ସାଇ ପ୍ରକାଶ

ସାଇ ପ୍ରକାଶ ପେଶାରେ ଜଣେ ଇଞ୍ଜିନିୟର ଏବଂ ନିଶା ତାଙ୍କର ଫଟୋଗ୍ରାଫି ଓ ଟ୍ରାଭେଲ୍ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିବା ସହ ଭ୍ରମଣ କାହାଣୀ ଆଦି ରଚନା କରିଥାନ୍ତି ।

Shilaghati: Untold History of Odisha (ଶିଳଘାଟି: ଏକ ବିସ୍ମୃତ ଇତିହାସ) by Sai Prakash

ଶିଳଘାଟି: ଏକ ବିସ୍ମୃତ ଇତିହାସ

ସ୍ୱାଧୀନତା ସଂଗ୍ରାମର ଅନେକ ଛୋଟ ଛୋଟ ଘଟଣାବଳୀ ଏବେ ଲୋକଙ୍କ ମନରୁ ବିସ୍ମୃତ ଏବଂ ସେ ବିଷୟରେ ଇତିହାସ ମଧ୍ୟ ନିରବ । ବିପ୍ଳବୀବୀର ବାଘାଯତୀନଙ୍କ ସଶସ୍ତ୍ର ସଂଗ୍ରାମରେ ମୟୂରଭଞ୍ଜ ଜିଲ୍ଲାର ଭୂମିକା ବିଷୟରେ ଅଳ୍ପ ବହୁତ ସମସ୍ତଙ୍କୁ ଜଣାଅଛି, କିନ୍ତୁ ସେଇ ମୟୂରଭଞ୍ଜ ଜିଲ୍ଲାର ଏକ କ୍ରାନ୍ତିତୀର୍ଥ ବିଷୟରେ ଖୁବ୍ କମ୍ ଲୋକଙ୍କୁ ଜଣା । ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରଠୁ ୩୪ କିମି ଦୂରରେ ପୂର୍ବ ଶିମିଳିପାଳର ଘଞ୍ଚ ଜଙ୍ଗଲ ମଧ୍ୟରେ…

ଅଧିକ ପଢ଼ନ୍ତୁ
Samudra Kulara Sei Grama (ସମୁଦ୍ର କୂଳର ସେଇ ଗ୍ରାମ) by Sai Prakash

ସମୁଦ୍ର କୂଳର ସେଇ ଗ୍ରାମ

“ଗତ ଅର୍ଦ୍ଧଶତାବ୍ଦୀ ଭିତରେ ଭାରତବର୍ଷ ବହୁତ କିଛି ପାଇଛି; ବହୁତ କିଛି ହରାଇଛି । ହରାଇଥିବା ବିଭବସବୁ ଭିତରେ ବୋଧହୁଏ ସବୁଠାରୁ ମୂଲ୍ୟବାନ ତା’ର ପଲ୍ଲୀ ବାତାବରଣ । ହୁଏତ ଏ କ୍ଷତି ଥିଲା ଅନିବାର୍ଯ୍ୟ । ଅନିବାର୍ଯ୍ୟ… କିନ୍ତୁ ଅପୂରଣୀୟ ।” ଭାରତର ତତ୍କାଳୀନ ପଲ୍ଲୀ ଜୀବନର ସୁନ୍ଦର ଚିତ୍ର ନିଜ ଅଗଣିତ ଲେଖା ମାଧ୍ୟମରେ ଉଦଜୀବିତ କରିଥିବା ଶବ୍ଦର ଯାଦୁକର ଶ୍ରୀ ମନୋଜ ଦାସଙ୍କ ଉପରୋକ୍ତ ଉକ୍ତି ଆଜି ବି ମାନସ ପଟରୁ ଅପସରି…

ଅଧିକ ପଢ଼ନ୍ତୁ
Biraja Mausa

ବିରଜା ମଉସାଙ୍କୁ ମୁଁ ଯେମିତି ଜାଣେ…

ବିଗତ ଶତାବ୍ଦୀର ଶେଷ ବର୍ଷ ବୋଧହୁଏ, ଉଚ୍ଚଶିକ୍ଷାପାଇଁ ଗାଁ ଛାଡ଼ି ଯେବେ ସହରକୁ ପ୍ରଥମଥର ପାଇଁ ଆସିଥାଏ, ବିନା କୌଣସି ନୂଆ ସାଙ୍ଗସାଥିଙ୍କ କଲେଜ ଜୀବନର ପ୍ରଥମବର୍ଷ ଯେମିତିସେମିତି କଟିଗଲା । ସ୍ୱଭାବରେ ଅନ୍ତର୍ମୂଖୀ ହୋଇଥିବାରୁ ସାଧାରଣତଃ କାହା ସହିତ ଏତେଶୀଘ୍ର ମିଶି ପାରୁ ନଥାଏ । ଦ୍ୱିତୀୟ ବର୍ଷ ଆରମ୍ଭ ହେଉ ହେଉ ଦିନେ ଥରେ ବସ୍ ଫେଲ ହେବାରୁ ଘରକୁ ଚାଲିଚାଲି କିଛି ବାଟ ଯିବାକୁ ଆରମ୍ଭ କରିଛି କେହି ଜଣେ ପଛରୁ ଇଂରାଜୀରେ…

ଅଧିକ ପଢ଼ନ୍ତୁ
Bhargabi Kulara Se gaon

ଭାର୍ଗବୀ କୂଳର ସେହି ଗାଁ…

ନବେ ଦଶକର ଆରମ୍ଭର କଥା, ବୋଧହୁଏ ୬ଷ୍ଠ ଶ୍ରେଣୀରେ ପଢ଼ୁଥାଏ । ଚିତ୍ର ଆଙ୍କିବାରେ ଭୋକ ଶୋଷ ଭୁଲିବା ଭଳି ଗମ୍ଭୀର ନିଶାରେ ପଡ଼ିଥାଏ । ଯଦିଓ ପାଠପଢ଼ାରେ କମଜୋର୍ ନଥିଲି କିନ୍ତୁ ଚିତ୍ର ଆଙ୍କିବା ଓ ବହି ତଥା ପତ୍ରିକା ପଢ଼ା ଭଳି ଅଭ୍ୟାସ ଆପଣେଇ ନେଇଥିଲି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପରିଚାଳିତ ସହରର ଏକମାତ୍ର ପାଠାଗାର ଥିଲା ଛୁଟିଦିନିଆ ବହି ପଢ଼ାର କେନ୍ଦ୍ର । ବୟସ କମ୍ ଥିବାରୁ…

ଅଧିକ ପଢ଼ନ୍ତୁ
Dihirakula

ଡିହିରାକୁଳ- ଦୁଇଟି ତାଳଗଛର ଗାଁ

“ଗାଁ” ଶବ୍ଦର ଏକ ଅଲଗା ଆକର୍ଷଣ । ମନ ଭିତରେ ଏକ ଅଲଗା ଛବି ଆଙ୍କିହୋଇଯାଏ ନାଁ ଶୁଣିଲେ । ପ୍ରାୟତଃ ନଦୀ, ପୋଖରୀ, ଚାଷଜମି, ଗୋରୁଗାଈ, ଭାଗବତ ଟୁଙ୍ଗୀ… ଏମିତି ଅନେକ କିଛିର ଦୃଶ୍ୟ ଆଖି ଆଗରେ ନାଚିଯାଏ । ଶନିବାର ସ୍କୁଲ ଛୁଟି ପରେ ପ୍ରାୟତଃ ସହର ଉପକଣ୍ଠରେ ବୋହିଯାଉଥିବା ସ୍ୱର୍ଣ୍ଣ ନଦୀରେ (ଅପଭ୍ରଂସ ହୋଇ ସୋନ/ସୁନ ହୋଇଛି ଏବେ) ବୁଡ଼ ପକାଇବା ଏକ ଅଭ୍ୟାସରେ ପରିଣତ ହୋଇଥିଲା । ଯଦିଓ ପହଁରା ଶିଖିନଥିବାର…

ଅଧିକ ପଢ଼ନ୍ତୁ