ସୁସ୍ମିତା ବାଭୀ

ସୁସ୍ମିତା ବାଭୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Mati Maa (ମାଟି ମାଆ) by Susmita Bavi

ମାଟି ମାଆ

ଆସ ଖେଳିବା ଗୀତ ଗାଇବା ଏଇ ମାଟିକୁ ଭଲ ପାଇବା ଆମେ ସବୁ ଭାଇ ଭାଇରେ ସାନ ବଡ଼ କେହି ନୁହେଁରେ ଗୋଟିଏ ମାଆର ଆମେ କୋଟିଏ ସନ୍ତାନ ହୃଦୟରେ ଆମ ଗୋଟିଏ ପ୍ରାଣ ନିଜେ ହସିବା ଦୁନିଆକୁ ହସାଇବା ଏଇ ମାଟିକୁ ଆମେ ଭଲ ପାଇବା ॥ ମାଟିମା’ କୋଳେ ଆମେ ନେଇଛୁ ଜନମ ତା’ରି ପାଣି ପବନରେ ଗଢ଼ା ଆମରି ଜୀବନ ଏଇ ମାଟି ଆମ ମାଆ ବିପଦ ଆପଦରେ ହୁଅଇ ସାହା ତା’ର…

ଅଧିକ ପଢ଼ନ୍ତୁ
Odia Poem Manisa Jibana (ମଣିଷ ଜୀବନ) by Susmita Bavi

ମଣିଷ ଜୀବନ

ଦୁଇ ଦିନର ଏ ମଣିଷ ଜୀବନ କାହିଁକି ରଖିବା ରାଗ ଅଭିମାନ ଇଶ୍ୱର ସୃଷ୍ଟିରେ ସଭିଁଏ ସମାନ ବାଣ୍ଟି ଚାଲିବା ବନ୍ଧୁ ଶ୍ରଦ୍ଧା ସମ୍ମାନ ॥ ଆସିଛେ ଏକା ଯିବା ହିଁ ଏକା କେହି ଯିବେ ନାହିଁ ଆମ ସାଥିରେ ଯାହା ଆଣିଥିବା ତାହା ହିଁ ନେବା କେହି ନେବେ ନାହିଁ ବାଟିଏ ॥ ପୁଙ୍ଗୁଳା ଦେହରେ ଜନମ ହୋଇଛେ ପୁଙ୍ଗୁଳା ଯିବା ଆମେ ଚାଲି ଗର୍ବ ଅହଂକାର କାହିଁକି କରିବା ଶରୀର ତ ମାଟି ବାଲି…

ଅଧିକ ପଢ଼ନ୍ତୁ
Odia Poem Ama Ghara (ଆମ ଘର) by Susmita Bavi

ଆମ ଘର

ଆମ ଘର ଅଟେ ଏକ ମନ୍ଦିର, ବାପା ମାଆ ଆମ ପାଇଁ ଜୀବନ୍ତ ଠାକୁର ॥ ଭାଇ ଭଉଣୀ ଆମେ ଅଟୁ ଦୁଇଜଣ, ବାପା ମାଆଙ୍କର ସବୁବେଳେ ଜିଣିଥାଉ ମନ ॥ ତାଙ୍କ ପାଖରେ କରୁ କେତେ ଅଳି ଅଝଟ, ସେମାନେ କରନ୍ତି ଆମକୁ ସବୁବେଳେ ଆକଟ ॥ ଛୋଟରୁ ବଡ଼ ଆମକୁ ସେ ଗଢ଼ି ତୋଳିଲେ, ସବୁବେଳେ ହାତଧରି ଆମକୁ ଚାଲି ଶିଖାଇଲେ ॥ ତାଙ୍କ ଗାଳି ଆମ ପାଇଁ ଅଟେ ଆଶୀର୍ବାଦ, ତାଙ୍କ ଆଶୀର୍ବାଦ…

ଅଧିକ ପଢ଼ନ୍ତୁ
Odia Poem Michha Prema (ମିଛ ପ୍ରେମ) by Susmita Bavi

ମିଛ ପ୍ରେମ

ପ୍ରେମର ମାନେ ଆଜି ସାଜିଛି ଛଳନା ଛଳନା ଭିତରେ ହଜି ଯାଇଛି ଭାବନା । ଅଢ଼େଇ ଅକ୍ଷର ପ୍ରେମ ସାକ୍ଷାତ ଇଶ୍ୱର ଇଶ୍ୱର ବଦଳରେ ଆଜି ସାଜିଲା ପଥର । ମନ ସାଥେ ମନ ମିଶି ହୋଇଯାଏ ପ୍ରେମ ସେହି ପ୍ରେମ ଆଜି ନେଉଛି କାହାର ଜୀବନ । ମିଛ ମାୟା ସଂସାରରେ ସବୁ ତ ଛଳନା ପ୍ରେମ ବି ସାଜିଲା ଆଜି ମାଟିର ଖେଳନା । ଖେଳଣାରେ ଖେଳୁ ଖେଳୁ ସରିଯାଏ ଦିନ ପ୍ରେମ କଲେ…

ଅଧିକ ପଢ଼ନ୍ତୁ
Odia Poem Atita (ଅତୀତ) by Susmita Bavi

ଅତୀତ

ଅତୀତ ମୋର ଯାଇଛି ହଜି ସ୍ମୃତି କିଛି ରହିଛି ବାକି ଯେତେ ଖୋଜିଲେ ବି ଆଉ ଫେରିବନି ଖାଲି ଲୁହରେ ଭିଜିବ ଆଖି ॥ ସ୍ନେହ ଶ୍ରଦ୍ଧା କାଣିଚାଏ ପାଇଁ ବଞ୍ଚିବାର ସ୍ୱପ୍ନ ଦେଖେ ବିତି ଯାଇଥିବା ଦିନଗୁଡ଼ିକୁ ସ୍ମୃତିରେ ସାଇତି ରଖେ ॥ ଆଉ କି ପାଇବି ଫେରି ପିଲାଦିନ ସାଙ୍ଗ ସାଥି ବାଲି ଘର ଯେତେ ଖୋଜିଲେ ବି ପାଇବିନି ଆଉ ଭାଇ ଭଉଣୀଙ୍କ ଖେଳ ॥ କର୍ମ ଜଞ୍ଜାଳରେ ସମସ୍ତେ ବନ୍ଧା ସମୟ…

ଅଧିକ ପଢ଼ନ୍ତୁ