ଅଜ୍ଞାନ ଅନ୍ଧାର ଦୂର କରି ତୁମେ
ଦେଇଛ ଜ୍ଞାନର ଆଲୋକ ।
ଦିବ୍ୟ ଚେତନା ମନ୍ତ୍ର ଦେଇ ତୁମେ
ଜୀବନକୁ କରିଛ ପୁଲକ ॥
ଆଲୋକର ଶିଖା ପରି ଜଳି
ସଭିଙ୍କୁ ଜ୍ଞାନ ବାଣ୍ଟିଲ ।
ଗୁରୁ ଯେ ସତରେ ଇଶ୍ଵର ଠୁ ବଡ଼
ପ୍ରମାଣ ତୁମେ କଲ ॥
ଗୁରୁ ତୁମେ ମୋର ମର୍ତ୍ତ୍ୟ ଦେବତା
ତୁମ ପାଦେ ତଳେ ରଖ ।
ଜୀବନକୁ ମୋର କର ହେ ସରସ
ତୁମ ବାହୁ ତଳେ ରଖ ॥
– ଏଲିନା ସ୍ୱାଇଁ
Comments

ଏଲିନା ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।