ଗର୍ଭାଶୟରେ ଯନ୍ତ୍ରପାତିର ଅତ୍ୟାଚାର,
ଆଖି ନଫିଟୁଣୁ ହତ୍ୟା ହୁଏ ତା’ର ।
ମାଆର ଇଚ୍ଛାରେ ବା ଅନିଚ୍ଛାରେ,
ଅଧାଗଢ଼ା ଦେହ ପଡ଼ୁଛି ଅଳିଆ ଗଦାରେ ।
କେହି ଯଦି ଆୟୁ ବଳେ ଜନ୍ମିଯାଏ ।
କେହି ଆଦରିନିଏ ତ କେହି ଫୋପାଡ଼ି ଦିଏ,
ନଦୀରେ, ଜଙ୍ଗଲରେ ଅବା ବାଉଁଶ ବୁଦାରେ ।
ଅସ୍ତିତ୍ୱର ସୁରକ୍ଷା ପାଇଁ ସଂଘର୍ଷ କରୁଛି,
କେତେ ନିନ୍ଦା ଅପବାଦ ସହେ,
ଏନ୍ତୁଡ଼ିରୁ ଶ୍ମଶାନରେ ପାଉଁଶ ହେବାଯାଏ ।
କେଉଁଠି ବା ନାରୀ ସୁରକ୍ଷିତ??
ରାତିରେ ଘରକୁ ଫେରିବାକୁ ଛାତି ଥରହର,
ରାକ୍ଷସମାନେ ଖିନ୍ଭିନ୍ କରି ଖାଇଲେଣି
ଆଖି ନାହିଁ କି ବକ୍ଷଦେଶର ମାଂସ ନାହିଁ !
କ୍ଷତବିକ୍ଷତ ଶରୀରର ହୁଏ ବାରମ୍ବାର ବଳାତ୍କାର ।
ଅନେକ ଲଜ୍ୟାରେ ଆତ୍ମହତ୍ୟା କଲେ,
କେତେକଙ୍କୁ ଜିଅନ୍ତା ଜାଳି ମାରିଦେଲେ ।
ଅସହ୍ୟ ସେ ଯୌତୁକ ନିର୍ଯାତନା,
କଅଁଳ ଗାଲରେ ବାଜେ ଖୁନ୍ଦା ଖୁନ୍ଦା ମାଡ଼ ।
ଯନ୍ତ୍ରଣାରେ ଛଟପଟ ହେଉଛି ନାରୀ !
ନେତମାନଙ୍କର ନ୍ୟାୟ ଦେବାର ମିଛ ପ୍ରତିଶୃତି ।
ବୃଥା ଯେତେ ଶୋଭାଯାତ୍ରା ମହମବତୀ ଧରି ।
ଅସୀମିତ ନାରୀର କଳଙ୍କ କାହାଣୀ,
କହିଲେ କି ଲେଖିଲେ କେବେ ସମାପ୍ତ ହେବନି ।
ଏ କାହାଣୀର ଆରମ୍ଭ କୁରୁସଭାରୁ ହିଁ ହୋଇଛି,
କିନ୍ତୁ କଳିଯୁଗେ କୁରୁକ୍ଷେତ୍ରର ସୃଷ୍ଟି ଅସମ୍ଭବ ।
କାରଣ ଏଠାରେ ଅର୍ଜୁନ ତ ଅନେକ ଅଛନ୍ତି,
କିନ୍ତୁ ଗାଣ୍ଡିବ ଧରିବାର ସାମର୍ଥ୍ୟ କାହା ପାଖରେ ନାହିଁ ।
– ଚନ୍ଦ୍ରକାନ୍ତି ପ୍ରଧାନ
Comments
ଚନ୍ଦ୍ରକାନ୍ତି ପ୍ରଧାନ ଜଣେ ନର୍ସିଂ ଛାତ୍ରୀ । ସେ ଓଡ଼ିଆରେ ପ୍ରେମ ଭିତ୍ତିକ ଗଳ୍ପ, କବିତା ଏବଂ ଛୋଟଛୋଟ ରଚନାମାନ କରିଥାନ୍ତି ।