ସୌମ୍ୟା ରଥ

ସୌମ୍ୟା ପ୍ରିୟଦର୍ଶିନୀ ରଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରିଥାନ୍ତି । ସେ ମୁଖ୍ୟତଃ ଭୂତ ଗପରେ ଲୋକପ୍ରିୟତା ଅର୍ଜନ କରିଛନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହେବା ସହିତ ପାଠକୀୟ ଆଦୃତି ଲାଭ କରିଛି । ସେ ଭୂତ ଗପ ବ୍ୟତୀତ ପ୍ରେମ ଭର ଗପ ତଥା ସାମାଜିକ ଚଳଣୀକୁ ନେଇ କିଛି କିଛି କ୍ଷୁଦ୍ର ଗପ ମଧ୍ୟ ରଚନା କରିଥାନ୍ତି ।

Odia Horror Story Kain Pokhari Rahasya (କଇଁ ପୋଖରୀର ରହସ୍ୟ) by Soumya Rath

କଇଁ ପୋଖରୀର ରହସ୍ୟ

ସହରର ଆଧୁନିକତାରୁ ଖୁବ ଦୂରରେ ବିଚିତ୍ରପୁର ଗାଁ । ପାଠପଢ଼ୁଆ ଯେ କିଛି କମ୍ ଅଛନ୍ତି ଗାଁରେ ସେମିତି ନୁହେଁ, କିନ୍ତୁ ତାଙ୍କ ପାଠର ଆଧୁନିକତା ଏ ଯାଏ ତାଙ୍କ ଗାଁକୁ ସ୍ପର୍ଶ କରିପାରିନି । ଏ ଗ୍ୟାସ, ବିଜୁଳି ଆଲୁଅର ଯୁଗରେ ବି ସନ୍ଧ୍ୟା ହେଲେ ଗାଁରୁ ଭାସି ଆସେ ଘଷି ଧୁଆଁ ଆଉ ବାଦାମ ତେଲର ମିଶମିଶି ବାସ୍ନା । ବିଜୁଳି ଆଲୁଅର ଏଇ ଅଛି ଏଇ ନାହିଁର ଲୁଚକାଳି ଭିତରେ ଲଣ୍ଠନ ନିଜ…

ଅଧିକ ପଢ଼ନ୍ତୁ
Odia Story Danda (ଦଣ୍ଡ) by Soumya Priyadarsini Rath

ଦଣ୍ଡ

ମୋତେ ଖରାବେଳେ ଜମା ନିଦ ହୁଏନି । ଛୁଟି ବେଳେ ଘରେ ଥିଲେ ମା’ ବାହାର ଗ୍ରୀଲରେ ତାଲା ମାରି ଆରାମରେ ଶୋଇପଡ଼େ । ବାପା ଅଫିସ ଯାଇଥାନ୍ତି ଆଉ ମୋ’ ଭାଇଟା ବି ଏତେ ଅଳସୁଆ ଯେ, ଖେଳିବାକୁ କହିଲେ ଠିକ୍ ଅଧା ଘଣ୍ଟା ପରେ ହାଇ ମାରିବ ଆଉ ମା’ ପାଖକୁ ପଳେଇବ ଶୋଇବାକୁ । ଏଥର କିନ୍ତୁ ଲମ୍ବା ଖରା ଛୁଟିରେ ଆମେ ଆଈ ଘର ଗାଁ’କୁ ଆସିଛୁ । ବିରାଟ ଖଞ୍ଜାପରି…

ଅଧିକ ପଢ଼ନ୍ତୁ
Odia Story Endi Chadrara (ଏଣ୍ଡି ଚଦର) Soumya Priyadarsini Rath

ଏଣ୍ଡି ଚଦର

ସୀମା ଆଉ ମୋ ବାହାଘରର ୨ ବର୍ଷ ପୂରିବାକୁ ଆସିଲାଣି ହେଲେ ଗୋଟେ ଦିନ ବି ସାମାନ୍ୟ ମନାନ୍ତର ହେଇନି ଆମ ଭିତରେ । ଆଜି ସକାଳୁ କିନ୍ତୁ ଘରେ ମହାଭାରତ ଯୁଦ୍ଧ । ଲାଗୁଚି ବିବାହ ପରି ଗୁରୁତର ନିଷ୍ପତ୍ତି ନେବାରେ ବହୁତ ଭୁଲ କରିଦେଇଛି ମୁଁ । ଯିଏ ନିଜ ଜୀବନସାଥୀର ସାମାନ୍ୟତମ ଭାବପ୍ରବଣତା ସମ୍ପର୍କରେ ଦାୟିତ୍ୱହୀନ ହେଇପାରୁଛି ଆଗକୁ ଏତେ ବଡ଼ ରାସ୍ତା ତା’ ସହ କିପରି ଚାଲିବ? ମୋ ବୋଉ ଖାଲି…

ଅଧିକ ପଢ଼ନ୍ତୁ
Sei Jhiati - Odia Suspense thriller Story by Soumya Rath

ସେଇ ଝିଅଟି

ସ୍ୱାମୀ ରଜତ, ପୁଅ ରକିକୁ ନେଇ ସୁରୁଖୁରୁରେ ଚାଲିଥିବା ଅବନୀର ସଂସାରରେ ଯେମିତି କାହା ନଜର ଲାଗିଗଲା । ଦିନେ ତା’ ପୁଅ କଲେଜରେ ହଠାତ୍ ଚେତା ହରେଇ ପଡ଼ିଯିବା ପରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଚାଲିଲା । ଶେଷରେ ତା’ର ଏକ ମାତ୍ର ପୁଅ ଯେ ଦୁରରୋଗ୍ୟ ରକ୍ତକର୍କଟରେ ଆକ୍ରାନ୍ତ ଜଣା ପଡ଼ିବା ପରେ, ଅବନୀ ଆଉ ରଜତଙ୍କର ପାଦ ତଳୁ ମାଟି ଖସି ଯାଇଥିଲା । ପୁଅର ଜୀବନ ବଞ୍ଚେଇବା ପାଇଁ ସ୍ୱାମୀସ୍ତ୍ରୀ ଅକ୍ଲାନ୍ତ…

ଅଧିକ ପଢ଼ନ୍ତୁ
Prahari - The Story of a protector

ପ୍ରହରୀ

ପାହାଡ଼ ଜଙ୍ଗଲ ଘେରା ଗାଆଁଟିଏ ମଧୁପୁର । ଅଧିବାସୀମାନେ ପ୍ରାୟତଃ ଆଦିବାସୀ ସମ୍ପ୍ରଦାୟର । ଜଙ୍ଗଲ ଜାତ ଦ୍ରବ୍ୟ ଆଉ ପାହାଡ଼ ଝରଣାରୁ ମିଳୁଥିବା ଦ୍ରବ୍ୟ ହିଁ ତାଙ୍କ ଜୀବନ ଜୀବିକା । ସରଳ ବିଶ୍ୱାସୀ ଆଦିବାସୀମାନେ କେବେ ଡାକ୍ତର, ଓକିଲ ଆଉ ଅଲଗା ଜୀବିକା ଲୋକମାନଙ୍କ ସଂସ୍ପର୍ଶରେ ଆସିବା ତ ଦୂର କଥା ତାଙ୍କୁ ଦେଖି ବି ନଥାନ୍ତି । ଖାଲି ଜଣେ ସହୃଦୟ ଦିଦି ଆଦିବାସୀ ଛୁଆମାନଙ୍କୁ ଆସି ପାଠ ପଢ଼େଇ ଦେଇ ଯାଆନ୍ତି…

ଅଧିକ ପଢ଼ନ୍ତୁ