ଚନ୍ଦ୍ରକାନ୍ତି ପ୍ରଧାନ

ଚନ୍ଦ୍ରକାନ୍ତି ପ୍ରଧାନ ଜଣେ ନର୍ସିଂ ଛାତ୍ରୀ । ସେ ଓଡ଼ିଆରେ ପ୍ରେମ ଭିତ୍ତିକ ଗଳ୍ପ, କବିତା ଏବଂ ଛୋଟଛୋଟ ରଚନାମାନ କରିଥାନ୍ତି ।

Odia Poem Naritwa (ନାରୀତ୍ୱ) by Chandrakanti Pradhan

ନାରୀତ୍ୱ

ଗର୍ଭାଶୟରେ ଯନ୍ତ୍ରପାତିର ଅତ୍ୟାଚାର, ଆଖି ନଫିଟୁଣୁ ହତ୍ୟା ହୁଏ ତା’ର । ମାଆର ଇଚ୍ଛାରେ ବା ଅନିଚ୍ଛାରେ, ଅଧାଗଢ଼ା ଦେହ ପଡ଼ୁଛି ଅଳିଆ ଗଦାରେ । କେହି ଯଦି ଆୟୁ ବଳେ ଜନ୍ମିଯାଏ । କେହି ଆଦରିନିଏ ତ କେହି ଫୋପାଡ଼ି ଦିଏ, ନଦୀରେ, ଜଙ୍ଗଲରେ ଅବା ବାଉଁଶ ବୁଦାରେ । ଅସ୍ତିତ୍ୱର ସୁରକ୍ଷା ପାଇଁ ସଂଘର୍ଷ କରୁଛି, କେତେ ନିନ୍ଦା ଅପବାଦ ସହେ, ଏନ୍ତୁଡ଼ିରୁ ଶ୍ମଶାନରେ ପାଉଁଶ ହେବାଯାଏ । କେଉଁଠି ବା ନାରୀ ସୁରକ୍ଷିତ??…

ଅଧିକ ପଢ଼ନ୍ତୁ
Odia Poe Basantare Barsha (ବସନ୍ତରେ ବର୍ଷା) by Chandrakanti Pradhan

ବସନ୍ତରେ ବର୍ଷା

ତୁମେ କୁହ, ମୁଁ କାଳେ ବର୍ଷା ! ମୋର କୌଣସି ଠିକଣା ନାହିଁ । ଏଇ ଆସେ ଆଉ ଚାଲିଯାଏ । ଦିନ ହଉ କି ରାତି, ପୂର୍ଣ୍ଣିମା ହଉ କି ଅମାବାସ୍ୟା । ସନ୍ଧ୍ୟା ହଉ କି ଅପରାହ୍ନ, ବୈଶାଖ ହଉ କି ଫାଲଗୁନ । ମୁଁ ଅଚାନକ ବର୍ଷିଯାଏ । ହେଲେ ତୁମେ କ’ଣ ବୁଝିବ? ମୁଁ ଯଦି ଆଷାଢ଼ରେ ସରିଯାଏ, ଆଉ ଶ୍ରାବଣରେ ମରିଯାଏ ! ତେବେ ବସନ୍ତରେ ତୁମ କାନ୍ଧ ଓଦା…

ଅଧିକ ପଢ଼ନ୍ତୁ
Rimjhim (ରିମ୍‌ଝିମ୍) Odia story by Chandrakanti Pradhan

ରିମ୍‌ଝିମ୍

କଡ଼ ଲେଉଟାଇଲା ରାତି, ତା’ ସାଙ୍ଗରେ ଜହ୍ନ ! ମିଞ୍ଜି ମିଞ୍ଜି ତାରା ଦି’ଟା ଆକାଶରେ ଛଟପଟ ହେଉଥାନ୍ତି । ଭିଡ଼ିମୋଡ଼ି ହୋଇ ପୁଣିଥରେ ସେ କମ୍ବଳକୁ ଟାଣିନେଇ ମୁହଁ ଘୋଡ଼ାଇ, ମାଆଙ୍କ କୋଳରେ ମୁହଁ ଗୁଞ୍ଜିଦେଲି । -“ଓଃ! ଶୀତ ରାତିର ଯୋଉ ନିଦ । ଏତେ ବଡ଼ ରାତି ଶୋଇ ଶୋଇ ବିରକ୍ତ ମୁଁ ହୋଇଯାଏ । ଶୀତ ରାତିର କ’ଣ ଆଦି ନାହିଁ କି ଅନ୍ତ ନାହିଁ?? ଅଛି । କିନ୍ତୁ ନିଦ…

ଅଧିକ ପଢ଼ନ୍ତୁ
Paunji

ପାଉଁଜି

ଜୀବନ ଜଞ୍ଜାଳରୁ ମୁଠା ମୁଠା ହସ ଆଉ ମେଞ୍ଚା ମେଞ୍ଚା ଖୁସିର ଉପହାର ଭିତରେ ଆମେ ଅନ୍ଧପାଲଟି ଯାଇଛୁ । ହୃଦୟର କଥା ଶୁଣିବାକୁ ଆମପାଖରେ ସମୟ ନାହିଁ । ପ୍ରତିଦିନ ବ୍ୟସ୍ତ ବିବ୍ରତ ହୋଇ ସଫଳତା ଓ ବିଫଳତାର ଘମାଘୋଟ ଲଢ଼େଇ ସହ କର୍ମପଥରେ କେହି ଆଗେଇ ଯାଉଛି ତ କେହି ପଛେଇ ଯାଉଛି । ସାରୁ ପତରରେ ଟଳଟଳ ଓ ଢଳଢ଼ଳ ହେଉଥିବା ସେ ବର୍ଷା ବିନ୍ଦୁଟି ଭାରି ଚଗଲି । ପତର ଉପରେ…

ଅଧିକ ପଢ଼ନ୍ତୁ
Tama Pari Sathi Nahin

ତୁମ ପରି ସାଥୀ ନାହିଁ

ବର୍ଷା ଦିନିଆ ପାଗଟା ଭାରି ସିକିସିକିଆ ଲାଗେ । ଘରୁ ବାହାରକୁ ଯିବାକୁ ଯମା ଇଛା ହୁଏନି । ଆକାଶ ମେଘାଛନ୍ନ ହୋଇ ରହେ ଓ ସୂର୍ଯ୍ୟଙ୍କର ଦେଖା ମିଳିବା କଷ୍ଟକର ହୋଇଯାଏ । କାରଣ ସକାଳ ନପାହୁଣୁ ବର୍ଷା ଆରମ୍ଭ ହୋଇଯାଏ ଆଉ ଛାଡ଼ିବାର ନାଁ ଧରେନି । ଶ୍ରାବଣ ମାସରେ ଶୈବ ପୀଠମାନଙ୍କରେ କାଉଡ଼ିଆଙ୍କ ଭିଡ଼ ଜମେ । କଟକର ବାଦାମବାଡ଼ି ଓ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡର ପରିସ୍ଥିତି ଅସମ୍ଭାଳ ହୋଇପଡ଼େ ବର୍ଷାରେ ।…

ଅଧିକ ପଢ଼ନ୍ତୁ