କଏଦୀ
ଜେଲର୍କୁ କହିଲା କଏଦୀ କାହିଁକି ଚାଲୁନି ମୋ ଏ.ସି କାହିଁ ମୋ ମିନେରାଲ ୱାଟର? କାହିଁ…କାହିଁ ମୋ ଚିକେନ୍ ରୋଷ୍ଟ୍..? କେତେଥର କହିବି ମୁଁ ତୋତେ ମନ୍ତ୍ରୀ ତ ମୁଁ ହେବି ଦିନେ… ଆଉ ସେତେବେଳେ ଚିହ୍ନିବୁ ତୁ ମୋତେ ॥ – ବିନୟ କୁମାର ଦାସ
ଜେଲର୍କୁ କହିଲା କଏଦୀ କାହିଁକି ଚାଲୁନି ମୋ ଏ.ସି କାହିଁ ମୋ ମିନେରାଲ ୱାଟର? କାହିଁ…କାହିଁ ମୋ ଚିକେନ୍ ରୋଷ୍ଟ୍..? କେତେଥର କହିବି ମୁଁ ତୋତେ ମନ୍ତ୍ରୀ ତ ମୁଁ ହେବି ଦିନେ… ଆଉ ସେତେବେଳେ ଚିହ୍ନିବୁ ତୁ ମୋତେ ॥ – ବିନୟ କୁମାର ଦାସ
ଗଛ ସବୁ ହୋଇଗଲା ହଣା ଜଙ୍ଗଲଟେ ଥିଲା ବୋଲି ଏବେ ଆଉ ପଡ଼ୁନାହିଁ ଜଣା ଏବେ ତାହା ସାଜିଛି ପଡ଼ିଆ ସେଠି ଚାଲିଅଛି ସଭା ଲାଗୁଚି ବଢ଼ିଆ ଆଜି ବି ହେଉଚି ସଭା ପରିବେଶ ସୁରକ୍ଷାର ଦିନ ଆସିଛନ୍ତି ନେତା, ମନ୍ତ୍ରୀ ଦିଅନ୍ତି ଭାଷଣ କହୁଛନ୍ତି କାଟନାହିଁ ଗଛ… ବଢ଼ାଅ ତା’ ବଂଶ ଜଙ୍ଗଲ ରହିଲେ ହେବ ସୁସ୍ଥ ପରିବେଶ । – ବିନୟ କୁମାର ଦାସ
ବନ୍ଦେ ଉତ୍କଳ ମାତା ବନ୍ଦେ ଉତ୍କଳ ମାତା ସବୁଜ ସୁନ୍ଦର ଚାରୁ ଶୋଭାମୟୀ ପୁଣ୍ୟ ତୀର୍ଥମୟୀ ମାତା । କଳା ସଂସ୍କୃତିରେ ଅଟୁ ତୁ ମହାନ ଭାଷା ଭିତ୍ତିରେ ତୋହରି ଗଠନ, ଏକତ୍ମତାରେ ହିଁ ତୋହରି ଅସ୍ତିତ୍ୱ ବଞ୍ଚିଛି ଉତ୍କଳୀୟତା । ବନ୍ଦେ ଉତ୍କଳ ମାତା । ପରାକ୍ରମଶାଳୀ ତୋ’ ସନ୍ତାନଗଣ କେ’ ଭୁଲି ପାରିବ ଯେତେ ତାଙ୍କ ଦାନ ଗଙ୍ଗାଠାରୁ ଗୋଦାବରୀ ତୋ’ ବିସ୍ତୃତି ଧର୍ମର ଆଧାରଭୁତା । ବନ୍ଦେ ଉତ୍କଳ ମାତା । କେତେ…
ପ୍ରେମ…ଶବ୍ଦ ଏକ ମନସ୍ତାତ୍ତ୍ୱିକ ଆଲୋଡ଼ନର, ଚେତନାରୁ ଦିବ୍ୟ ଆଚରଣକୁ ରୂପାନ୍ତରଣର । ନିଃସ୍ୱାର୍ଥପର ସମ୍ପର୍କ ସ୍ଥାପନରେ ଏକ ବିଭୁଦତ୍ତ ଅମୃତତୁଲ୍ୟ ଉପାଦାନ । ଏକ ଚିରସ୍ରୋତା ନିର୍ଝରିଣୀ ପରି ଅପରିବର୍ତ୍ତିତ ତା’ର ଅବୟବ ଏବଂ ଦୃଷ୍ଟିକୋଣ । ସୁଶୀତଳ ସୁମଧୁର ଜଳରାଶିର ମନ୍ତ୍ରମୁଗ୍ଧ କଳକଳ କବିତାର ଗାନ, ହେଉ ଉତ୍ତପ୍ତ ମରୁଭୂମିଟିଏ, କଠିନ ପ୍ରସ୍ତର ପ୍ରାନ୍ତର ଅବା ଚିରସବୁଜ ସମତଳ ଭୂମି । ସମସ୍ତ ଉପେକ୍ଷା, ତିରସ୍କାର, ଅପମାନ, ଅଭିମାନ, ଦୁଃଖ, ଗ୍ଳାନି କ୍ଷଣିକେ ଅସ୍ତିତ୍ୱ ହରାନ୍ତି…
ଆକାଶରୁ ଏବେ ଝରିଲାଣି ନିଆଁ ତୁହାକୁ ତୁହା ଛଟପଟ ହାେଇ ଡାକ ଛାଡ଼ିଲାଣି ଡାମରାକୁଆ ଫଗୁଣ ଆସୁଛି ତାତିଲା ବାଆକୁ ସାଥୀରେ ଧରି ସିଏ ବି ହସିବ ଏଇଠି କେମିତି? ହେଲାଣି ସରି । କି କାଳ ହେଲା ପାହାଡ଼ ଛାତିରୁ ଗରମ କିରଣ ଜୀବନ ନେଲା । କରୋନା ଫେରୁଛି ଲୋକଙ୍କ ଭିତରେ ପଡ଼ିଲା ହୁରି ବାଜିବ ନାହିଁକି ବିବାହ ବେଳର କାହାଳି ତୂରୀ ଆଶଙ୍କା ଲାଗୁଛି ପ୍ରତିଟି ପ୍ରାଣରେ କରୋନା କିବା ଭାଙ୍ଗିବ ବୟସ୍କ…