You are currently viewing କରୋନା ଭୂତାଣୁ ସମ୍ପର୍କରେ କିଛି ଜାଣିବା କଥା
corona-virus-updates

କରୋନା ଭୂତାଣୁ ସମ୍ପର୍କରେ କିଛି ଜାଣିବା କଥା

କରୋନା ଭୂତାଣୁ ଉପରେ ଅନେକ ସ୍ଥାନରେ ଅନେକ ଚର୍ଚ୍ଚା ଚାଲିଛି, ଅନେକ ଗୁଜବ ମଧ୍ୟ ପ୍ରତ୍ୟେକଦିନ ବିଭିନ୍ନ ସୋସିଆଲ୍ ମିଡିଆ ମାଧ୍ୟମରେ ଆସୁଛି । ସରକାରୀ ସ୍ତରରେ ମଧ୍ୟ ଅନେକ ସତର୍କତାମୂଳକ କଥା ଆସୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ସରକାରୀ ସ୍ତରରେ ଜାରୀ ହୋଇଥିବା ସତର୍କତା ମୂଳକ କଥା ସବୁକୁ ମିଶେଇକି ଏହି ତଥ୍ୟଗୁଡ଼ିକୁ ଓଡ଼ିଆରେ ଲେଖୁଛୁ । ଆଶା କରୁଛୁ ଏହା ଏହି ଭୂତାଣୁକୁ ଭଲରେ ଜାଣିବାକୁ ସହାୟକ ହେବ ।

୧) ଯେଉଁମାନେ ଏବେ ବାହାର ରାଜ୍ୟ/ଦେଶରୁ ଆସୁଛନ୍ତି, ଘରେ ପହଞ୍ଚିବାପରେ Self Reporting Format ପୂରଣ କରିବେ, ନିକଟତମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ।
୨) ନାମ, ଠିକଣା, ଫୋନ ନମ୍ବର, ତାରିଖ, ଜର, ଥଣ୍ଡା, କାଶର ବିବରଣୀ ଦେବେ ।
୩) ଆସିବା ଦିନର ପରଦିନଠାରୁ ୧୪ ଦିନ ଗୃହ ପୃଥକୀକରଣରେ (quarantine) ରହିବେ ।
୪) ରାଜ୍ୟ ବାହାର ଓ ଦେଶବାହାର ଲୋକଙ୍କ ଭିତରେ ଫରକ କିଛି ନାହିଁ, ପୃଥକୀକରଣ ଦୃଷ୍ଟିରେ ।
୫) ଦେଶବାହାରୁ ଆସୁଥିବା ଲୋକ self isolationରେ ଘରେ ରହିଲେ ସରକାରୀ ସ୍ତରରେ ସହାୟତା ରାଶି ୧୫୦୦୦ଟଙ୍କା ଦିଆଯିବ ।
୬) ଗୃହ ପୃଥକୀକରଣ:-
– ଅଲଗା କୋଠରୀରେ ରହିବେ । ବାହାରକୁ ବାହାରିବେନାହିଁ । ଗାଧୁଆ/ନିତ୍ୟକର୍ମ କରିପାରିବେ । ASHA, ANM ଓ ଅନ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବେ । ତଥ୍ୟ ଲୁଚାଇବେ ନାହିଁ । ଜର-ଥଣ୍ଡା-କାଶ ହେଲେ ଜଣେଇବେ ଏବଂ CHC/DHHର Isolation କୋଠରୀରେ ରହିବେ ।
– ଥଣ୍ଡାପାଣି, ଆଇସକ୍ରିମ, AC ଆଦି ବ୍ୟବହାର ନକଲେ ଭଲ ।
– ମୁଖା (mask) ପିନ୍ଧିବେ, ହାତ ଧୋଇବେ, ଅନ୍ୟମାନଙ୍କ ସହ ନ ମିଶିଲେ ଶ୍ରେୟସ୍କର ।
– ତାଙ୍କ କାମଧନ୍ଦା ବା ସେବା ଘରର ଜଣେ ସୁସ୍ଥଲୋକ କରିପାରିବେ ।
– ଦୁହେଁ ମାସ୍କ ପିନ୍ଧିବେ । ସେବୀକା ଅତ୍ୟାବଶ୍ୟକ ସେବା ଦେବେ । ଅଧିକ ସମୟ କୋଠରୀରେ ନ ରହିଲେ ଭଲ ।
– ଆଶା, ANM ଦିଦି, ଡାକ୍ତରଙ୍କସହ ତାଙ୍କ ଘରଲୋକେ ଓ ସନ୍ଦିଗ୍ଧ ସମ୍ପର୍କରେ ରହିବେ ।

୭) ଜରଥଣ୍ଡାକାଶ ହେଲେ CHC/DHHର Isolation wardରେ ରହିବେ । ସେଠାରେ Admission ପରେ Covid19 ସନ୍ଦେହ ହେଲେ, ୨ଟା Throat swab ସଂଗ୍ରହ ହୋଇ ଭୁବନେଶ୍ୱର ଓ ପୁଣେ ଯିବ । ଦୁଇଟାଯାକ confirmed positive reporting ହେଲେ, କରୋନା ରୋଗୀ ବୋଲି କୁହାଯିବ ।
୮) ଗୃହ ପୃଥକୀକରଣରେ ରହୁଥିବା ଲୋକେ
– ଅଲଗା ବିଛଣା
– ଅଲଗା ଗାମୁଛା
– ଅଲଗା ବାସନ ବ୍ୟବହାର କରିବେ ।

୧୦) ପୃଥକୀକରଣରେ ଅଲଗା ଲାଟ୍ରିନ୍ ଓ ଅଲଗା ବାଥରୁମ ବ୍ୟବହାର କଲେ ଭଲ ।
୧୧) ଘର ବାହାରକୁ ଯିବା ମନା, କିନ୍ତୁ ବ୍ୟକ୍ତିଗତ ବାଲକୋନିକୁ ଯିବାରେ ଅସୁବିଧା ନାହିଁ ।
୧୨) ବଜାର, ପାର୍କ, ଦୋକାନ, ଜିମ୍ ପରି ସ୍ଥାନକୁ ଯିବା ମନା ।
୧୩) ଯଦି ଏହି ୧୪ଦିନ ଭିତରେ, ସନ୍ଦିଗ୍ଧଟିର, କରୋନାଲକ୍ଷଣ ବାହାରି ରୋଗ ନିରୂପିତ ହେଲା,
– ତେବେ, ସମସ୍ତ close contactsଙ୍କୁ ପୁଣି ୧୪ଦିନ କ୍ବାରାଣ୍ଟାଇନ୍ କରାଯିବ। ପ୍ରଥମ ରୋଗୀର lab report ନେଗେଟିଭ୍ ଆସିବା ପର୍ଯ୍ୟନ୍ତବି କରାଯାଇପାରେ ।

୧୪) ପୃଥକୀକୃତ ଲୋକର ବିଛଣାକୁ ଖାଲିହାତରେ ଧରିବା, ଝାଡ଼ିବା ମନା । Gloves ପିନ୍ଧି ସେସବୁ କରିବେ । ଜଣେ ନିର୍ଦ୍ଦିଷ୍ଟ ଲୋକ ଏହିସବୁ କାମ କରିବା ଭଲ । ସଫେଇ କାମସାରିବାପରେ gloves ଖୋଲି ଭଲକରି ହାତଧୋଇନେବେ ।
୧୫) ତାଙ୍କ ଲୁଗାପଟା ଡିଟରଜେଣ୍ଟରେ ଅଲଗା ସଫା କରିବେ । ସମାନ washing machineରେ ନପକାଇଲେ ଭଲ ।
୧୬) ପୃଥକକୋଠରୀର ଚଟାଣ, ଟେବୁଲ୍‌-ଚେୟାର, ଖଟବାଡ଼, ଡୋରହେଣ୍ଡେଲ୍ ଆଦି ବାରମ୍ବାର ସଫାକରିବେ, ବ୍ଲିଚିଂପାଣିରେ ବା ହାପୋକ୍ଲରାଇଟ୍ ପାଣିରେ । ଏସବୁ ବିଷୟରେ ANM ଦିଦି କହିଦେବେ ।
୧୭) ରୋଗୀଙ୍କୁ ଦେଖା କରିବାକୁ କୌଣସି ସମ୍ପର୍କୀୟ ଆସିପାରିବେ ନାହିଁ । କେବଳ ସ୍ୱାସ୍ଥ୍ୟାଧିକାରୀ ହିଁ ଆସିବେ ।
୧୮) ରୋଗୀ ରହୁଥିବା ଘର ଭିତରକୁ କେବଳ ତାଙ୍କ ସେବା କରିବା ପାଇଁ ଜଣେ ହିଁ ଯାଇପାରିବେ, ଅନ୍ୟମାନଙ୍କୁ ଯିବାକୁ ଅନୁମତି ନାହିଁ ।
୧୯) ପୃଥକୀକୃତ ଲୋକ, ସବୁବେଳେ ମାସ୍କ ପିନ୍ଧିବେ । ୬ ଘଣ୍ଟାରେ ଥରେ ମାସ୍କ ବଦଳେଇବା ଆବଶ୍ୟକ । ସେବୀକା ବା ଅପାରଗସ୍ଥଳେ ସେ କୋଠରୀରେ ଅନ୍ୟକେହି ରହୁଥିଲେ, ସେ ବି ମାସ୍କ ପିନ୍ଧିବେ । ସବୁ ମାସ୍କ ଓ ଟିସୁ, ଘୋଡଣୀଥିବା ଡଷ୍ଟବିନରେ ରଖିବେ । Gloves ପିନ୍ଧି ସେସବୁ ଉଠାଇ, ବ୍ଲିଚିଂ/ହାଇପୋକ୍ଲୋରାଇଟ ପାଣିରେ disinfect କରିବେ । ତା’ପରେ ସେସବୁ ପୋଡ଼ିବେ/ପୋତିବେ ।

୨୦) କୌଣସି ପରିସ୍ଥିତିରେ ବି ମାସ୍କ, ପୁନର୍ବାର ବ୍ୟବହାର ପାଇଁ ଯୋଗ୍ଯ ନୁହେଁ ।
– ମାସ୍କର ସମ୍ମୁଖଭାଗକୁ ଛୁଇଁବେନି ।
– ମାସ୍କଖୋଲି ଟେବୁଲ ଉପରେ ରଖିବେନି ।
– ଜଣେ ଅନ୍ୟଜଣଙ୍କର ମାସ୍କ ବ୍ୟବହାର କରିପାରିବନି ।
– ବ୍ୟବହୃତ ମାସ୍କଗୁଡ଼ିକରେ ଭୂତାଣୁ ରହିଛି ବୋଲି ଧରାଯାଇ ସେସବୁର ବ୍ୟବସ୍ଥା କରାଯିବ ।

୨୧) ଲୋକଜଣଙ୍କ ଘରୁ ବାହାରିବେ ନାହିଁ । ଏକୁଟିଆ ରହିବେ । ଅପାରଗ ସ୍ଥଳେ, ଅନ୍ୟଜଣେ ଯଦି ସମାନ କୋଠରୀରେ ରହୁଥିବେ, ତେବେ ମାସ୍କ ପିନ୍ଧିବେ ଓ ୧ ମିଟର ଦୂରତା ସର୍ବଦା ରଖିବେ ।
୨୨) ଅପାରଗସ୍ଥଳେ ସାଙ୍ଗରେ ରହୁଥିବା ଲୋକଟି
– ଗର୍ଭବତୀ
– ପିଲା
– ଡାଇବେଟିସ ରୋଗୀ
– ବୃଦ୍ଧବୃଦ୍ଧା
– ଶ୍ୱାସ/ଫୁସଫୁସ/ହୃଦ୍ ରୋଗୀ
– ବା ଅନ୍ୟ ଜରାଗ୍ରସ୍ତ ହେଇନଥିବେ।

୨୩) Contacts = ଇଏ ସେହି ସୁସ୍ଥଲୋକ, ଯିଏ ଗତ ୧୪ଦିନ ଭିତରେ, ଏମିତି ଲୋକସହ/ପରିବେଶରେ ରହିଛି, ଯାହାଫଳରେ ଏହାକୁ, ରୋଗହେବାର ଅଧିକ ସମ୍ଭାବନା ଅଛି ।

– ରୋଗୀର ଘରଲୋକ
– ରୋଗୀ/ରୋଗୀର ଲୁହ-ଛେପ-ଖଙ୍କାର-ଲାଳ-ନାକପାଣି-ସିଂଘାଣୀର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବା ଲୋକ
– ୧ ମିଟରରୁ କମ୍ ବ୍ୟବଧାନରେ ରୋଗୀସହ ମୁହାଁମୁହିଁ କଥାହୋଇଥିବାଲୋକ

(ଏହି ତଥ୍ୟ ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରି ଲେଖାଯାଇଛି । କିଛି ତ୍ରୁଟି ଥିଲେ ମାର୍ଜନା କରିବେ ଏବଂ ଯଦି କିଛି ଛାଡ଼ିଯାଇଥାଉ, ତେବେ ଆମକୁ ଜଣେଇବା ପାଇଁ ଅନୁରୋଧ)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।