ପୃଥିବୀ ମୋହର କେଡ଼େ ସୁନ୍ଦର
ଫୁଲ ଫଳ ଲତା ତା’ ଉପହାର
ମାନବ ଜାତିଟି ଏଡ଼େ ନିଷ୍ଠୁର
ତା’ ଉପହାରକୁ କଲା ସଂହାର ।
ସୁନା ରୂପା ହୀରା ଖୋଦିତ ଦେହେ
ଦେଖି ପ୍ରଲୋଭିତ ମଣିଷ ମୋହେ
ତାଡ଼ନା, ଯାତନା ଧରାଟି ସହେ
ମାଟି ଖୋଳୁ ଖୋଳୁ ରାତିଟି ପାହେ ।
ନଦୀରୁ ସାଗର ବିସ୍ତୀର୍ଣ୍ଣ ସିଏ
ତା’ ଜଳରେ କେତେ କ୍ରିୟା ଯେ ହୁଏ
ସେ ଗଭୀରତାକୁ ମାପୁଛି ଯିଏ
ପ୍ରଦୂଷିତ ତା’କୁ କରୁଛି ସିଏ ।
ବସନ୍ତ ମଳୟ ଚୋରାଇ ମନ
କୋଇଲି ଗାଉଛି ମଧୁର ତାନ
ନାହିଁ ସେ ପବନ ନାହିଁ ସେ ବନ
ଗାଡ଼ି ମଟରର ଶୁଭେ ଗରଜନ ।
କେତେ ଯେ କଷଣ ସହୁଛି ସିଏ
ତା’କୁ ସଂରକ୍ଷଣ କରିବ କିଏ?
କବିର କଳ୍ପନା ବାସ୍ତବ ହୁଏ
ଦିବ୍ୟଜ୍ଞାନ ଟିକେ ମଣିଷ ପାଏ ।
କରୁଛୁ ପ୍ରତିଜ୍ଞା ଗଛ ଲଗାଇ
ଅମ୍ଳଜାନ ଆମେ ଦେବୁ ଯୋଗାଇ
ତୋ’ ରୂପ ରଙ୍ଗକୁ ଦେବୁ ଫେରାଇ
ପଞ୍ଚ ମହାଭୂତେ ଯିବୁଟି ତରି ।
– ଚିନ୍ମୟୀ ସାହୁ
Comments
ଚିନ୍ମୟୀ ସାହୁ ଜଣେ ଓଡ଼ିଆ ଲେଖିକା ଯିଏକି ବିଭିନ୍ନ ସାମାଜଧର୍ମୀ ରଚନା ଆଦି କରିଥାନ୍ତି । ତାଙ୍କ ଆଲେଖ୍ୟଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।