
ପ୍ରତୀକ୍ଷାର ପ୍ରତୀକ୍ଷା
“ପ୍ରୟାସ, ୨୩.୦୯.୨୦୦୨ କେମିତି ଅଛ ତୁମେ? ଆଶା କରୁଛି ଭଲରେ ଥିବ । ଏଥର ଦୁର୍ଗାପୂଜାରେ ତୁମେ ଆସିବ ନା ଗାଁକୁ? ଦୁଇ ବର୍ଷରୁ ଆସିନାହଁ ତୁମେ । ଏଥର ନ ଆସିଲେ ମୁଁ ଆଉ ତୁମ ସହ କଥା ହେବିନି । ମୋ ସହ ଥରଟିଏ ଦେଖା କରିବାକୁ ଆସିବ ନା? ଜାଣିନି ଆମେ ଆଉ କେବେ ବି ଦେଖା କରି ପାରିବା କି ନା । ଏ ଜନ୍ମରେ ହୁଏତ ଆଉ ଦେଖା ନ…