ଶିମିଳିପାଳ

Odia Poem on Similipal (ଶିମିଳିପାଳ) by Kunjabihari Sahu

ଜଙ୍ଗଲର ରାଣୀ ବୋଲାଏ ବନ ଶିମିଳିପାଳ
ଜାତୀୟ ଉଦ୍ୟାନ ନାମଟି ଅଛି କାଳକୁ କାଳ ।

ଅଭୟାରଣ୍ୟକୁ ଦେଖିବା ପାଇଁ ଦୁଇଟି ବାଟ
“ଯଶୀପୁର”, “ପିଠାବଟା”ରେ ତୁମେ ଟିକଟ କାଟ ।

ସବୁଠାରୁ ବଡ଼ ପ୍ରପାତ ନାଁ ବରେହିପାଣି
“ଦେବକୁଣ୍ଡ ସାଥେ “ଯୋରନ୍ଦା” ସତେ ଦେଖାଏ ଠାଣି ।

“ଚହଲା”, ‘ଲୁଲୁଙ୍ଗ” ଝରଇ ବଣ ପାହାଡ଼ ଛୁଇଁ
ଦର୍ଶକ ହୁଅନ୍ତି ବିଭୋର ଦେଖି ପାହାଡ଼ି ଭୂଇଁ ।

ହରିଣ, ଠେକୁଆ, ବାରହା, ବଣ କୁକୁଡ଼ା ଦଳ
ବାଘ, ହାତୀ, ଭାଲୁ, ମାଙ୍କଡ଼ କେତେ ଦେଖାନ୍ତି ବଳ ।

ଝିଙ୍କ, ସରୀସୃପ , କଇଁଛ, ଗୋଧି, ମୟୂର, ଶୁଆ,
କେତେ ପ୍ରଜାତିର ପକ୍ଷୀଏ ସତେ ଦିଶନ୍ତି ନୂଆ ।

“ଚହଲା’, “ଲୁଲୁଙ୍ଗ”, “ଯୋରନ୍ଦା”, “ଗୁରୁଗୁରିଆ” ଘର
ରହିଲେ ଲାଗିବ ଆନନ୍ଦ ସତେ ସରଗପୁର !

“ମେଘାସନୀ” ପରବତଟି କେଡ଼େ ସୁନ୍ଦର ଦିଶେ
“ଖଇରିବୁକୁ” ବି ସତେକି ନୀଳ ଆକାଶେ ମିଶେ ।

ଆସ ଆସ ସାଥୀ ପିଲାଏ ଖୁସିବାସିରେ ଝୁଲି
ଦେଖିଆସିବାରେ ଶିମିଳିପାଳ ଜଙ୍ଗଲ ବୁଲି ।

– କୁଞ୍ଜ ବିହାରୀ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...