ସୃଷ୍ଟି
ସୃଷ୍ଟି

ସୃଷ୍ଟି

ସ୍ରଷ୍ଟା ହେ !
କେମିତି ଗଢ଼ିଛ ତମେ ଏ ସୁନ୍ଦର ସୃଷ୍ଟି
ଯହିଁ ଦିଶେ ବହୁ ସୁନ୍ଦର ଲାଗେ ମନୋହର
ସୁନାର ଫସଲ ଭରା ଯା’ର ଗନ୍ତାଘର
ସୁଷମାରେ ବିମଣ୍ଡିତ ଯିଏ ଶୋଭାର ଅଫୁରନ୍ତ ଭଣ୍ଡାର ।
ସୁନ୍ଦର ଲାଗଇ ତୁମ ସୃଷ୍ଟିର ସାଗୁଆ ବନ
ଆମ୍ରତୋଟାରୁ ଝରିଆସେ କୋଇଲିର କୁହୁତାନ
ଏଠି ଝରଣା ଝରିଯାଏ କୁଳୁ କୁଳୁ ଗୀତ ଗାଇ,
ନଦୀ ପୁଣି ବହିଯାଏ କଳ କଳ ନାଦ କରି,
ସାଗର ବୁକୁରେ ଦେଇଛ ତୁମେ ଲହରୀମାଳା
ପୁଷ୍ପରେ ମଣ୍ଡିତ ଦିଶଇ ଏଇ ସୃଷ୍ଟିର ଗଳା
ବନ ଝରଣା ଭରା ସୁନ୍ଦର ଲାଗେ ଏ ଭୂଇଁ
ତାରା ମେଳେ ଜହ୍ନ ମାମୁଁ ଦିଶୁଥାଏ ଯହିଁ
ତରୁ ବନେ ଖଞ୍ଜି ଦେଇଛ ଟିକି ଟିକି ସୁନା ଫୁଲ
କିଏ ବା ଦେଇ ପାରିବ ତୁମ ସୃଷ୍ଟିର ମୂଲ?
ସ୍ରଷ୍ଟା ତୁମେ ଅକଳ୍ପନୀୟ, ସୃଷ୍ଟି ତୁମ ଅବର୍ଣ୍ଣନୀୟ
କାମନା ଏତିକି ମୋର
ତୁମ ସୃଷ୍ଟି ହେଉ ମଧୁମୟ
ତୁମ ସୃଷ୍ଟି ହେଉ ମଧୁମୟ…

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu