ରାଜେଶ କୁମାର ବାରିକ

ରାଜେଶ କୁମାର ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Bichari

ବିଚାରୀ

ଗତିଶୀଳ ସମୟର ସାମ୍ନା କରିବା ଯେ କେତେ କଷ୍ଟ, ତାହା ହିଁ ସେଇ କହିପାରିବ । ଅଧା ଖରା ଅଧା ଛାଇ ବଗିଚାର ଫୁଲ ଉପରେ ପଡ଼ିଥାଏ, ବସନ୍ତର ମୃଦୁ ମଳୟ ମନକୁ ଆହ୍ଲାଦିତ କରୁଥାଏ, ଆଉ ଆଖିରେ ଭରି ଦିଏ ଆଖିଏ ସ୍ୱପ୍ନ… ହଠାତ୍ ଫୋନ୍ ଆସିଲା ଧାଇଁଯାଇ ଫୋନ୍ ରିସିଭ୍ କରିବା ଆଗରୁ କଟି ଯାଇଥିଲା, କାହିଁକି କେଜାଣି ମନକୁ ଦୁଃଖ କରି ନୀରବରେ ବସିପଡ଼ିଲା, କିଛିବି ବୁଝି ହେଲାନି କି ତାକୁ ପଚାରିବାରେ…

ଅଧିକ ପଢ଼ନ୍ତୁ