You are currently viewing କୋରନା ଦୁଃଖ
କୋରନା ଦୁଃଖ

କୋରନା ଦୁଃଖ

କୁଆଡ଼ୁ ମାଡ଼ି ଆସିଲା ଏ କୋରନା ଆମ ଜୀବନେ
ଚାରିଆଡ଼େ ହସି ଖେଳି ରଚିଲା ମୃତ୍ୟୁର ତାଣ୍ଡବ ସିଏ
ସଭିଙ୍କ ମନରୁ ହସ ଖୁସି ଛଡ଼େଇ
ଭୟ, ଆଶଙ୍କା ଭରିଦେଲା ଆମ ଜୀବନେ
ଘରୁ ବାହାରିବାକୁ ଡର ଲାଗୁଛି
ଯେମିତି ବନ୍ଦୀ ଜୀବନ ଘରେ କଟୁଛି
ସବୁ କିଛି କାମ ସେମିତି ଆଗକୁ ପଡ଼ିରହିଛି
ସମୟ ତା’ ବାଟରେ ଚାଲି ଯାଉଛି
ଏମିତି ଜୀବନ ଲୋଡ଼ା ନାହିଁ ଆମ
ସବୁ କିଛି ଭୟ, ଦୁଃଖର ହେଉ ଅବସାନ
କୋରନା ସାଥେ ଆମେ ଲଢ଼େଇ କରି
ଆଗକୁ ବଢ଼ିବା ସଭିଏଁ ହାତ ଧୋଇକରି ।।

ରୁଦ୍ରନାରାୟଣ ଖଟୁଆ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରୁଦ୍ର ନାରାୟଣ ଖଟୁଆ ଜଗତସିଂହପୁରସ୍ଥିତ ରାହାମାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆଇ.ଆଇ.ଟି ଧାନବାଦରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।