ଚାଲନ୍ତୁ ପରଖି ନେବା
ଗୋଟାପଣେ ତଉଲି,
ମୁଖଶାଳାର ତେଜୋବନ୍ତ
ଚିତ୍ରଣସବୁକୁ, ଚରିତ୍ରସବୁକୁ,
ପୁଣିଥରେ ସଜିଲ କରିବା
ଆମ ଆଶା, ବିଶ୍ୱାସର,
ସମସ୍ତ ନିର୍ବାପିତ ଚଉହଦି
ବିଶ୍ଵ କଲ୍ୟାଣ ମନ୍ତ୍ର ବହି ।
ସ୍ଵାଧିନତାର ଏ ଅମୃତବେଳାରେ
ନେବା ପୁଣି ଏକ ବଜ୍ର ଶପଥ,
ଶଠତାର ଜତୁଗୃହେ
ଏକାବାଗେ ପଣବନ୍ଦୀ ଲଭୁଥିବା,
ଆମର ଯେତେସବୁ ପୌରୁଷତ୍ଵକୁ
ନୂଆ ଏକ ସଞ୍ଜିବନୀ ଛୁଆଁରେ ପଲ୍ଲବିତ କରି,
ଚାଲ ରଚିଦେବା ଏଥର ଭିନ୍ନ ଏକ ସକାଳ
ଗୁନ୍ଥିଦେଇ ତ୍ୟାଗ ସମର୍ପଣର ଅର୍ଘ୍ୟଥାଳି ।
– ଜି. କ୍ରିଷ୍ଣା ରେଡ୍ଡୀ
Comments

ଜି. କ୍ରିଷ୍ଣା ରେଡ୍ଡି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।