ଠିକଣାର ଅପେକ୍ଷାରେ
ସୃଷ୍ଟିର ରଚନା ବଡ଼ ବିଚିତ୍ର ନିଦାଘର ନିଷେଧାଦେଶର ପ୍ରସ୍ଥ ଭୂମି ଗ୍ରୀଷ୍ମର ଅଭିଚାରିତ ଖରା, ଉତ୍ତପ୍ତ ମାଟିର ତୃଷାର୍ତ୍ତ ଚିତ୍କାର, ସବୁଜ ବନାନୀର ସୌନ୍ଦର୍ଯ୍ୟ ଯେମିତି କ୍ଷୀଣ ହୋଇଯାଇଚି, ଗୁମ୍ସୁମ୍ ହୋଇଯାଇଚି ଗଛଗୁଡ଼ା, ତଥାପି ଦୁଃଖୀର ଦୁଖଃ ଗରମରୁ ଶାନ୍ତି ଦେବାକୁ ଯେମିତି ନିଜକୁ କଷ୍ଟ ଦଉଚି…….। କର୍ମ କ୍ଲାନ୍ତ ମଣିଷ ମୁଁ, ଗ୍ରୀଷ୍ମର ଝାଞ୍ଜି ପବନକୁ ଦୁହୁ ଦୁହୁ ଖରା, ନଉକାଟିକୁ କୂଳରେ ଲଗେଇଦେଇ ବର ଗଚ୍ଛ ତଳେ ଟିକେ ବିଶ୍ରାମ ନେଲି । ଆହାଃ…