ଜି. କ୍ରିଷ୍ଣା ରେଡ୍ଡି

ଜି. କ୍ରିଷ୍ଣା ରେଡ୍ଡି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

ଅର୍ଘ୍ୟଥାଳି (Arghyathali) - ଜି. କ୍ରିଷ୍ଣା ରେଡ୍ଡୀଙ୍କ ରଚନାରୁ

ଅର୍ଘ୍ୟଥାଳି

ଚାଲନ୍ତୁ ପରଖି ନେବା ଗୋଟାପଣେ ତଉଲି, ମୁଖଶାଳାର ତେଜୋବନ୍ତ ଚିତ୍ରଣସବୁକୁ, ଚରିତ୍ରସବୁକୁ, ପୁଣିଥରେ ସଜିଲ କରିବା ଆମ ଆଶା, ବିଶ୍ୱାସର, ସମସ୍ତ ନିର୍ବାପିତ ଚଉହଦି ବିଶ୍ଵ କଲ୍ୟାଣ ମନ୍ତ୍ର ବହି । ସ୍ଵାଧିନତାର ଏ ଅମୃତବେଳାରେ ନେବା ପୁଣି ଏକ ବଜ୍ର ଶପଥ, ଶଠତାର ଜତୁଗୃହେ ଏକାବାଗେ ପଣବନ୍ଦୀ ଲଭୁଥିବା, ଆମର ଯେତେସବୁ ପୌରୁଷତ୍ଵକୁ ନୂଆ ଏକ ସଞ୍ଜିବନୀ ଛୁଆଁରେ ପଲ୍ଲବିତ କରି, ଚାଲ ରଚିଦେବା ଏଥର ଭିନ୍ନ ଏକ ସକାଳ ଗୁନ୍ଥିଦେଇ ତ୍ୟାଗ ସମର୍ପଣର ଅର୍ଘ୍ୟଥାଳି…

ଅଧିକ ପଢ଼ନ୍ତୁ
Odia Poem Akhabaya o Ame (ଅଖାବାୟା ଓ ଆମେ) by G. Krishna Reddy

ଅଖାବାୟା ଓ ଆମେ

ଅଝଟ ହେଉଥିବା, ଅରୁଚି ବୋଲି ଅଳି କରୁଥିବା ଦରୋଟି ଛୁଆଙ୍କୁ, ଅଖାବାୟାର ଭୟ ଓ ଭେଳିକି ଦେଖାଇ କେଉଁ ଅନାଦି କାଳୁ ମାଆମାନେ ସବୁ, ଆହାର ଦିଅନ୍ତି, ଆକଟ କରି ବୋଲକରା କରି ସରାଗେ ପଣତକାନିରେ, ସାଉଁଟି ସ୍ଵପ୍ନର ବୀଜ ବୁଣନ୍ତି ଜୀବନ ପଲାରେ ସବୁଜିମାର ରଙ୍ଗ ତୋଳନ୍ତି । ସେମାନେ ନିଜ ହାତରେ ବୋଉମାନଙ୍କ ନକଲ କରି ଅଖାବାୟାର ଖେଳ ରଚନ୍ତି, ବଡ଼ମାନଙ୍କୁ ଡରାଣ ଦେଖାଇ ସଜିଲ କରନ୍ତି ନିଜ ସରାଗ ଛୁଆଁରେ କଣ୍ଢେଇମାନଙ୍କୁ, ଚଳଚଞ୍ଚଳ…

ଅଧିକ ପଢ଼ନ୍ତୁ
Odia Story Abha (ଆଭା) by G. Krishna Reddy

ଆଭା

ସୁକୁଟା ଭାଇନାର ଆଦର ଚାରିଆଡ଼େ । ନିଜ ସାହିଠୁଁ ସହରର କୋଣ ଅନୁକୋଣ ସବୁଠି ତା’ ପ୍ରଶଂସାର ପରିବ୍ୟାପ୍ତି । ବିଶ୍ଵାସ ଓ ସମ୍ମାନର ଚଉହଦି ଭିତରେ ଏକ ନିର୍ଭରଶୀଳ ପରିଚୟ । ବର୍ଷ ପନ୍ଦରଟା ଭିତରେ ସୁଖ ଓ ବିଳାସପୂର୍ଣ୍ଣ ଜୀବନର ଏକ ଅପାସୋରା ଆସ୍ଥାନରେ ନିଜ ପତିଆରା । ଭାଗ୍ୟ ଓ ଭଗବାନଙ୍କ କୃପାଦୃଷ୍ଟିରୁ ସର୍ବକୁଶଳ । ମନଲାଖି ଜୀବନସାଥୀ ଚନ୍ଦ୍ରା ଓ ଦୁଇ ଝିଅ ଆଭା ଓ ଆଲିଆଙ୍କୁ ନେଇ ତା’ ସଂସାର…

ଅଧିକ ପଢ଼ନ୍ତୁ