ଛାତ ଉପରୁ ଶୁଖାଇ ଥିବା ଲୁଗା ଆଣି ଫେରିଲା ଭିତରେ ବର୍ଷା ଯୋଗୁଁ ଅଧାରୁ ଅଧିକ ଓଦା ହୋଇ ଯାଇଥିଲା ମୀରା । କଅଁଳ ତୂଳାପରି ଗୋରା ତକତକ ଦେହଟା ତା’ର ଗୋଟାପଣେ ଥରିବାକୁ ଲାଗିଲା । ହାତେ ଲମ୍ବାର ବହଳ ବେଣୀ ଏକରକମ ଭିଜିଗଲା ଝିପିଝିପି ବର୍ଷାରେ । ସେ ଲୁଗାତକ ଖଟ ଉପରେ ସେମିତି ଫିଙ୍ଗିଦେଇ କବାଟକୁ ଆଉଜେଇ ଦେଲା ଭିତରପଟୁ । ଛାତି ଉପରୁ ଲୁଗା କାଢ଼ି ବଦଳିବାକୁ ଯାଇଛି ତ କାହାର ହାତ ସ୍ପର୍ଶରେ ଚମକି ପଡି ସେ ପୁନର୍ବାର ସଜାଡ଼ି ନେଲା ନିଜକୁ ହେଲେ ବିଫଳ ହେଲା ।
ପଛପଟକୁ ବୁଲି ଦେଖିବା ଆଗରୁ ସେ ପୁଣି ଥରେ ଭିଡ଼ି ଆଣି ପିଠିରେ ଆଙ୍କି ଦେଇଗଲେ ଗୋଟାଏ ଉଷୁମ ଚୁମ୍ବନ । ଏଥର ବିରୋଧ କଲାନି ଆଉ । ସେ ଜାଣି ସାରିଥିଲା ଏ ହେଉଛି ସ୍ୱାମୀ ଅଭିଙ୍କର ଚଗଲାମି । ଯାହାଙ୍କ ଚୁମ୍ବନର ସ୍ପର୍ଶ ମତୁଆଲା କରିଦିଏ ତାକୁ । କିଛିକ୍ଷଣ ପାଇିଁ ଜଡ଼େଇଗଲା ମୀରା । ବର୍ଷାରେ ଥରି ଉଠୁଥିବା ତା’ର ଦେହରେ ଏବେ ଖେଳି ଯାଇଥିଲା ବିଜୁଳିସମ ଉଷ୍ମତା ଆଉ ଉତ୍ତେଜନା ଭରା ଆବେଗ ।
– ଆରେ ଛାଡ଼ ମୋତେ? ଏମିତି କ’ଣ ହେଉଛ ଯେ? ଘରେ ସମସ୍ତେ ଅଛନ୍ତି? କିଏ ଯଦି ଏମିତି ଅବସ୍ଥାରେ ଦେଖିଦେବ ନା?
– ଦେଖୁ ! ଏଥିରେ ଡରିବାର କ’ଣ ଅଛି? ମୋ ଘର, ମୋ ରୁମ୍, ମୋ ସ୍ତ୍ରୀ ।
– ତମେ ବି ନା, ବହୁତ ଦୁଷ୍ଟ ହେଲଣି ଆଜିକାଲି !
– ଦୁଷ୍ଟାମୀ ଶିଖେଇଛି କିଏ? ଫାଜିଲ୍ ଓଠ ତମେ… ଆଉ ତମର ଚେହେରା…
– ଗୋଟାପଣେ ଲାଜରେ ଝାଉଁଳିଗଲା ମୀରା…
ଏତିକିବେଳେ ଅଭି ଚୁପ୍ ନରହି ମୀରାକୁ ଛାତି ଉପରକୁ ଭିଡ଼ି ଆଣି ଓଠରେ ଓଠ ଲଦି ଆଙ୍କି ଦେଇଗଲେ ଗୋଟାଏ ଚୁମ୍ବନ । ସେ ନିରୀହ ହରିଣୀଟିଏ ପରି ସଂପୂର୍ଣ୍ଣ ସର୍ମପି ଦେଲା ତାକୁ…
– ସରୋଜ କୁମାର ସାହୁ
Comments

ସରୋଜ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।