ଶର୍ମିଷ୍ଠା ସାହୁ

ଶର୍ମିଷ୍ଠା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Asampurna (ଅସମ୍ପୂର୍ଣ୍ଣ) b Sarmistha Sahoo

ଅସମ୍ପୂର୍ଣ୍ଣ

ଖୁବ୍ ଖୁସି ହେଇଥିଲା ସେଦିନ ସ୍ୱାଗତ ଯୋଉ ଦିନ ସେ ମୀରାର ଫ୍ରେଣ୍ଡ ରିକ୍ୱେଷ୍ଟ, ଫେସବୁକ୍‌ରେ ପାଇ ଥିଲା । ତା’ ଗୋଡ଼ ଖୁସିରେ ତଳେ ଲାଗୁ ନ ଥାଏ । ଦୀର୍ଘ ୧୦ ବର୍ଷର ଅପେକ୍ଷା ପରେ ଆଜି ପ୍ରଥମ ଥର ସେ ମୀରା ସହିତ କଥା ହେଉଛି । ତା’ର ସେହି ପିଲା ଦିନର ସାଙ୍ଗ ଯାହା ସହିତ ସେ କେତେ ଲୁଚାଲୁଚି ଖେଳିଛି, କେତେ ରାଗ ରୁଷା ହେଇଛି, କେତେ ଥର ଛାତ ଉପରକୁ ଯାଇ ଦୌଡ଼ା…

ଅଧିକ ପଢ଼ନ୍ତୁ
Odia Story Nua Barsara Kishalaya (ନୂଆ ବର୍ଷର କିଶଳୟ) by Sarmistha Sahoo on New Year

ନୂଆ ବର୍ଷର କିଶଳୟ

କହୁ କହୁ ପୁଣି ଗୋଟିଏ ବର୍ଷ ବିତି ଯାଇଛି ଏହା ଭିତରେ । ବହୁତ କିଛି ବଦଳିବି ଯାଇଛି । ମୀରା ଏହା ଭିତରେ ହଜେଇ ଦେଇଛି ନିଜକୁ ନିଜର ସ୍ୱାମୀ ଓ ସୁନ୍ଦର ପିଲା ଦୁଇଟିର ମୋହମାୟା ଭରା ସଂସାର ଭିତରେ । ବାହାର ଦୁନିଆ ଖବର ଜାଣିବା, ଶୁଣିବା, ପଞ୍ଚାୟିତି କରିବା ଏ ସବୁଠାରୁ ବର୍ଷ ସାରା ନିଜକୁ ସବୁବେଳେ ଦୂରରେ ରଖିଛି । କାମବାଲୀ ଆସି କାମ ସହିତ ଆରମ୍ଭ କରି ଦେଉଚି ତା’ ଗପ ପସରା, “ଆଜି…

ଅଧିକ ପଢ଼ନ୍ତୁ
Odia Story Bhasa Badal (ଭସା ବାଦଲ) by Sarmistha Sahoo

ଭସା ବାଦଲ

ରବିବାର ଦ୍ୱିପ୍ରହର.. ଉଦୁଉଦିଆ ଖରା କିନ୍ତୁ ଆକାଶରେ ଚାଲିଛି କିଛି ଧଳା ଭସା ବାଦଲମାନଙ୍କର ଲୁଚକାଳି ଖେଳ ଏବଂ ତାଙ୍କ ସହିତ ତାଳ ମିଳାଇ ନାଚିଯାଉଛି ଏକ ଛୋଟ କଳା ବାଦଲ । ସବୁ ରବିବାର ପରି ଆଜି ବି ମୀରା ରୋଷେଇ କରିଛି ରୋହି ମାଛ ବେସର, ଉଷୁନା ଚାଉଳ ଭାତ, ରସୁଣ ଛୁଙ୍କ ଦେଇ ମୁଗ ଡାଲି, ବଡ଼ି ବାଇଗଣ ଚକଟା ସାଙ୍ଗକୁ କଷି କାକୁଡ଼ି ଖଣ୍ଡ । “ଓଃ… କି ସୁନ୍ଦର ଖାଦ୍ୟ । ଲାଗୁଛି ସତେ…

ଅଧିକ ପଢ଼ନ୍ତୁ