ସ୍ୱରୂପ ଚନ୍ଦ୍ର ବାରିକ

ସ୍ୱରୂପ ଚନ୍ଦ୍ର ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Mo Maata Purunakalia (ମୋ ମାଆଟା ପୁରୁଣାକାଳିଆ) by Swarup Chandra Barik

ମୋ ମାଆଟା ପୁରୁଣାକାଳିଆ

ଏବେବି ଦିଅଇ ମଥାରେ ଓଢ଼ଣା ମୋ ମାଆଟା ପୁରୁଣାକାଳିଆ, ଦୂରରୁ କରଇ ଜୁହାର ବଡ଼ଙ୍କୁ ଚଳେ ଆଜିବି ସେ ଆଗ ଭଳିଆ । ପଖାଳର ସାଥେ ବାଢ଼ିଦିଏ ଖାଲି ବଡ଼ିଚୂରା ସଙ୍ଗେ ଶାଗ ସଜନା, ଚିଲ୍ଲି ଚିକେନଟା ତା’ପାଇଁ ଅଡ଼ୁଆ ମେଗି-ଚଉମିନ କରି ଜଣେନା । ବାହାରୁ ଆସିଲେ ବନ୍ଧୁ-କୁଣିଆ ଧୁଅଇ ହଳଦି ପାଣିରେ ଗୋଡ଼, ହାତ ଧୋଇବାକୁ ଦିଏ ପାଣିଢାଳ ହେଉ ଅବା ଛୋଟ ହେଉ କି ବଡ଼ । ଖାଏ ନା ବାହାର ଖାଇବା ଦରବ ଚୂଡ଼ାଭଜା-ପାଣି ସାଥେ…

ଅଧିକ ପଢ଼ନ୍ତୁ
Odia Poem Bayani (ବାୟାଣୀ) by Swarup Chandra Barik

ବାୟାଣୀ

ପାଠ ପଢ଼ି ଧନ ଯାଇଛି ହେଲେ ହେଲାଣି ଡେରି, ସାଙ୍ଗ ସାଥି ଯେତେ ଘରକୁ ସବୁ ଆସିଲେ ଫେରି । ମା’ ମନ ଭାରି ଅବୁଝା କିଏ ବୁଝାଇ ଦେବ, ପୁଅର ଫେରିବା ବାଟକୁ ଚାହିଁ ପଚାରୁଥିବ । ଦେଖିଛ କି କେହି ଧନକୁ ଟାଣ ହେଲାଣି ଖରା, ନିଏନାହିଁ ଛତା-ଚପଲ ଯେତେ କହିଲେ ପରା । ତାତିଥିବ ପଥ-ପଥର କିସ କରିବ ଆଜ, କଅଁଳ ପଦୁଅଁ ମୁହଁରେ ଆଉ ନଥିବ ତେଜ । ଛାଡ଼ିବିନି ଆଉ ଖରାରେ ପାଠ ନ ହେଉ…

ଅଧିକ ପଢ଼ନ୍ତୁ