କୃଷ୍ଣ ଚନ୍ଦ୍ର ବାରିକ

କୃଷ୍ଣ ଚନ୍ଦ୍ର ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Bapa (ବାପା) by Krushna Chandra Barik

ବାପା

ଆକାଶ ପରିକା ପ୍ରଶସ୍ତ ହୃଦୟ ଚମ୍ପା କଢ଼ି ପରି କର୍ମ, ସାଗରର ଢେଉ ନିର୍ବାକ ନିଶ୍ଚଳ କିଏ ବୁଝେ ତା’ର ମର୍ମ । କୁଳୁ କୁଳୁ ନାଦେ ବଣ ଝରଣା ସେ ତରୁ ଲତା ମାଳ ଛୁଇଁ, ଶୀତଳ ସମୀର ଶେଫାଳୀର ବାସ ବିତରିତ କରି ଦେଇ । ଅଝଟିଆ କେତେ ବରଷା ବିତାନ ନିର୍ଘାତ ସହିଛି ଅଙ୍ଗେ, ମୁରୁକି ହସଟେ ହସି ଦେଇ ସିଏ ଖେଳେ ଶସ୍ୟ ବିଲ ସଙ୍ଗେ । ଜହ୍ନି ଫୁଲ ପରି କୋମଳତା ମୁଖେ ହସ…

ଅଧିକ ପଢ଼ନ୍ତୁ
Odia Poem Dola Purnima (ଦୋଳ ପୂର୍ଣ୍ଣିମା) by Krushna Chandra Barik for Holi

ଦୋଳ ପୂର୍ଣ୍ଣିମା

ଗୋପ ଗୋପାଳୁଣୀ ଗଲେ ନୀର ଆଣି ଯମୁନା ପୁଳିନେ ମିଳି ଅଷ୍ଟ ଅଳଙ୍କାର ଦେହରୁ କାଢ଼ିଲେ ସ୍ନାହାନ କରିବେ ବୋଲି । ଚିଲ ପକ୍ଷୀ ଏକ ଖାଇବା ପଦାର୍ଥ ମଣି ନେଲା କାନ ଫୁଲ କଦମ୍ବ ଡାଳରେ ନିରତେ ଖୁମ୍ପିଲା ଭୋକରେ ହୋଇ ବିକଳ । ସୁବର୍ଣ୍ଣର ସେହି କାନଫୁଲ ଗୋଟି କୁଞ୍ଜବନେ ଫୋପାଡ଼ିଲା ଜଳରୁ ବାହାରି ଶ୍ରୀରାଧା ସୁନ୍ଦରୀ ଖୋଜି ଖୋଜି କାନ୍ଦି ମଲା । ଅନ୍ତପୁରେ ଯାଇ ଲୋତକ ଝରାଇ ରହିଲାକ ତୁନି ହୋଇ ବତ୍ସା ଚରା ବେଳେ…

ଅଧିକ ପଢ଼ନ୍ତୁ