ନିର୍ବାଣ
ତୁମେ କହିଲ ବଞ୍ଚିବା ପାଇଁ, ଗଡ଼ି ଯାଉଥିବା ସମୟକୁ ଆଦୌ ପ୍ରଶ୍ନ ନକରି, କେବଳ ବଞ୍ଚି ରହିବା ପାଇଁ ଆଉ ମୁଁ ସେଇପରି ବଞ୍ଚିବାକୁ ହିଁ, ଜୀବନ ଭାବିନେଲି । ଯେମିତି, କେତେ କିଆ ଫୁଲ ଗୋହିରୀରେ ଝରେ, ନିସ୍ତବ୍ଧ ଓ ନୀରବରେ, ସଜ ଫୁଲ ସବୁ ବାସି ହୋଇଚାଲେ, ବର୍ଷା ଭିଜା ସକାଳର ସାରୁ ପତ୍ର ସବୁ, ଜଣା ନାହିଁ କାହା ପ୍ରତୀକ୍ଷାରେ, ନିଜକୁ ଉତ୍ସର୍ଗ କରୁଥାଏ । ଉପରେ ନୀରବ ଝଡ଼ ବୋହିଗଲା ପରେ,…