ସାଇ ପ୍ରକାଶ

ସାଇ ପ୍ରକାଶ ପେଶାରେ ଜଣେ ଇଞ୍ଜିନିୟର ଏବଂ ନିଶା ତାଙ୍କର ଫଟୋଗ୍ରାଫି ଓ ଟ୍ରାଭେଲ୍ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିବା ସହ ଭ୍ରମଣ କାହାଣୀ ଆଦି ରଚନା କରିଥାନ୍ତି ।

nile-nadire-naubihara

ନୀଳନଦୀରେ ନୌବିହାର

ଇତିହାସକୁ ଗପ ଭାବରେ ପଢ଼ିଲେ ବୁଝିବାକୁ ଭାରି ସହଜ ହୁଏ । ଆଉ ଯେତେଦୂର ମୋର ମନେପଡ଼ୁଛି, ଏହାକୁ ବିଷୟ ଭାବେ ଷଷ୍ଠ କି ସପ୍ତମ ଶ୍ରେଣୀରେ ପ୍ରଥମଥର ପାଇଁ ପଢ଼ିବାକୁ ପଡ଼ିଥିଲା । ମୋଗଲ ଶାସନ, ବିଶ୍ୱଯୁଦ୍ଧ ଓ ସ୍ୱାଧୀନତା ସଂଗ୍ରାମ ବିଷୟରେ ପଢ଼ି ଭୟ ଲାଗୁଥିଲା କେମିତି ଏସବୁ ଘଟଣାର ମସିହା ମନେରଖି ପରୀକ୍ଷାରେ ଲେଖିବା । କିନ୍ତୁ ଯେତେବେଳେ ମହେଞ୍ଜୋଦାର ଓ ହରପ୍ପା ଭଳି ସଭ୍ୟତା ବିଷୟରେ ପଢ଼ିବାକୁ ପଡ଼ିଲା, ସେବେ ଭାରି ରୋମାଞ୍ଚକର ଲାଗିଲା । ସବୁଠାରୁ…

ଅଧିକ ପଢ଼ନ୍ତୁ
mukam-karoti-bachalam

ମୁକଂ କରୋତି ବାଚାଳମ୍….

ଭଗବାନଙ୍କ କୃପା ବିନା ସାମାନ୍ୟ ମଣିଷ ଯେ କିଛି ବି ନୁହେଁ, ଏକଥାର ଅନୁଭବ ପ୍ରାୟ ପ୍ରତିଦିନ କୌଣସି ନା କୌଣସି ଘଟଣା ଆମକୁ ସୂଚିତ କରିଥାଏ । ଦ୍ୱିତୀୟ ଚାକିରୀରେ ଯୋଗଦେବା ପାଇଁ ପ୍ରିୟ ଓଡ଼ିଶା ମାଟିକୁ ଛାଡ଼ି ସୁଦୂର ଗୁଜରାଟ ଅଭିମୁଖେ ଯାଇ ପ୍ରଥମ ଦିନରେ ହିଁ ଭଗବାନଙ୍କ ପ୍ରଛନ୍ନ ଆଶୀର୍ବାଦ ପାଇଥିଲି ଯେବେ ଜାଣିଲି କମ୍ପାନୀର ମୂଖ୍ୟ ଅଧିକାରୀଙ୍କ ନିଜସ୍ୱ ସହକାରୀ ଥିଲେ ସ୍ଥାନୀୟ ସମିତିର ଆବାହକ । ତାଙ୍କର ପୃଷ୍ଠପୋଷକତାରେ ସତ୍ୟସାଇ ସଂଗଠନରେ ଯୁବ…

ଅଧିକ ପଢ଼ନ୍ତୁ
bagha-kalikataru-kaptipada

ବାଘା- କଲିକତାରୁ କପ୍ତିପଦା

ଏକ ଶୀତୁଆ ସକାଳରେ ଗାଁ ପାଖ ରେଳ ଷ୍ଟେସନକୁ ଯିବାର ଥିଲା, କଲିକତାରୁ ଆସୁଥିବା ଜଣେ ସମ୍ପର୍କୀୟଙ୍କୁ ପାଛୋଟି ଆଣିବାକୁ। ହେଲେ ଉଠିବା ବେଳକୁ ବିଳମ୍ବ ହୋଇଯାଇଥିଲା। ଯେମିତି ସେମିତି ମୁହଁ ଧୋଇ ଗାଡ଼ି ନେଇ ବାହାରି ପଡ଼ିଲି, ଷ୍ଟେସନ ସାମନାରେ ପହଞ୍ଚି ଶୁଣିଲି ଗାଡ଼ି ଆସିବାରେ ବିଳମ୍ବ ହେବ। ପାଖରେ ଥିବା ଚା’ ଦୋକାନରେ ଗିଲାସେ ଚା’ ମଗାଇ ସକାଳର ଖବରକାଗଜ ଉପରେ ଆଖି ବୁଲାଇଆଣୁଥିଲି, ଜଣେ ଭଦ୍ରବ୍ୟକ୍ତି ଦୌଡ଼ି ଦୌଡ଼ି ଆସି ପଚାରିଲେ ଭାଇ…

ଅଧିକ ପଢ଼ନ୍ତୁ
adrushya-samparka

ଅଦୃଶ୍ୟ ସମ୍ପର୍କ

ସହରର ଶେଷ ପ୍ରାନ୍ତରେ ଥିଲା ମୋ ଘର, ସହର କହିଲେ ଛୋଟ ସହରଟିଏ, ଆଠ–ଦଶ ହଜାରରୁ ଅଧିକ ଜନବସତି ନୁହେଁ ବୋଧେ । ଘରର ସାମନାରେ ମୋରମ ପଡ଼ିଥିବା ଲାଲ୍ ରାସ୍ତା, କଂକ୍ରିଟ କି ପିଚୁ ହୋଇନଥିଲା, ବୋଧେ ସରକାରଙ୍କ ରାସ୍ତା ଯୋଜନାସବୁ ଲାଗୁହୋଇନଥିଲା ସେତେବେଳେ । ରାସ୍ତାର ଆରପଟେ ଥିଲା ସରକାରୀ ଜଙ୍ଗଲ, ଆଗରୁ ଘଞ୍ଚ ଜଙ୍ଗଲ ଥିବା କଥା ଶୁଣିଥିଲି, ସମୟକ୍ରମେ ସେସବୁ ଗଛ କଟା ହୋଇ ସ୍ଥାନୀୟ ଲୋକଙ୍କ ଘର ଓ ଆସବାବପତ୍ର ତିଆରିରେ ଲାଗିଯାଇଥିଲା,…

ଅଧିକ ପଢ଼ନ୍ତୁ