ବାପା ଆଜି ସ୍କୁଲ ଯିବିନି
ମୁହଁ ସଞ୍ଜରେ ମେଘର ଛାଉଣୀ ଘୋଟି ଆସିଥିଲା । ପୁରୀ ବେଳାଭୂମିରେ କୁଢ଼େଇ ହୋଇପଡ଼ିଥିଲା କୁହୁଡ଼ିର ଚାଦର ଆଉ ତା’ ସହିତ ଅତୀତର ବୁକୁଫଟା ସ୍ମୃତି । ରକ୍ତଭିଜା ସ୍ମୃତିର ପୃଷ୍ଠା ଲେଉଟି ଯାଉଥିଲା ଆଖି ଆଗରେ । ଶୋଇପଡ଼ିଛି ସଞ୍ଜବତୀ ଏକ ଭଙ୍ଗା ଚଉରାମୂଳେ । ସ୍ମୃତିର ପରଦା ଆଡ଼େଇ ୫ ବର୍ଷର ଅତୀତକକୁ ଫେରି ଯାଇଛି ସେ… ଶୀତୁଆ ସକାଳରେ ଗରମା ଗରମ ଚା’ ସାଙ୍ଗକୁ ବିସ୍କୁଟ ଆଣି ଥୋଇଦେଲେ ଟେବୁଲ ଉପରେ ।…