ହେ ଭଗବାନ !
ହେ ଭଗବାନ ! କେଉଁଠି ତୁମେ? ସମାଜ ସଙ୍କଟରେ, ସଂସାର ବିନାଶ ପଥେ, ବିଶ୍ୱ ବିପଦର ଅର୍ଗଳିରେ । ମଣିଷ ଖୋଳିଚାଲିଛି ମଣିଷ ପାଇଁ ଗଡ଼ତା । କାହିଁକି ଏମିତି? କେତେଦିନ ଆଉ ଏମିତି ଚାଲିଥିବ ମଣିଷର ନାରକୀୟ ଖେଳ? କୁତ୍ସିତ କଦର୍ଯ୍ୟ ଅବ୍ୟାହତ କର୍ମ? ସାଧୁବେଶରେ ଅସାଧୁତା, ଆଚାର ଛଳରେ ବ୍ୟଭିଚାର, କାର୍ଯ୍ୟ ନାଆଁରେ ଅକାର୍ଯ୍ୟ, ମଣିଷ ପାଇଁ ଏକ ନିତିଦିନିଆ ଖେଳେ ହେଇଗଲାଣି । ପ୍ରକୃତ ସାଧୁ ମୃତ୍ୟୁ ଅପମୃତ୍ୟୁର ଶୀକାର ହେଉଥିବା ବେଳେ…