Odia Poem Aji bi se mana rakhichi (ଆଜି ବି ସେ ମନେରଖିଛି) by Rudranarayan Khatua

ଆଜି ବି ସେ ମନେରଖିଛି

ଅଜସ୍ର ସ୍ୱପ୍ନକୁ ଦିନେ ବୁଣିଥିଲା ବୋଲି ଖୁସିରେ ତା’ ଦିନ ଆଜି ବିତୁଛି ଆଖିର ଲୁହକୁ ଢାଳିଥିଲା ବୋଲି ଭାତ ମୁଠେରେ ତା’ ପେଟ ପୂରୁଛି ॥ ପାଠ ବେଶୀ ନପଡ଼ି ବି ସେ ବେଦ ପୁରାଣକୁ ଭଲ ବୁଝିଛି କାହୁଁ ବଡ଼ ବଡ଼ ଲୋକ ତା’ ପାଖେ ଆଜି ହାର ମାନିଛି ॥ ଘରେ କିଛି ନଥାଇ ବି ସେ ଅତିଥି ସତ୍କାର ଭଲକି ଜାଣିଛି ସବୁକିଛି ଆମ ପାଶେ ଥାଇକି ବି ଅତିଥି ସତ୍କାର…

ଅଧିକ ପଢ଼ନ୍ତୁ
Odia Poem Swapna (ସ୍ୱପ୍ନ) by Rajesh Rath

ସ୍ୱପ୍ନ

ସ୍ୱପ୍ନ ଯାହା କିଛିକ୍ଷଣ ଅଟକାଇ ଦିଏ ନିଦ୍ରାର ସ୍ଥିତିକୁ, ସ୍ୱପ୍ନ ଯାହା ପୁଣି ଜାଗୃତ କରେ ଅକିଞ୍ଚନ ପରିଦୃଷ୍ଟିକୁ, ସୃଷ୍ଟି କରେ ଏକ ଉନ୍ମାଦ ଓଜସ୍ଵିନୀତାର ନିର୍ଣ୍ଣାୟକ ପାରିଚର୍ଯ୍ୟାର ଭାବଧାରାକୁ । ସ୍ୱପ୍ନ ଯାହା ଆନ୍ଦୋଳିତ କରେ ବିରହ ବ୍ୟର୍ଥାନାର ସମ୍ମୋହିନକୁ, ସ୍ୱପ୍ନ ଯାହା ପୁନଶ୍ଚ ଆବିର୍ଭାବ କରେ ପ୍ରସନ୍ନ ତା’ର ପ୍ରିୟଦର୍ଶୀକୁ, ସ୍ୱପ୍ନ ଯେ କେତେବେଳେ କାଦମ୍ୱିନୀର ସ୍ମୃତିପତ୍ରକୁ ସାଉଁଟିଥାଏ, ତ କେତେବେଳେ ବସନ୍ତର ପତ୍ରଝଡ଼ାରେ ଆତ୍ମୀୟଙ୍କ ବିଲୀନ ହେବାର କୋହ ଭରିଦିଏ, କେତେବେଳେ ଯେ…

ଅଧିକ ପଢ଼ନ୍ତୁ
Odia Story Bideshi Bandhu (ବିଦେଶୀ ବନ୍ଧୁ) by Santanu Kumar Rout

ବିଦେଶୀ ବନ୍ଧୁ

ଅମିତ, ବିଗତ ଦୁଇ ବର୍ଷ ହେଲା ଭୁବନେଶ୍ୱର ସ୍ଥିତ ଏକ IT କମ୍ପାନୀରେ ଚାକିରୀ କରନ୍ତି । ନିଜ ଘର କହିଲେ ସମ୍ବଲପୁର ବୁର୍ଲା ସହର ନିକଟସ୍ଥ ଏକ ଗାଁ । ବୁର୍ଲା ସହରରେ ପାଠପଢ଼ା ସମାପ୍ତ କରି ଏଇ କିଛି ବର୍ଷ ହେଲା ଭୁବନେଶ୍ୱରରେ ରୁହନ୍ତି । କେଉଁ ଶନି/ରବିବାର ଛୁଟି ହେଲେ ଗାଆଁକୁ ଯା’ନ୍ତି, ଆଉ କେବେ କେବେ ଭୁବନେଶ୍ୱରରେ ରହିଯାନ୍ତି ଓ ଦର୍ଶନୀୟସ୍ଥାନ ବୁଲିବାକୁ ଯାଆନ୍ତି ବା ବେଳେବେଳେ ଏକା ହିଁ ମାର୍କେଟିଙ୍ଗକୁ…

ଅଧିକ ପଢ଼ନ୍ତୁ
Odia Poem Suna Sansara (ସୁନା ସଂସାର) by Santanu Kumar Rout

ସୁନା ସଂସାର

ସୁନାର ସଂସାର ଗଢ଼ିବା ଯେ ଆମେ ଦୁଇ ମନ ଏକ କରି ଖରା, ଛାଇ ରାସ୍ତା କରିବାରେ ଏକ ସୁଖ, ଦୁଃଖକୁ ଆଦରି….!! ଜୀବନର ମାନେ ଅବ୍ୟକ୍ତ ଜଞ୍ଜାଳ ଯନ୍ତ୍ରଣା ରହିବ ଘେରି ସେ ଯନ୍ତ୍ରଣାରୁ ଆମେ ସୁଖ ସାଉଁଟିବା ସାଉଁଟା ମୁକୁତା ପରି…!! କେତେ ବାଧା ବିଘ୍ନ ଆସିବ ଜୀବନେ ହୋଇବନି ନିରୁପାୟ ସବୁ ସମସ୍ୟାର ସମାଧାନ ତମେ ଉପାୟ ଦବ ସମୟ…!! ସମ୍ପର୍କ ସୁଦୃଢ଼ ରହିବ ଆମର ଜାଗି ରହିବ ବିଶ୍ୱାସ ଦୁହେଁ ଦୁହିଁଙ୍କର…

ଅଧିକ ପଢ଼ନ୍ତୁ
Odia Poem Maguni Etiki (ମାଗୁଣି ଏତିକି) by Anasuya Panda

ମାଗୁଣି ଏତିକି

କେମିତି ଗୋଟେ ଅଜବ ଡର ମନକୁ ଘାରୁଛି ବେଳେବେଳେ କେତେବେଳେ ଭାରି ହାଲୁକା ଲାଗୁଛି କରୋନା ଆଉ ଫେରିବନି ଇଟାଲୀ, ଫ୍ରାନ୍ସ୍, ଆମେରିକା, ଚୀନ ପରି ମୋ ଭାରତରେ ଯେଉଁଠି ସାରଥି ସ୍ଵୟଂ କୃଷ୍ଣ, ଜଗନ୍ନାଥ, କାଶୀ, ବଦ୍ରିନାଥ ସେଠି କ’ଣ କେବେ ହାରିବ ଭାରତ? ଯେଉଁଠି ସଂସ୍କୃତି ଗୀତା ଭାଗବତ ବାପା ଛତ୍ରଛାୟା ମା’ର ପଣତ କାନି ସେଠି ସବୁ ଆସି ହେବେ ପରାହତ କଳା ପାହାଡ଼ବି କେତେ ମାତିଥିଲା କେତେ ଆଶା ବାନ୍ଧି ସିକନ୍ଦର…

ଅଧିକ ପଢ଼ନ୍ତୁ