ଓଡ଼ିଆ ଭାଷାରେ ଓଡ଼ିଆ ଲୋକଙ୍କ ଦ୍ୱାରା ରଚିତ କିଛି ଗଳ୍ପ, ପ୍ରବନ୍ଧ, କବିତା, ଭ୍ରମଣ କାହାଣୀ, ଆତ୍ମକଥା, ବ୍ୟଙ୍ଗ ରଚନା ଆଦିକୁ ନେଇ ପରିକଳ୍ପନା କରାଯାଇଥିଲା ଏହି ଶୁଭପଲ୍ଲବର । ଏହି କିଛିବର୍ଷର ଯାତ୍ରାରେ, ଇ-ପତ୍ରିକାରୁ, ବିଭିନ୍ନ ଭାଷାରେ ୱେବ୍ ପୋର୍ଟାଲ୍, ପ୍ରକାଶନ, ଇ-ଷ୍ଟୋର୍ ଆଦି ଜନ୍ମନେଇଛି । ଆଗକୁ ବଢ଼ିବାର ଲକ୍ଷ୍ୟ ନେଇ ଆଗେଇ ଚାଲିଛୁ ସଭିଙ୍କୁ ସାଙ୍ଗରେ ନେଇ ।
ଅଧିକ ପଢ଼ନ୍ତୁ→
୨୦୨୩ ମସିହାର ନିଳାଦ୍ରୀବିଜେ ତଥା ରସଗୋଲା ଦିବସ ଅବସରରେ ଶୁଭପଲ୍ଲବର ୫୨ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୦ ଗୋଟି ଆଲେଖ୍ୟ ଥିଲା ।
ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।