You are currently viewing ସମୟ
ସମୟ

ସମୟ

କେବେ ହାତ ମୁଠାରେ
କେବେ ବ‌ହୁ ଦୂରରେ
କେବେ ନିଜ କଚଟିରେ ତ
କେବେ ପଡ଼ିଶା ଘରେ…

କେବେ ପାପୁଲି ରେଖାରେ
କେବେ ବ‌ହି ଖାତାରେ
କେବେ କଲମ ସ୍ୟାହିରେ ତ
କେବେ ଦୀପ ଶିଖାରେ…

କେବେ ସାରସ ପତରେ
କେବେ ସୁଗନ୍ଧିତ ଅତରେ
କେବେ ଝାଳୁଆ ବାସରେ ତ
କେବେ ଆପଣାର ହସରେ…

କେବେ ଭିକ୍ଷୁକର ଭିକରେ
କେବେ ଅହଂକାର ଶିଖରେ
କେବେ ଷ୍ଟ୍ରିଟ୍‌ଲାଇଟ୍ ପାଖରେ ତ
କେବେ ଚିରନିଦ୍ରା ଆଖିରେ…

ସୌମ୍ୟରଞ୍ଜନ ପାଲ୍

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌମ୍ୟରଞ୍ଜନ ପାଲ୍ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା, ପ୍ରବନ୍ଧ, ବ୍ୟଙ୍ଗ କଥା ଆଦି ରଚନା କରନ୍ତି । ସେ ବିଭିନ୍ନ ମଞ୍ଚରେ କବିତା ପରିବେଷଣ କରି ପୁରସ୍କୃତ ହେବା ସହ ଅନେକ ସମୟରେ କିଛି ଲୋକଙ୍କର ନକଲ ମଧ୍ୟ କରିଥାନ୍ତି ।