଗିଲେ ନାହିଁ । ହିଲେ, “ଆରେ ହେ ତୁଟା ଏଡ଼େ ବୋକା? ବିନା ବେଣ୍ଟରେ କୁରାଢ଼ୀ କେବେ ଗଛ କାଟେ । ତୁ ଏମିତି କେବେ କାଟିଛୁ ନା ଆଜି ନୂଆ?” କାଠୁରିଆ ପିଲାଟା ସେ ଦୁହିଁଙ୍କ କଥା କିଛି ବୁଝି ପାରି ପଚାରିଲା, “ହେ ଚଢ଼େଇ ! ତୁମେ ଯାହା ହୁଛ ତାହା କେମିତି ସମ୍ଭବ?” “ଆରେ ବୋକା ! ତୁ କେମିତିକା କାଠୁରିଆରେ, ଯାଏ ବି ତୁ ବୁଝିପାରୁନୁ କେମିତି ? ଶୁଣ, ଯେଉଁ ଗଛକୁ କାଟିବା ପାଇଁ ଯାଇ ତୁ ବିଫଳ ହେଲୁ, ସେଇ ଗଛ ହିଁ ତୋତେ ତୋ ସଫଳତା ପାଇଁ ସାହାଯ୍ୟ କରିବ ।” “ସେ କେମିତି?” କାଠୁରିଆ ପିଲାଟି ଅବୋଧତା ପ୍ରକାଶ କଲା ।

ଚଢ଼େଇ ଦୁହେଁ ତାଅବୋଧତାପଣକୁ ଦୂର କରିବାକୁ ଯାଇ ହିଲେ, “ହେ କାଠୁରିଆ ପୁଅ, କେତେ ଆଉ ତେ ଆମେ ହାତରୁ ଖାଇ ବୁଝାଇବୁ । ଥାପି ଶୁଣ, ତୋ ବାପ ଅଜା ବୁନିଆଦି ଗଛ କାଟି କାଟି ଗଲେ । ତୋ ରକ୍ତରେ ସେମାନଙ୍କ ଆଚରଣ ଭରି ରହିଛି । ହେଲେ, ତୁ ‘ “ଓଳିଆରୁ ପଡ଼ି ଗଜା“, ଜାଣି ଜାଣିପାରୁନୁ ଯଦି ଶୁଣ, ବଡ଼ପୁରୁଷ ହିଛନ୍ତି ବୋକା ସବୁବେଳେ ବୋକା । ସେଇ ବୋକା ଯେବେ ଚାଲାକ ହୁଏ, ସାରା ବିଶ୍ୱଟାକୁ ବୋକା ବନେଇ ଦିଏ । ତୁ ଗୋଟାଏ କାମ କର, ଆମର ଗଛରୁ ଡାଳଖଣ୍ଡେ କାଟି ତୋ କୁରାଢ଼ୀ ବେଣ୍ଟ ବନେଇ ଦେ । ଦେଖ ଫେରେ କେମିତି ତୋର ସେ କୁରାଢ଼ୀ ବିଶାଳରୁ ମହାବିଶାଳ ଦ୍ରୁମକୁ କ୍ଷଣକେ କାଟି ଗଡ଼େଇ ଦବ । କିନ୍ତୁ ହଁ, ଗୋଟିଏ ମନାତେ ମାନିବାକୁ ହେବ । ଏଇ ଆମ ଗଛଟାକୁ କେବେ କାଟିବୁନାହିଁ । କଉ ପୁରୁଷରୁ ଗଛଟା କିଏ ଦେଖି ନା ଜାଣିଛି? ଆମ ବାପ, ଅଜା ସବୁ ଏଇଗଛ ଭୋଗଦଖଲ କରି ମଲେ । ଏବେ ଆମ ଭୋଗଦଖଲରେ ଗଛ । ଏତିକି ହିବା ଆମର ରଖିବୁ ଯେମିତି ।”

କିନ୍ତୁ କାଠୁରିଆ କାଠୁରିଆ । ତାକାମ କାଠ କାଟିବା । ଭଷ୍ମାସୁର ପରି ସେ ପ୍ରଥମେ ସେଇ ଗଛରେ ହିଁ ନିଜର ଅସ୍ତ୍ରପରୀକ୍ଷା କରିନେଲା । ଚଢ଼େଇ ଦୁଇଟିକୁ ମାରି ପୋଡ଼ି ଖାଇଦେଲା । ଗଛ କାଟି ଗଡ଼ି କରି ସେଇ ଗଛତଳେ ଗଡ଼େଇ ଦେଇ ଚାଲିଗଲା ଅନ୍ୟ ଗଛର ସନ୍ଧାନରେ । ସତରେ, ସବୁ ମଣିଷ ଏମିତି ନା । ସୂର୍ଯ୍ୟ ନଥିବା ସକାଳ ପରି, ଅସ୍ଥି ନଥିବା କଙ୍କାଳ ପରି ମଣିଷ ବିନା ମେଘରେ ବଜ୍ରପାତ, ବିନା ଅସ୍ତ୍ରରେ ଅସ୍ତ୍ରାଘାତ କରି ସଂସାର ଆଉ ସମାଜକୁ ବିକଳାଙ୍ଗ କରିବାରେ କୌଣସି ସୁଯୋଗ ଛାଡ଼ିନି ଏଯାଏ । ଆହାର, ନିଦ୍ରା, ଭୟ, ମୈଥୁନ, ଯାହା ଯାହା ପଶୁଠାରୁ ମଣିଷକୁ ଭିନ୍ନ କରେ, ସେସବୁ ଲାଜ ଲଜ୍ୟାକୁ ଗାମୁଛା କାନିରେ ଗଣ୍ଠିବାନ୍ଧି ଦେଲାଣି ମଣିଷ । ସାଧୁତାର ଖୋଳପା ଭିତରେ ନିଜର ଅସଲ ପରିଚୟକୁ ଲୁଚାଇ ବି ଲୁଚାଇ ପାରିନି କେମିତି, ସେ ପାଇଁ ଏକ ରୋଚକ କାହାଣୀ ରହିଛି ।

କେହି ଜଣେ ପଥିକ ମାଂସ ଭକ୍ଷଣ କରୁଥିବା ଜଣେ ଦାଢ଼ୀଧାରୀ ସାଧୁଙ୍କୁ ଭେଟି ପଚାରିଲେ, “ମହାଶୟ ! ଆପଣ ମାଂସ ଭକ୍ଷଣ କରୁଛନ୍ତି !” ସାଧୁ ବିନା କ୍ରୋଧରେ ଉତ୍ତର ଦେଲେ, “ଖାଲି ମାଂସ, ମଦ୍ୟ ପାନ ବି କରୁଛି ।” ପଥିକଟିର ଆଶ୍ଚର୍ଯ୍ୟ ବଢ଼ିଗଲା । ପଚାରିଲ, “ଏଁ ମଦ ବି ଆପଣଙ୍କର ପ୍ରିୟ?” ସାଧୁ ହସି ହସି ଉତ୍ତର ଦେଲେ, “ଖାଲି ମଦ ମାଂସ, ବେଶ୍ୟାମାନଙ୍କୁ ବି ଉପଭୋଗ କରୁଛି ।” ପଥିକଟିର ଆଶ୍ଚର୍ଯ୍ୟ ଶତଗୁଣ ହୋଇଗଲା । ପଚାରିଲା, “ଆପଣ ସାଧୁ, ମାଂସ ଖାଉଛନ୍ତି, ମଦ୍ୟପାନ କରୁଛନ୍ତି, ପୁଣି ବେଶ୍ୟାସକ୍ତ ବି ଅଟନ୍ତି । ହେଲେ ବେଶ୍ୟାକୁ ସନ୍ତୁଷ୍ଟ କରିବା ନିମିତ୍ତ ଧନ ଆଣନ୍ତି କେଉଁଠୁ?” ସାଧୁ, ନିଃଶଙ୍କୋଚରେ ଉତ୍ତର ଦେଲେ, “ହେ ବନ୍ଧୁ ! ମଦ୍ୟମାଂସ ପ୍ରିୟ ବ୍ୟକ୍ତିର ଧନାଭାବ ରହିଲା କେଉଁଠି ଆଉ କିପରି? ଜୁଆ ଖେଳି, ଚୋରି କରି ପ୍ରଚୁର ଧନ ମୁଁ ଉପାର୍ଜନ କରି ଆଣେ ।” କୌତୁହଳୀ ପଥିକ ସାଧୁଙ୍କର ଅସାଧୁଭାବ ବୁଝିପାରି ମଧ୍ୟ ପୁଣି ପ୍ରଶ୍ନ କରିବାପାଇଁ ବାଧ୍ୟହୋଇ ହିଲେ, “ହେ ସାଧୁ ମାହାତ୍ମା ! ଆପଣ ଜୁଆ ଖେଳନ୍ତି, ଚୋରି ବି କରିପାରନ୍ତି ! କେମିତି ସାଧୁ?” ନିଶ୍ଚଳ, ନିର୍ବିକାର ମନରେ ସାଧୁ ଉତ୍ତର ଦେଲ, “ଆରେ ବାବା ! ନଷ୍ଟ ଲୋକର ଗତି ଆଉ କୁଆଡ଼େ?”

ହେ ଭଗବାନ ! ତୁମେ କେଉଁଠି? ମଣିଷର ଏମିତି ପ୍ରକୃତିର ବିକୃତତା ଆଉ କେତେଦିନ? ଘର, ପରିବାର, ଗାଆଁ, ହର, ସମାଜ, ଦେଶ ବିଦେଶଠୁ ନେଇ ବଣ, ଜଙ୍ଗଲ, ପାହାଡ଼, ଦୀ, ସାଗର ଯାଏ ନିଜର କ୍ଷମତା ବଢ଼େଇ ଦେଲାଣି ମଣିଷ । ଏମିତି କି ମାଆପେଟର କଅଁଳାଛୁଆ ବି ଦାଦ୍ ପଡ଼ୁନାହାନ୍ତି ତାଜରରୁ । ସିଂହ ଶିକାରୀର ପିମ୍ପୁଡ଼ି ଶିକାର ପରି ମଣିଷର ହୀନମନ୍ୟତା, ଅବିମୃଶ୍ୟକାରୀତାକୁ ଦେଖି ବୁଝିପାରୁନ?

କାହାଣୀଟିଏ ସେମିତି । ତା ଆଖି ନଥିଲା । କଣ୍ଠସ୍ୱର କିନ୍ତୁ ମଧୁର ଥିଲା । ସଙ୍ଗୀତରେ ସବୁରି ମନକୁ ବାନ୍ଧି ପାରୁଥିଲା । ଏମିତି କି ବିଷଧର ସାପ ବି ତାଗୀତରେ ଫଣା ତୋଳୁଥିଲା । ସେ ଯୁଆଡ଼େ ଯାଉଥିଲା, ଭିଡ଼ ଜମୁଥିଲା ଲେକେ ଆଦର କରୁଥିଲେ । ଅନ୍ଧବାବାବୋଲି ସଭିଏଁ ଡାକୁଥିଲେ । ଧୀରେ ଧୀରେ କାମ ବଢ଼ିଲା, ତା ନାମ ବି ବଢ଼ିଲା । ମନ୍ଦିର, ମସଜିଦ୍ ସବୁଆଡ଼େ ଖ୍ୟାତି ବଢ଼ିଲା । ପ୍ରଚୁର ଧନ ବି ମିଳିଲା ତାଙ୍କୁ । ଏତେ ରୋଜଗାର ହେଲା ଯେ, ତାଙ୍କୁ ଆଉ ଭିକ୍ଷାବୃତ୍ତି କରିବା ଦରକାର ପଡ଼ିଲା ନାହିଁ । ଧୀରେ ଧୀରେ ଧନଗଦା ଉପରେ ବସିଲେ ଅନ୍ଧବାବା । ଖାତିର୍ ବି କାହିଁରେ  ! ଏମିତି ବେଳେ ଲୋଭବି ଆସର ଜମେଇ ଦେଲା ବାବାଙ୍କ ମନରେ । ଡକାୟତମାନଙ୍କ କାନକୁ ଗଲା କଥା । ଦିନେ ସେମାନେ ବାବାଙ୍କ ଦର୍ଶନ ପାଇଁ ଆସିଗଲେ । ପ୍ରଣାମ କରି ହିଲେ, “ବାବାଜୀ ! ଆମେ ତୀର୍ଥ ଭ୍ରମଣରେ ବାହାରିଛୁ । ମନସ୍ଥ କରିଛୁ, ଆପଣଙ୍କ ଭଳି ସନ୍ଥଙ୍କ ପାଖରେ କିଛିଦିନ କଟାଇ ନେବୁ । ଆପଣ ଆମକୁ ପ୍ରତିଦିନ ଗୋଟେ ଗୋଟେ ଭଜନ ଶୁଣାଇବେ, ତା ମୂଲ୍ୟସ୍ୱରୁପ ଆମେ ପ୍ରତିଦିନ ଗୋଟେ ଗୋଟେ ସ୍ୱର୍ଣମୁଦ୍ରା ଆପଣଙ୍କୁ ଭେଟି ଦେବୁ ।” ତାହାହିଁ ହେଲା । କିଛିଦିନ ଏମିତି ନିୟମିତ ଚାଲିଲା । ଦିନେ ସବୁ ଡକାୟତ ଏକାଠି ହୋଇ ବାବାଙ୍କୁ ହିଲେ, “ହେ ମହାତ୍ମନ ! ଏବେ ଆମର ତୀର୍ଥ ଯିବାର ବେଳ ହୋଇଗଲା । ହେଲେ ଗୋଟେ ବାଧା ରହିଛି ଆମ ଯିବା ରାସ୍ତାରେ ।” ବାବା ଉତ୍ତର ଦେଲ, “ ସେ ବାଧା କୁହ, ତାହା ଯଦି ମୋ ଦ୍ୱାରା ଦୂରୀଭୂତ ହୋଇପାରେ ଚେଷ୍ଟା କରିବି ।” “ହେ ମହାସନ୍ଥ ! ପଣ କରିଥିଲୁ ପ୍ରତିଦିନ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣମୁଦ୍ରା ଭଜନ ଶୁଣି ଆମେ ଆପଣଙ୍କୁ ଦେବୁ । କିନ୍ତୁ ଏବେ ସେ ପଣ ଭାଙ୍ଗିଯାଉଛି । ତୀର୍ଥ ଯିବା ବାଟରେ, କେଉଁଠୁ ମିଳିବେ ଆଉ ଆପଣ ଆମକୁ?” ସେଇ ହିଁ ବାଧା ଆମପାଇଁ ।” ଅନ୍ଧବାବା ବି ଲୋଭାଗ୍ରସ୍ତ ହୋଇପଡ଼ିଥିଲେ । ତାଙ୍କର ବି ସ୍ୱର୍ଣ୍ଣମୁଦ୍ରା ପ୍ରତି ଲୋଲୁପତା ବଢ଼ିଯାଇଥିଲା । ସେମାନଙ୍କ ହିତ ଯିବା ପାଇଁ ସେ ସମ୍ମତି ଦେଇଦେଲେ ।

ଯଥା ସମୟରେ ସମସ୍ତେ ତୀର୍ଥକୁ ବାହାରି ପଡ଼ିଲେ । ଠିକ୍ ସେମିତି ହିଁ ସୁଯୋଗ ଖୋଜୁଥିଲେ ଡକାୟତ ଦଳ । ଏମିତି ତିନିଦିନ ବିତିଗଲା । ଚତୁର୍ଥଦିନ ସକାଳେ, ଗାଡ଼ି ଏକ ଜଙ୍ଗଲରେ ଞ୍ଚି ଅଟକିଗଲା । ସମସ୍ତେ ଧଡ଼ାଧଡ଼ ଗାଡ଼ିରୁ ଓହ୍ଲାଇ ପଡ଼ିଲେ । ସାଧୁ ବି ନିଜଧନପୁଟୁଳିଟି ଧରି ଗାଡ଼ିରୁ ଓହ୍ଲାଇଲେ । ଆଗକୁ ଆଉ ଗାଡ଼ି ଯିବାକୁ ରାସ୍ତା ଥିବାରୁ ସମସ୍ତେ ପଦଯାତ୍ରା କଲେ ଅନ୍ଧବାବା ବି ବାଡ଼ି ସାହାରାରେ ଆଗକୁ ଆଗକୁ ଗଲେ । କିଛିବାଟ ଗଲା ପରେ, ଡକାୟତମାନେ ହୋ ହାଲ୍ଲା କଲେ । “ହେ ମହାତ୍ମନ ! ଆଗରେ ଘାଇ, ଏପଟେ ପାହାଡ଼, ସେପଟେ ଖରସ୍ରୋତା ନଈ । ଆପଣ ସେଇଠି ଥାଆନ୍ତୁ ଆମ ଆସିବା ଯାଏ ।” ସାଧୁ ଯେଉଁଠି ଥିଲେ ସେଇଠି ହିଁ ଅଟକିଗଲେ ଏବଂ ଠିଆ ହୋଇ ରହିଲେ । ଡକାୟତମାନେ ଆସି ଞ୍ଚିଗଲେ । “ହେ ସନ୍ଥବାବା ! ଆଗକୁ ରାସ୍ତା ବଡ଼ ଦୁର୍ଗମ । ଆପଣ, ଆପଣଙ୍କ ପେଡ଼ିପୁଟୁଳି ଆମ ହାତକୁ ଦେଇ, ତିନିମୁହାଁ ବାଡ଼ିଟି ଧରନ୍ତୁ । ଆମେ ସବୁ ଭକ୍ତ ଆପଣଙ୍କ ଆଗପଛ ଆବୋରି ଚାଲିଥିବୁ । ଯଥାସ୍ଥାନରେ ଞ୍ଚି ଆପଣଙ୍କ ପୁଟୁଳି ଆପଣଙ୍କୁ ଦେଇଦେବୁ ।” ବାବାଜୀ, ତାହା ହିଁ କଲେ । ଲାଠୀ ସାହାରାରେ ବାଟ ଚାଲିଲେ ସେମିତି ସେ ଚାଲିଥାନ୍ତି । ହଠାତ ଶୁଭିଲା, “ହେ ସାଧୁବାବା ! ଆଉ ଆଗକୁ ଯାଆନ୍ତୁ ନାହିଁ । ଆଗରେ ଗୋଟିଏ ହୁତ ବଡ଼ ଘାଇ ଅଛି । ପଡ଼ିଗଲେ ଆଉ ଉଠିପାରିବା ନାହିଁ । ସେଇଠି ଥାନ୍ତୁ, ଆମେ ଆସୁଛୁ ।” ହେଲେ ସାଧୁ, ପ୍ରକୃତିକୁ ଶୁଣିବାର ଶକ୍ତି ହରାଇ ବସିଥିଲେ । ଆଗକୁ ମାଡ଼ିଗଲେ ଆଉ ଘାଇରେ ପଡ଼ି ପ୍ରାଣ ହରାଇଲେ ଲୋଭ ହିଁ ତାଙ୍କ ମୃତ୍ୟୁର କାରଣ ହେଲା ।

ଏମିତି ସମାଜ, ଅବିଶ୍ୱାସୀକୁ ବିଶ୍ୱାସ କରିବାର କଳାକୁ ଆପଣେଇ ନେଇ ସାରିଛି । ବିଶ୍ୱାସୀକୁ ଅବିଶ୍ୱାସ କରିବା ହଜ କଥା । ତୁମେ ଦେଖିପାରୁନ ଭଗବାନ? ଚେଇଁଲା ସ୍ୱପ୍ନକୁ ସତ୍ୟ କରିବାର କ୍ଷମତାକୁ ମଣିଷ କେମିତି ମୁକୁଟ କରି ପିନ୍ଧିଛି ମୁଣ୍ଡରେ । କେମିତି ସେ ଖେଳିଚାଲିଛି ନିଜେ ନିଜ ରକ୍ତରେ ହୋଲି? କେମିତି ତୋଳୁଛି ଝଡ଼ ମଧୁମିତା ସକାଳର ଆଖିରେ, ବେଦଗର୍ଭା ଶାମୁକାର କୁକ୍ଷିରେ? ଗୁଞ୍ଜରିତ ମଧୁପକ୍ଷୀଙ୍କ ଡେଣାରେ ବସି, ପୋଡ଼ିଚାଲିଛି ଅସମଞ୍ଜସର ନିଆଁରେ ସଞ୍ଜମିତ ମନକୁ । ହେ ଭଗବାନ ! ସାତତାଳ ପଙ୍କତଳେ ଆତ୍ମଗୋପନ କରିଥିବା ପଦ୍ମକୁ, ସାହାଦ୍ୱର ମାୟାରେ ବିମୋହିତ ଗୋଧୂଳିକୁ, ଉଜୁଡ଼ା ଆକାଶରେ ଉବୁଟୁବୁ ଉଆଁସୀ ହ୍ନକୁ, ତୁମ ବ୍ୟକ୍ତ ଅବ୍ୟକ୍ତର ଅନୁରକ୍ତିରେ ରଙ୍ଗେଇ ଦିଅ । ମ୍ଲାନ ଶର୍ବରୀର ବର୍ବରତାରେ ଆଉ ନଷ୍ଟ ହେଉ ମାଟିର ଇଜ୍ଜତ । ନୀଳ କଇଁର ନିବିଡ଼ ସମ୍ପର୍କ ପୁଣି ଗଢ଼ି ଦେଉ ଦରଦୀ ଦରିଆ ବୁକୁରେ ଆଉ ଏକ ମାର୍ମିତ ଶିହରଣ । ସ୍ୱପ୍ନ ହ୍ଲାଇ ଆସୁ ତୁମ ସ୍ମୃତିର ଇଲାକାକୁ । ପ୍ରୀତିର ଆସରକୁ ଧୂଳି ସଞ୍ଜର ସ୍ଵାକ୍ଷରରେ, କୁଆଁରି ଆଖିର ପଲକରେ ପୁଣି ଝଲକି ଉଠୁ ହ୍ନର ଉପତ୍ୟକା ଏକ ନୂତକ ଆଶାକୁ ପାଥେୟ କରି ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...