Pramod Kumar Panda

ପ୍ରମୋଦ କୁମାର ପଣ୍ଡା

ଠିକଣା: ବ୍ରହ୍ମପୁର, ଓଡ଼ିଶା
ମୋବାଇଲ: +91-8763244888
ଇ-ମେଲ: [email protected]

ପ୍ରମୋଦ କୁମାର ପଣ୍ଡା, ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ । ତାଙ୍କର ପିଲାଦିନରୁ ଲେଖାଲେଖିରେ ଆଗ୍ରହ ଥିଲା ଆଉ ଅଭ୍ୟାସ ମଧ୍ୟ । ୧୯୭୫ ଜାନୁୟାରୀ ମାସରେ କଟକରୁ ପ୍ରକାଶ ହେଉଥିବା ମେଘମାଳାରେ ତାଙ୍କର ପ୍ରଥମ ଗଳ୍ପ ‘ନିଃସଙ୍ଗ ନକ୍ଷତ୍ର’ ପ୍ରକାଶିତ ହୋଇଥିଲା । ୧୯୭୭ରେ ତାଙ୍କର ପ୍ରଥମ ଉପନ୍ୟାସ ପ୍ରକାଶିତ ହୋଇଥିଲା, ଯାହାର ନାମ ଥିଲା ‘ସାଗରବେଳା’ । ୧୯୮୨ ଜାନୁୟାରୀ ମାସରେ ତାଙ୍କର ଦ୍ବିତୀୟ ଗଳ୍ପ ‘ମନ ଅଗଣାରୁ’ ପ୍ରକାଶିତ ହୋଇଥିଲା ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ମାସିକ ପତ୍ରିକା ସୁଚରିତାରେ । ଏହାପରେ ୧୯୮୫ ମସିହାରେ ସମ୍ବାଦ ସାପ୍ତାହିକୀ ସାହିତ୍ୟ ପୃଷ୍ଠାରେ ଦୁଇଟି ଗଳ୍ପ ‘ଉପେକ୍ଷିତ ପ୍ରତୀକ୍ଷା’ ଓ ‘ଦ୍ବିପହରର ଛାଇ’ ପ୍ରକାଶିତ ହୋଇଥିଲା।

ଏହି ସବୁ ଭିତରେ ସେ ବ୍ୟସ୍ତ ହୋଇଗଲେ ତାଙ୍କର କର୍ମମୟ ଜୀବନ ଆଉ ପାରିବାରିକ ସଂସାର ମଧ୍ୟରେ । ଏକ ଦୀର୍ଘ ସମୟର ଅନ୍ତରାଳ ପରେ, ଚାକିରୀ ଜୀବନରୁ ସ୍ବେଛାକୃତ ଅବସର ନେଲାପରେ, ସେ ପୁଣିଥରେ ଆରମ୍ଭ କରିଥିଲେ ଲେଖାଲେଖି । ଆଉ ଏହି ଲେଖାଲେଖିର ମୂଳଦୂଆ ପଡ଼ିଥିଲା ଶୁଭପଲ୍ଲବର (ପୂର୍ବନାମ: ନବପଲ୍ଲବ) ପ୍ରଥମ ସଂସ୍କରଣ ଜରିଆରେ । ଯେତେବେଳେ ଶୁଭପଲ୍ଲବର ପ୍ରଥମ ସଂସ୍କରଣ ପ୍ରକାଶ ପାଇବାପାଇଁ ବିଜ୍ଞପ୍ତି ବାହାରିଲା, ସେତେବେଳେ ସେ ପଠାଇଥିଲେ ତାଙ୍କ ରଚିତ ଏକ ଗଳ୍ପ, ‘ନିସ୍ତବ୍ଧତାର ସ୍ବର’ । ସ୍ୱାମୀ ବିବେକାନନ୍ଦଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଉପରେ ତାଙ୍କର ରଚନାକୁ ପ୍ରଶଂସାରେ ପୋତି ପକାଇଥିଲେ ଅନେକ ପାଠକ । ଏହାପରେ ଆରମ୍ଭ ହୋଇଥିଲା ତାଙ୍କ ରଚନାର ୨ୟ ଇନିଂସ୍ । ସେହି ମାସ ଆହ୍ବାନରେ ପ୍ରକାଶିତ ହୋଇଥିଲା ‘ବିଳମ୍ବିତ ପ୍ରହର’ ଏବଂ ତା’ ପରେ ପରେ ପ୍ରାୟ ଶୁଭପଲ୍ଲବ, ଆହ୍ବାନ, ମାତୃଭୂମି: ଆସ ଫେରିଯିବାରେ ତାଙ୍କ ରଚିତ ବିଭିନ୍ନ କାହାଣୀମାନ ପ୍ରକାଶିତ ହୋଇ ଆସୁଛି । ଏଥି ସହିତ ମିରାକୀ, ଇଓର କୋଟ୍ ଭଳି ବିଭିନ୍ନ ଆପ୍ ଏବଂ ତାଙ୍କ ବ୍ଲଗ୍‌ରେ ପ୍ରକାଶ ପାଉଛି ତାଙ୍କର ଅନେକ ରଚନାବଳୀ ।

Close Menu