ସମ୍ପର୍କ
ସମ୍ପର୍କ

ସମ୍ପର୍କ

ସମ୍ପର୍କ ମରିଗଲେ ହିଁ ଜଣା ପଡ଼େ ଯେ
କେତେ ପ୍ରବଳ ଭାବରେ ବଞ୍ଚିଥିଲା ।
ସମ୍ପର୍କ ମରିଗଲେ
ସ୍ମୃତି ଆସେ ଚୁମ୍ବକ ହେଇ,
ଟାଣି ନିଏ
ଲୁହାରେ ତିଆରି ଭାରି ନିଦ
ଆଉ ଟୁକୁଡ଼ା ସ୍ୱପ୍ନ ।
ମୃତଦେହ ସବୁବେଳେ ଅର୍ଥହୀନ
ତେଣୁ, ସମ୍ପର୍କ ମରିଗଲେ ମିଶି ଯାଏ
ନଈ ସାଙ୍ଗେ, ବହି ସାଙ୍ଗେ
ଏକୁଟିଆ ଆମ୍ବ ଗଛ,
ଝଙ୍କାଳିଆ ବୁଦା ସାଙ୍ଗେ,
କପାଳର ରେଖା ସାଙ୍ଗେ,
ହାତର ଆୟୁଷ ସାଙ୍ଗେ,
ଦର୍ପଣର ଧୂଳି ସାଙ୍ଗେ,
ପାଦର ଚପଲ ସାଙ୍ଗେ…
ସମ୍ପର୍କ ମରିଗଲେ, ସମ୍ପର୍କ ବଞ୍ଚିଯାଏ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu