ମଣିଷ ଜୀବନ

Odia Poem Manisa Jibana (ମଣିଷ ଜୀବନ) by Susmita Bavi

ଦୁଇ ଦିନର ଏ ମଣିଷ ଜୀବନ
କାହିଁକି ରଖିବା ରାଗ ଅଭିମାନ
ଇଶ୍ୱର ସୃଷ୍ଟିରେ ସଭିଁଏ ସମାନ
ବାଣ୍ଟି ଚାଲିବା ବନ୍ଧୁ ଶ୍ରଦ୍ଧା ସମ୍ମାନ ॥

ଆସିଛେ ଏକା ଯିବା ହିଁ ଏକା
କେହି ଯିବେ ନାହିଁ ଆମ ସାଥିରେ
ଯାହା ଆଣିଥିବା ତାହା ହିଁ ନେବା
କେହି ନେବେ ନାହିଁ ବାଟିଏ ॥

ପୁଙ୍ଗୁଳା ଦେହରେ ଜନମ ହୋଇଛେ
ପୁଙ୍ଗୁଳା ଯିବା ଆମେ ଚାଲି
ଗର୍ବ ଅହଂକାର କାହିଁକି କରିବା
ଶରୀର ତ ମାଟି ବାଲି ॥

ଏନ୍ତୁଡିରୁ ଜୁଇ ଦୁଇଟି ନିଆଁ
କୁଣିଆ ଆମେ ଏଠି ଦୁଇ ଦିନିଆ
ଆଜି ମଲେ କାଲିକି ହେବ ଦୁଇଦିନ
ଭୁଲିଯିବେ ସମସ୍ତେ ପରେ ଦଶଦିନ ॥

ଟଙ୍କା ପଇସା ବନ୍ଧୁ ନୁହେଁ ମୂଲ୍ୟବାନ
ଶ୍ରଦ୍ଧା ଭଲପାଇବା ରଖିବା ସମାନ
କରିବା ନାହିଁ କାହାକୁ କେବେ ଅପମାନ
ମଣିଷ ଆମେ ପରା ସଭିଏଁ ସମାନ ॥

ଗର୍ବ ଅହଂକାର କାହିଁକି କରିବା
କାହିଁକି ନିନ୍ଦା ଅପମାନ ସାଥିରେ ନେବା
ସମ୍ମାନ ସହଯୋଗ ସଭିଙ୍କୁ କରିବା
ପର ଆପଣାର କିଛି ନ ଭାବିବା ॥

ସମସ୍ତେ ଚାଲିବା ସତ ମାର୍ଗରେ
ଦାନ ଧର୍ମ କରିବା ନିଜ ହାତରେ
ଧନୀ କି ଗରିବ ନାହିଁ ଭେଦରେ
ସମସ୍ତେ ଏଠି ଦୁଇ ଦିନିଆ କୁଣିଆରେ ॥

– ସୁସ୍ମିତା ବାଭୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...