You are currently viewing କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଖାଲି ମାସ୍କ୍ ବ୍ୟବହାର କରିବା ଜରୁରୀ କି?
କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଖାଲି ମାସ୍କ୍ ବ୍ୟବହାର କରିବା ଜରୁରୀ କି?

କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଖାଲି ମାସ୍କ୍ ବ୍ୟବହାର କରିବା ଜରୁରୀ କି?

ଅଧୁନା କରୋନା ଭୂତାଣୁ ବିଶ୍ୱ ସମୁଦାୟକୁ ଏକ ବଡ଼ ସଙ୍କଟରେ ପକେଇ ଦେଇଥିବାବେଳେ ଭାରତରେ ଏହାର ଉପସ୍ଥିତି ମଧ୍ୟ ଲୋକମାନଙ୍କୁ କେତେକାଂଶରେ ଭୟଭୀତ କରିଛି । ଏହି ଭୟର ଲାଭ ଉଠାଇ କେତେ ଲୋକ ମଧ୍ୟ ଅପପ୍ରଚାର କରିବାରେ ଲାଗିଛନ୍ତି । ସେହିଭଳି କିଛି ଅପପ୍ରଚାରକୁ ସାମ୍ନାରେ ରଖି ଏବଂ ମୁହଁରେ ଲଗାଇବାକୁ ଥିବା ମାସ୍କ କେମିତି ବ୍ୟବହାର କରିବେ, ସେ ଉପରେ ଡ. ଦୀପକ କର ମହୋଦୟଙ୍କ ଦ୍ୱାରା ଏହି ଆଲେଖ ।

(ଅନେକ ବ୍ୟକ୍ତିଙ୍କ ମନ ଭିତରର ପ୍ରଶ୍ନର ଉତ୍ତର ପାଇବାପାଇଁ ପଢ଼ନ୍ତୁ । ଜାଣିରଖନ୍ତୁ ତଳ ସମସ୍ତ ତଥ୍ୟ ବିଜ୍ଞାନସମ୍ମତ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଜାରି ହୋଇଛି ।)

ପ୍ରଶ୍ନ ୧: ମେଡିକାଲ୍ ମାସ୍କ୍ ପିନ୍ଧିଲେ କରୋନା ପ୍ରଭାବରୁ ମୁକ୍ତ ରହିବି କି?
ଉତ୍ତର: କେବଳ ମାସ୍କ ପିନ୍ଧି ଆପଣ ନିଜକୁ କରୋନା ପ୍ରଭାବରୁ ରକ୍ଷା କରିପାରିବେ ନାହିଁ । ଏହା ସହିତ ଆପଣଙ୍କୁ ସ୍ୱଚ୍ଛତା ମଧ୍ୟ ଅବଲମ୍ବନ କରିବାକୁ ହେବ । ଅନାବଶ୍ୟକ ପରିସ୍ଥିତିରେ ମାସ୍କ ପିନ୍ଧିବାର ଇଚ୍ଛା କରିବାର ଅର୍ଥ ଆପଣ ପରୋକ୍ଷରେ ମୂଲ୍ୟ ବୃଦ୍ଧିରେ ଅଂଶ ଗ୍ରହଣ କଲେ ।

Virus, Protection, Coronavirus, Woman, Face, Mask

ପ୍ରଶ୍ନ ୨: ତେବେ ମାସ୍କ୍ କିଏ ପିନ୍ଧିବା ଉଚିତ?
ଉତ୍ତର: ଯଦି ଆପଣ କୌଣସି ଶ୍ୱାସନଳୀ ସଙ୍କ୍ରମଣଜନିତ ରୋଗୀ ବା କୌଣସି ସଙ୍କ୍ରମିତ ରୋଗୀଙ୍କ ସେବା ଶୁଶ୍ରୁଷାରେ ନିୟୋଜିତ ବା କୌଣସି ଚିକିତ୍ସାଳୟରେ ନିଜର ସଙ୍କ୍ରମଣଜନିତ ରୋଗର ଚିକିତ୍ସା ପାଇଁ ଅଛନ୍ତି ବା ସଙ୍କ୍ରମଣର ନିକଟତର ଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀ, ତେବେ ମାସ୍କ୍ ପିନ୍ଧିବା ଉଚିତ । ଯଦି ସ୍ୱାସ୍ଥ୍ୟକର୍ମୀଙ୍କ ତତ୍ତ୍ବାବଧାନରେ କୌଣସି କରୋନା ସନ୍ଦିଗ୍ଧ ବା ଚିହ୍ନିତ ରୋଗୀ ଅଛନ୍ତି ତେବେ ମେଡିକାଲ୍ ମାସ୍କ୍ ପିନ୍ଧିବା ଉଚିତ । ରୋଗୀର ଇନଟୁବେସନ ବା ସିପିଆର୍ ପରି ପ୍ରଣାଳୀ ସହ ସଂପୃକ୍ତି ଥିଲେ ବିଶେଷ ଧରଣର ମେଡିକାଲ ମାସ୍କ୍, ଯାହା N95 ବା FFP2 ଭାବେ ଜଣାଶୁଣା, ତାହାର ବ୍ୟବହାରର ଆବଶ୍ୟକତା ପଡ଼େ ।

Respiratory Protection, China, Mouth Guard, Sars

ପ୍ରଶ୍ନ ୩: ମେଡିକାଲ ମାସ୍କ୍ ପିନ୍ଧିବାର କ’ଣ ବିଶେଷ ବିଧି ବା ସୋପାନ ଅଛି?
ଉତ୍ତର: ଆଜ୍ଞା ହଁ, ପିନ୍ଧିବା ସମୟରେ ଏହା ଯେପରି ନାକ ଏବଂ ମୁହଁକୁ ସମ୍ପୂର୍ଣ୍ଣ ଘୋଡ଼ାଇବ, ସେଥିପ୍ରତି ଧ୍ୟାନ ଦେବେ । ପିନ୍ଧିଥିବା ଅବସ୍ଥାରେ ମାସ୍କ୍‌ର ସମ୍ମୁଖଭାଗକୁ ହାତରେ ଛୁଅନ୍ତୁ ନାହିଁ । ଖୋଲିବାବେଳେ ଯଦି ହାତ ଲାଗିଯାଏ, ତେବେ ହାତକୁ ଭଲଭାବରେ ଧୋଇନିଅନ୍ତୁ । କିଛିସମୟ ପିନ୍ଧିଲାପରେ ମାସ୍କ୍ ଯଦି ଓଦା ହେଇଯାଏ, ତେବେ ଏହାକୁ ବଦଳାଇଦେବା ଉଚିତ। ଡିସପୋଜେବଲ୍ ବା ସିଙ୍ଗଲ୍ ୟୁଜ ମାସ୍କ୍ ପୁନଃ ବ୍ୟବହାର ଉପଯୋଗୀ ନୁହେଁ, ସେଥିପ୍ରତି ଯେଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ ।

କୌଣସି ପରିସ୍ଥିତିରେ ବଜାରରେ ଉପଲବ୍ଧ କପଡ଼ାରେ ତିଆରି ମାସ୍କ୍, ମେଡିକାଲ୍ ମାସ୍କ୍‌ର ବିକଳ୍ପ ନୁହେଁ । କପଡ଼ା ମାସ୍କ୍‌ରେ ବୀଜାଣୁ/ଭୂତାଣୁ ସୁବିଧାରେ ବଢ଼ିପାରନ୍ତି ଏବଂ ଏହା ସ୍ୱାସ୍ଥ୍ୟକର ନୁହେଁ । କରୋନା ବା ଯେକୌଣସି ଭୂତାଣୁଜନିତ ସଂକ୍ରମଣ ରୋକିବାରେ ଏହାର କୌଣସି ଉପାଦେୟତା ନାହିଁ । ବଜାରରେ ଅଥାବା ଫୁଟ୍‌ପାଥ୍‌ରେ ବିକ୍ରି ହେଉଥିବା କପଡ଼ା ମାସ୍କ ଆଦୌ କିଣନ୍ତୁ ନାହିଁ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ଦୀପକ କର ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଜଡ଼ିତ ।