You are currently viewing ସର୍ବଶ୍ରେଷ୍ଠ ପ୍ରାଣୀ
ସର୍ବଶ୍ରେଷ୍ଠ ପ୍ରାଣୀ

ସର୍ବଶ୍ରେଷ୍ଠ ପ୍ରାଣୀ

ମୁଁ ଛଳନା,
ବିଶ୍ୱାସର ମୁଖା ପିନ୍ଧି ଦିଏ ମୁଁ ଯାତନା ।
ମୁଁ ଯୌବନ,
ମୋତେ ନେଇ ଗର୍ବୀ ମନ ଭୁଲେ ଆତ୍ମଜ୍ଞାନ ।
ମୁଁ ଅହଙ୍କାର,
ମୋ ପାଇଁ ସୁନା ସଂସାର ହୁଏ ଛାରକାର ।
ମୁଁ ଲୋଭ,
ଯେତେ ଧନ ପାଇଲେ ବି ପୂରେ ନାହିଁ ଗର୍ଭ ।
ମୁଁ କ୍ରୋଧ,
ନିମିଷକେ ଧ୍ୱଂସିବା ମୋହର ମାର୍ଗ ।
ମୁଁ ମାନବ,
ଲୋଭ, କ୍ରୋଧ, ମୋହ‌ମାୟା ମୋଠୁଁ ଉଦ୍‌ଭବ ।

ସର୍ବଶ୍ରେଷ୍ଠ ପ୍ରାଣୀ ରୂପେ ଉଡ଼ାଏ ମୁଁ ବାନା,
ଇନ୍ଦ୍ରିୟର ସଂଯମତା ନାହିଁ ମୋତେ ଜଣା ।।

ସସ୍ମିତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସସ୍ମିତା ସାହୁ ଜଣେ ଓଡ଼ିଆ ଗାଳ୍ପିକା ତଥା କବୟତ୍ରୀ, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ଧରଣର ଗପ, କବିତା, କ୍ଷୁଦ୍ରଗଳ୍ପ ଆଦି ରଚନା କରନ୍ତି ।