ପଖାଳ
ପୁଅ ଆଉ କ’ଣ ଦେବି? ଶାଶୂଙ୍କର ଏଇ ପ୍ରଶ୍ନ ଶୁଣି ଡାଇନିଂ ଟେବୁଲ ଉପରେ ସୁନ୍ଦର ସଜ୍ଜା ହୋଇଥିବା ପଖାଳ ପ୍ରସ୍ତୁତି ଉପରେ ଥରେ ନଜର ବୁଲାଇ ଥିଲି ମୁଁ । କେତେ ରକମର ଖାଦ୍ୟ ସଜା ହେଇଥିଲା ଭଳିକି ଭଳି । ଦହି ପଖାଳରେ ଫୁଟା ଯାଇଥିବା ଜିରା ଆଉ ଭୃସଙ୍ଗ ପତ୍ର ପରସ୍ପରକୁ ଏକରକମ ପାତ୍ର ଉପରେ ଭାସିବାକୁ ଯେମିତି ଏକ ପ୍ରତିଯୋଗିତା କରିଚାଲିଥିଲେ । ଆଳୁ ଭର୍ତ୍ତାରେ ପିଆଜ ଆଉ ରସୁଣର ଯୁଗଳ…