Odia Bhajan Snanabedire Mahaprabhu (ସ୍ନାନ ବେଦୀରେ ମହାପ୍ରଭୁ) by Mamata Barik

ସ୍ନାନ ବେଦୀରେ ମହାପ୍ରଭୁ

ଆହେ ମୋ’ ଭାବବିନୋଦିଆ ପ୍ରଭୁ ଜଗମୋହନ ନିସ୍ତରିଲି ପ୍ରଭୁ ତୁମର ଦେଖି ବେନି ନୟନ ॥ ସ୍ନାନ କଲ ତୁମେ ଯମୁନା, ଗଙ୍ଗା ପବିତ୍ର ଜଳେ ଶହେ ଆଠ ସ୍ୱର୍ଣ୍ଣ କଳସ ବିଶ୍ୱ ଦେଖେ ଆଦରେ ॥ ଶରୀରେ ଧାରଣ କଲ ହେ, ବସନ ପୀତାମ୍ବର ! ସ୍ନାନବେଦୀ ଠାରେ ଭକତ ଦେଖି ହୁଏ ବ୍ୟାକୁଳ ॥ ଝରୁଛି ଭକ୍ତଙ୍କ ଚକ୍ଷୁରୁ ଖୁସିର ଅଶ୍ରୁଜଳ, ଭକତଙ୍କ ସିଂହ ଦୁଆରେ ପଡ଼େ ଜଗା ଚହଳ ॥ ବଡ଼ ଦିଅଁ…

ଅଧିକ ପଢ଼ନ୍ତୁ
Odia Poem Barasa (ବରଷା) by Dr. Rashmi Ranjan Sahoo

ବରଷା

ଅଙ୍କା ବଙ୍କା ପଥରେ ଆସେ ଭାସି କଳା ଆଦ୍ରତାର ଛାଇ ଦିଏ ହସି ବରଷି ଯାଏ ଭିଜେଇ ଦିଏ ତୃଶାର୍ତ୍ତ ହୃଦୟର ଶୋଷ ମେଣ୍ଟାଏ ତୋ ଶୀତଳ ସ୍ପର୍ଶର ଅପେକ୍ଷାରେ ମୋ ଦିନ ରାତି ଯାଏ ବିତି ଅମାନିଆ ପ୍ରେମିକା ପରି ତୁ କିନ୍ତୁ ଯନ୍ତ୍ରଣା ଦେଇ ପାଉ ପ୍ରୀତି ଭିଜା ଭିଜା ହୃଦୟ ବରଷାରେ ନାଚିବାକୁ ହେଉଥାଏ ଉଛନ୍ନ ତତେ ଥରେ ଛୁଇଁ ଦେଲା ପରେ ସପନ ରାଇଜକୁ ଚାଲିଯାଏ ଏ ଭିଜା ମନ ଓଦା…

ଅଧିକ ପଢ଼ନ୍ତୁ
Odia Poem Utkala Santana (ଉତ୍କଳ ସନ୍ତାନ) by Satyabrata Mohapatra

ଉତ୍କଳ ସନ୍ତାନ

ଜାଗିଉଠ ସର୍ବେ ଉତ୍କଳ ସନ୍ତାନ ମାତୃଭୂମି ରକ୍ଷା ପାଇଁ, ପ୍ରତିଟି ମୁହୂର୍ତ୍ତେ ଶପଥ ନିଅ ହେ ଜାତି ଟେକ ରକ୍ଷା ପାଇଁ । ମୋ ଉତ୍କଳ ମାଟି ଅଟେ ସ୍ୱାଭିମାନୀ ବିଶ୍ୱାସେ ଦିଅଇ ପ୍ରାଣ, ବୀର ପ୍ରସବିନୀ ମୋ ମାଆ ଧରିତ୍ରୀ ଅବିଶ୍ୱାସେ ଭାଙ୍ଗେ ଟାଣ । ସାହିତ୍ୟ ସଂସ୍କୃତି କଳା ଇତିହାସ ଅଟେ ଜାତି ପ୍ରାଣ ଧାର, ଅଟେ ଗୁଣବତୀ ମୋ ଉତ୍କଳ ମାଟି ବର୍ଣ୍ଣି ନପାରେ ତା’ ଯଶ ଅପାର । ମାତୃଭୂମି ମାତୃଭାଷା…

ଅଧିକ ପଢ଼ନ୍ତୁ
Odia Poem Barsaru Baisakha (ବର୍ଷାରୁ ବୈଶାଖ) by Himanshu Bhusan Sahoo

ବର୍ଷାରୁ ବୈଶାଖ

ଏ ତ ବସନ୍ତର ଆସ୍ତେ ଛୁଆଁ ଜାଣ ବର୍ଷାକୁ । ଶେଫାଳି ସୁଗନ୍ଧ ସ୍ନେହ କିମ୍ବା ପ୍ରେମିକା ଗୋଲାପୀ ଓଠର ବର୍ଷାଛିଟା ପ୍ରେମ ବିନ୍ଦୁ, ଶୁଣ କାନପାତି ! କୁହୁକ ଡାକ ମନ ଦିଆନିଆର, ଏ ତ ବସନ୍ତ ! ବର୍ଷାର ଛାତିତଳ !!! ନୂଆ ନୂଆ ପ୍ରେମିକାର ସମର୍ପଣ ଛୁଇଁ ଯେବେ ଭାସିଯାଏ, ଅଲାଜୁକ ପବନଟି ବର୍ଷାରୁ ବସନ୍ତ ଯାଏ । ହାଏ… ସେ ପ୍ରେମିକପ୍ରବର ମନ ! ସତେ କି ବୈଶାଖର ଚାପା ଗୁଞ୍ଜରଣ…

ଅଧିକ ପଢ଼ନ୍ତୁ
Odia Poem Iswaranku Darakhasta (ଈଶ୍ୱରଙ୍କୁ ଦରଖାସ୍ତ) by Yagyanseni Behera

ଈଶ୍ୱରଙ୍କୁ ଦରଖାସ୍ତ

ହେ ଈଶ୍ୱର !! ତୁମେ ହିଁ ତ ଆଧାର ଏ ସୃଷ୍ଟିର, ଆଉ ତୁମେ ବି କାରଣ ବିଲୟର… ଅନେକ ରୂପର ଅଧିକାରୀ ତୁମେ ଅସଂଖ୍ୟ ନାମ ତୁମରି… ଅଭିମାନରେ କେହି ପଥର କହେ ତ, କେହି ବଞ୍ଚେ ଖାଲି ତୁମ ନାମକୁ ସୁମରି… ସମୟ ସହିତ ଅନେକ ଆସିଛି ପରିବର୍ତ୍ତନ, ଏମିତିକି ତୁମ ଉପସ୍ଥିତି ଆଉ ଅନୁଭୂତିରେ ବି ଉଠିଛି ପ୍ରଶ୍ନ… ମଣିଷ ଗଢ଼ିଲ ତୁମେ ପୁଣି ଏଠି ମଣିଷ ଗଢ଼ି ତୁମକୁ… ମାଟିର ମୁରତି…

ଅଧିକ ପଢ଼ନ୍ତୁ