ଶୂନ୍ୟତା
କିଛି ତୁନି ତୁନି କିଛି ଚୁପି ଚୁପି ଶବ୍ଦ କହିଯାଏ ଶୂନ୍ୟତା ମତେ । ଭାଗ୍ୟ ନୁହେଁ ପ୍ରାରବ୍ଧ ନୁହେଁ ଶତ ସହସ୍ର ଯୁଗର ପ୍ରେମିକ ସେ ସତେ !! କିଛି ଭିନ୍ନ କିଛି ଅଭିନ୍ନ କେବେ ପୂର୍ଣ୍ଣଛେଦ ନାହିଁ ଖାଲି ପ୍ରଶ୍ନଚିହ୍ନ । କାହିଁକି କେମିତି କେଜାଣି ଜାଣେନା ଯିଏ ସଙ୍ଗେ ଥିଲେ ହାତ ଛାଡ଼ିଦେଲେ, ନିସ୍ତବ୍ଧତାର ରଙ୍ଗରେ ରଙ୍ଗେଇ ମତେ ଶୂନ୍ୟତା ଯେମିତି ପ୍ରେମିକ ମୋ ସତେ !! ପ୍ରତ୍ୟାଶା ପ୍ରିୟଦର୍ଶିନୀ