ଓଡ଼ିଶୀ ସଙ୍ଗୀତ ଫର ଡମିଜ: ଚମ୍ପୂ ଛାନ୍ଦ ଚଉତିଶା ଆଉ ବାକିସବୁ

Odissi-song-for-dumies

ଓଡ଼ିଶାର ସଙ୍ଗୀତ ବହୁପ୍ରାଚୀନ । ପ୍ରାୟତଃ ସମସ୍ତ ପୁରୁଣା ସାହିତ୍ୟ ଗାନ ପାଇଁ ଉଦ୍ଦିଷ୍ଟ । କାବ୍ୟ ପରମ୍ପରାର ଏଡ଼େ ବ୍ୟାପକ ପ୍ରସିଦ୍ଧି ଥିବାରୁ ଏଗୁଡ଼ିକୁ ସ୍ୱରତାଳବଦ୍ଧ କରି ଶାସ୍ତ୍ରୀୟ ନିୟମାନୁସାରେ ଗାୟନ କରାଯିବାରୁ ଏହା ଶାସ୍ତ୍ରୀୟ ସଙ୍ଗୀତ କୁହାଗଲା ।

ତେବେ ସର୍ବପ୍ରାଚୀନ ଓଡ଼ିଆ ସାହିତ୍ୟ ହେଲେ ଚର୍ଯ୍ୟାପଦ । ପ୍ରାଚୀନ ବୌଦ୍ଧ ପରମ୍ପରାରେ ରଚିତ ଏହି ଗୀତଗୁଡ଼ିକ ଆଜିକାଲିର ରୁଚିରେ ଅମାର୍ଜିତ ଏବଂ ସ୍ଥାନେ ସ୍ଥାନେ ଅପ୍ରୀତିକର ହୋଇପାରେ । ଡାହୁକବୋଲିର ଏହି କବିମାନଙ୍କ ପ୍ରଭାବ ରହିଛି ।

ତାପରେ ଆସିଲେ ଦ୍ୱାଦଶ ଶତାବ୍ଦୀର ଜୟଦେବ, ଯେ କି ବିଶ୍ୱକୁ ଦେଲେ ରାଧାଙ୍କ ପ୍ରଥମ ଚିତ୍ର । ଶାସ୍ତ୍ରୀୟ ରାଗତାଳରେ ଶୁଦ୍ଧସଂସ୍କୃତ ଏପରି କୋମଳପଦ ସଂଯୋଜନା କଲେ ଯେ ଲୋକେ ସ୍ତବ୍ଧ ହୋଇଗଲେ ତାଙ୍କ କବିତାର ଉଚ୍ଚାରଣରେ ଜନ୍ମ ହେଉଥିବା ଚମତ୍କାର ଦ୍ୱାରା । ଉଦାହରଣ

ଲଳିତଲବଙ୍ଗଲତାପରିଶୀଳନକୋମଳମଳୟସମୀରେ

କେବଳ ଗୋଟେ ଅକ୍ଷରରେ ପଦ ରଚନା କରିବା ନଥିଲା ତାଙ୍କ ଲକ୍ଷ୍ୟ, ଥିଲା କେବଳ ମଧୁରପଦାବଳୀରେ ରାଧାକୃଷ୍ଣ ପ୍ରେମ ବର୍ଣ୍ଣନା କରିବା ।

ଏହି ଜୟଦେବ ହିଁ ତାଙ୍କ ପରର ପାଖାପାଖି ସମସ୍ତ କବିଙ୍କଟ୍ରିଗର୍’ ।

ଅଭିମନ୍ୟୁ ସାମନ୍ତସିଂହାର ତାପରେ ଆସି ରଚିଗଲେଶ୍ରୀରାଧା ବାତୁଳୀନିଜ ବିଦଗ୍ଧ ଚିନ୍ତାମଣିରେ । ଭଞ୍ଜେ ଜଟିଳ ନିୟମ ମଧ୍ୟରେ ରହି ମଧ୍ୟ ଭାବର ଏପରି ପରିସ୍ଫୁଟନ କଲେ ଯେ ଲୋକେ ତାଙ୍କ କବିତାକୁ ଗାଁଗାଁରେ ଗାଇଲେ । କବି ବନମାଳୀ ପ୍ରତ୍ୟକ୍ଷଦର୍ଶନ କରି ଜଗନ୍ନାଥଙ୍କ ଯାତ୍ରା ବର୍ଣ୍ଣନା କରି ମର୍ମସ୍ପର୍ଶୀ ଓଡ଼ିଶୀ ଗୀତ ଲେଖିଲେ । ଭକ୍ତଚରଣ ଦାସଆରେ ବାବୁ ଶ୍ୟାମଘନକହଇ ମନ ଆରେଲେଖି ଅମର ହୋଇଗଲେ । କବି ଗୋପାଳକୃଷ୍ଣ ଭକ୍ତି ଏବଂ ପ୍ରେମରସର ଗୀତ ରଚନା କଲେ । ତାଙ୍କରି ଲିଖିତକି ନାଦରେ ପ୍ରାଣ ସଂଗିନୀଶ୍ୟାମକୁ ଜୁହାର ସ୍ୱର ସଭିଙ୍କୁ ଛୁଇଁଦେଲା । ବନମାଳୀଙ୍କ ଭଳି ନିଜକୁ ଅତିକ୍ଳିଷ୍ଟ ଶବ୍ଦଠୁଁ ଦୂରେଇ ଗୀତ ଲେଖିଲେ । କବିସୂର୍ଯ୍ୟ ଆସି ଚମ୍ପୂକୁ ନିଜ କାଳଜୟୀ କୀର୍ତ୍ତି କରିନେଲେ । ଭୀମଭୋଇ ତାଙ୍କ ବିଚିତ୍ର ଗୀତ ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରି ଶିଖାଇଲେ ବିଶ୍ୱର ତତ୍ତ୍ୱ । ନିଜକୁ ହୀନ ମନେ କରି ଯବନ କବି ସାଲବେଗ ଏପରି ସରଳ ଭାବପୂର୍ଣ୍ଣ ଢଙ୍ଗରେ ଜଣାଣ କଲେ ଯେ ଜଗନ୍ନାଥ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଗଲେ । ‘ଆହେ ନୀଳ ଶଇଳପରି ଗୀତ ଆଉ ଅଛି? ନାକେଣେ ଘେନି ଯାଉଛ ଜଗନ୍ନାଥଙ୍କୁଭଳି ଆଉ ଗୀତ ଅଛି? ପଞ୍ଚସଖା କାହିଁ କେଉଁ କାଳରୁ ମାଳିକା, ଭାଗବତ, ଲକ୍ଷ୍ମୀପୁରାଣ ଲେଖି ଓଡ଼ିଶୀ ଆକାଶରେ ଅପୂର୍ବ ସ୍ଥାନରେ ରହିସାରିଥିଲେ ।

ତା’ ପରେ ଆସିଲେ କବିଚନ୍ଦ୍ର, ନୂତନ ଯୁଗର  ସ୍ରଷ୍ଟା ଏବଂ ପୁରାତନର ରକ୍ଷାକର୍ତ୍ତା । ଆଜି ଓଡ଼ିଶୀ ନାଚ ବା ଗୀତ ହେଉ, ଯାହା ଅଛି ତାଙ୍କରି ପାଇଁ ବାଳକୃଷ୍ଣ ଦାସ ପରେ ଆସି ପ୍ରତି ରେଡ଼ିଓରେ ନିଜ ସ୍ୱରରେ ଓଡ଼ିଶୀ ସ୍ୱର ଘରେ ଘରେ ଗୁଞ୍ଜରିତ କରିଦେଲେ ।

ମୁଖ୍ୟତଃ ପାଞ୍ଚ ଭାଗରେ ବିଭକ୍ତ କରିହେବ ଏହି ବିଶାଳ ସଙ୍ଗୀତ ସାହିତ୍ୟକୁ

ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ, ଚଉତିଶା ଏବଂ ଭଜନଜଣାଣ ଇତ୍ୟାଦି ।

ଚାଲନ୍ତୁ ଗୋଟି ଗୋଟି ଦେଖିବା

ଭଜନ, ଜଣାଣ, ଗୁହାରି

ଏଗୁଡ଼ିକ ଅର୍ଥଗତ ଭେଦ ରହିଛି, କିନ୍ତୁ ଆଜିକାଲି ଏହା ଏତେ ବର୍ଗୀକୃତ କରାଯାଏନା । ଜଣାଣ ହେଲା ଯେଉଁଥିରେ କିଛି ଜଣାଯାଉଥିବ, ଭଜନ ହେଲା ଠାକୁରଙ୍କୁ ଭଜିବା, ମନାସ ହେଲା କାହାକୁ ମନରେ ଭାବିବା, ଇତ୍ୟାଦି ।

ଚଉତିଶା

ଚଉତିଶଟି ଅକ୍ଷରେ ୩୪ଟି ପଦ, ଏହା ହିଁ ଚଉତିଶା । କିପରି ହେବ ଏହା ଉପରେ କିଛି ବନ୍ଧନ ନାହିଁ ।

ଚମ୍ପୂ

ଏହା ବିଷୟରେ ବହୁତ କହିସାରିଲିଣି । ଏଥିରେ ୩୪ଟି ବ୍ୟଞ୍ଜନ ବର୍ଣ୍ଣ ପାଇଁ କ୍ରମରେ ୩୪ଟି ଗୀତ ଥାଏପ୍ରତି ଗୀତର ସମସ୍ତ ଧାଡ଼ି ତାହାରି ନିର୍ଦ୍ଦିଷ୍ଟ ଅକ୍ଷରରେ ଆରମ୍ଭ ହୁଏ ।

ଜାଣିନିଅନ୍ତୁ ଯେ ଚମ୍ପୂ କୌଣସି ନିର୍ଦ୍ଦିଷ୍ଟ ଗ୍ରନ୍ଥର ନାମ ନୁହେଁ, କେବଳ ଏକ genre । କବିସୂର୍ଯ୍ୟ ଏହି ପରି ଏକ ଗ୍ରନ୍ଥ ରଚି ତାର ପଦ୍ୟ ଅଂଶ ଓଡ଼ିଆ ଭାଷାରେ ଲଖିଲେ କିନ୍ତୁ ଗଦ୍ୟଟିକୁ ସଂସ୍କୃତରେ । ଏହି ଗ୍ରନ୍ଥ ଏତେ ଜନପ୍ରିୟ ଏବଂ ଆଦୃତ ହେଲା ଯେ କେବଳଚମ୍ପୂବୋଲି କହିଲେ ଲୋକେ କବିସୂର୍ଯ୍ୟଙ୍କ କିଶୋରୀ ଚମ୍ପୂକୁ ହିଁ ବୁଝିଲେ । ଅନ୍ୟ ଚମ୍ପୂ ଲେଖା ବି ଅଛନ୍ତି, କିନ୍ତୁ କବିସୂର୍ଯ୍ୟଙ୍କ ଚମ୍ପୂ ଅତୁଳନୀୟ । ଏହି ଚମ୍ପୂ ଅତି ବିରଳ, ଏବଂ ଅନ୍ୟତଃ ପରିଦୃଷ୍ଟ ହୁଏନା ।

ଛାନ୍ଦ

ଯେଉଁ ଗୀତଗୁଡ଼ିକ କେତୋଟ ପୂର୍ବନିର୍ଦ୍ଧାରିତ ସ୍ୱରରେ, ତାଳରେ ଗାନ କରାଯାଏ ଏବଂ ନିର୍ଦ୍ଦିଷ୍ଟ ଛନ୍ଦରେ ଲେଖାଯାଏ, ତାହା ଛାନ୍ଦ । ଭାବନ୍ତୁ, ଆପଣ ଏକ ସଂସ୍କୃତ ଶ୍ଳୋକଟେ ଗାଇବେ । କହୁକହୁ ଆପଣଙ୍କ କାନରେ ଏକ ଜଣାଶୁଣା ସ୍ୱର ଶୁଭୁଥିବ । ତାହା ଏକ ଛନ୍ଦ, ଅନୁଷ୍ଟୁପ୍ ଛନ୍ଦ । ନୂଆ ଶ୍ଳୋକଟେ ଦେଲେ ବି ପୂରା ସେହି ଶୈଳୀରେ ଆପଣ ଆରାମରେ ଗାଇ ପାରିବେ । କିନ୍ତୁ କେବେ କେବେ ଆପଣ ଗୋଟିଏ ସ୍ତୋତ୍ର ଦେଖନ୍ତି ଯାହା ଗାଇବା ଶୈଳୀ ଭିନ୍ନତାହା ଅନ୍ୟ ଛନ୍ଦରେ ଲିଖିତ । ଠିକ ସେହିପରି ଛାନ୍ଦ ।

ପୂର୍ବରୁ ନିର୍ଦ୍ଧାରିତ ଅକ୍ଷରସଂଖ୍ୟାକୁ ମନରେ ରଖି କବିତା ଲେଖାଯାଏ ତାହାକୁ କାହିଁ କେଉଁ କାଳରୁ ଚାଲି ଆସୁଥିବା ସ୍ୱରରେ ବୋଲାଯାଏ । ଏଭଳି ଶହଶହ ଢାଞ୍ଚା ରହିଛି । ପ୍ରତ୍ୟେକ ଗୋଟିଏ ଛନ୍ଦ ବା ବୃତ୍ତ ପ୍ରତ୍ୟେକର ଗୋଟିଏ ବିଶେଷ ନାଥାଏ, ଯେପରିଗୁଜ୍ଜରୀ, ରସକୁଲ୍ୟା ବା ଋଷିକୁଲ୍ୟା, ଚୋଖି ଇତ୍ୟାଦି । ବିଭନ୍ନ ଅକ୍ଷରସଂଖ୍ୟା ହେଲେ ଛନ୍ଦ ବା ବୃତ୍ତ ବଦଳିଯାଏ । ତେଣୁ ଯଦି ଗୋଟିଏ ଗୀତର ସମସ୍ତ ପଦଗୁଡ଼ିକର ଅକ୍ଷରସଂଖ୍ୟା ଦୃଷ୍ଟିରୁ ଢାଞ୍ଚା ସମାନ, ତାହା ଛାନ୍ଦ ହେବାର ସମ୍ଭାବନା ରହିଛି ।

ପ୍ରକୃତରେ ଛାନ୍ଦ ସ୍ୱରଗୁଡ଼ିକ ସବୁଠୁ ଜଟିଳ, ବିରଳ ଖାଣ୍ଟି । ଗାଁଗାଁରେ ଏହି ଛାନ୍ଦ ସ୍ୱର ଆଜି ସୁଦ୍ଧା ପ୍ରଚଳିତ । ମନେ ଅଛିଧୀରେ ଘେନ କାନନରେ’?

ଓଡ଼ିଶୀ

ସାଧାରଣ ଓଡ଼ିଶୀ ଗୀତଗୁଡ଼ିକ ଏହି ନାମରେ ପରିଚିତ । ସବୁ ରଚନା ଭିନ୍ନ ଭିନ୍ନ ସ୍ୱରରେ, ଯେପରିତୋ ଲାଗି ଗୋପଦାଣ୍ଡଶ୍ୟାମକୁ ଜୁହାର‘ । ପ୍ରକୃତରେ ଏହାକୁ ଚଉପଦୀ କୁହାଯାଉଥିଲା । ଆଜିକାଲି ଓଡ଼ିଶୀ ଗୀତ କହିବାରୁ ନୂଆ ଶିଖାଳିମାନେ ଓଡ଼ିଶୀ କହିଲେ ସଙ୍ଗୀତର ଧାରା ନା ତାହାର ଗୋଟିଏ ଶାଖା/ପ୍ରକାର ଏଥିରେ କନଫିଉଜି ହୁଅନ୍ତି ।

ସେ ଯାହା ହେଉ, ୩୦୦ ବର୍ଷ ତଳରଦେଖ ଗୋ ରାଧାମାଧବ ଚାଲିଆଜିଯାଏଁ ଓଡ଼ିଶାର ଟାଇଟଲ ସଙ୍ଗ ହୋଇ ରହିଛି, କଣ କମ କଥା?

ଶାସ୍ତ୍ରୀୟ ମାନେ କଣ ଆମ ଲୋକଗୀତ ସବୁକୁ ଛାଡ଼ି ମିନିଟରେ କେତେଥର ସ୍ୱର ଥରେଇକରିପାରିବା ତାକୁ ହିଁ ଆମ ସଙ୍ଗୀତ ବୋଲିବା? ମୋ କ୍ଷୁଦ୍ର ବୁଦ୍ଧିରେ ଏସବୁ ପଶେନିପ୍ରକୃତରେ ଏସବୁ ଆମ ସଙ୍ଗୀତ କେବେ ନଥିଲେ । ହେଲେ ଓଡ଼ିଶୀ ବିଶେଷଣ କାହାକୁ ଦେବା?

କ୍ଷେତରେ ଧାନ ବୁଣୁଥିବା ବେଳେ ନିଧିଆ ଚାଷିର ଗଳାରୁ ଆସୁଥିବା ଚାଷି ଗୀତ ଓଡ଼ିଶୀ ଗୀତଗାଁର ଦୋଳ ଉଚ୍ଛବରେ କୁଞ୍ଜରେ ମଦନମୋହନ ଝୁଲୁଥିବା ବେଳେ ଝୁଲ ହେ ମଣିମା ଶବଦ ବି ଓଡ଼ିଶୀ ଗୀତସିଂହଦୁଆର ବାହାରେ ଜଗନ୍ନାଥେଙ୍କର ଲକ୍ଷ୍ମୀଙ୍କ ପ୍ରତି କରୁଣ ମାନଭଞ୍ଜନ ମଧ୍ୟ ଓଡ଼ିଶୀ ସଙ୍ଗୀତଝିଅ ଘରୁ ବିଦା ହେଲାବେଳେ ବାହୁନୁଥିବା କବିତା ମଧ୍ୟ ଓଡ଼ିଶୀ ଗୀତପିଲାଟେ ଜନମ ହେଲେ ସତ୍ୟନାରାୟଣ ପାଲାରେ ବୋଲାଯାଉଥିବା ଉଦ୍ଧୃତି ମଧ୍ୟ ଓଡ଼ିଶୀ ଗୀତବଡ଼ଦାଣ୍ଡରେ ଚନ୍ଦନ ପଟୁଆର ବେଳେ ବୃଦ୍ଧଙ୍କର ଫଟା ତଣ୍ଟି ଝାଞ୍ଜ ମାଦଳ ସହମଣି ବିମାନେ ଗୋବିନ୍ଦଧ୍ୱନି ମଧ୍ୟ ଓଡ଼ିଶୀ ଗୀତଆଉ ରାମତାଳି ଦାସକାଠି ଧରି ଝୁଲୁଁ ଝୁଲୁଁ ମୁଖରୁ ଝରୁଥିବାରାମ ହେ ରାମ ହେ, ନବୀନ ସୁନ୍ଦର ଘନଶ୍ୟାମ ହେମଧ୍ୟ ଓଡ଼ିଶୀ ସଙ୍ଗୀତ ।

ପ୍ରତୀକ ପଟ୍ଟନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...