You are currently viewing ପ୍ରଥମ ବର୍ଷା
ପ୍ରଥମ ବର୍ଷା

ପ୍ରଥମ ବର୍ଷା

କାହିଁକି ଆଜି ବହୁତ ମନେପଡ଼ୁଛ
କାରଣ ଜାଣିନି ତଥାପି ମନେପଡ଼ୁଛ
ଲାଗୁଛି ସତେ ମୋ ପାଖେ ପାଖେ ଅଛ
ମୋତେ ମୋ ଅଜାଣତରେ ନିରୀକ୍ଷଣ କରୁଛ ॥

ଆଜି ସେ ମୋଉସୁମୀର ହଠାତ ଆଗମନ
ହୃଦୟକୁ ଆନ୍ଦୋଳିତ କରିଦେଲା,
ମୃଦୁ ମଳୟରେ ଆସିଥିବା ବାସ୍ନା
ତୁମ କଥା ମନେ ପକାଇ ଦେଲା ॥

ଆଜି ସେ ବର୍ଷାର ପ୍ରଥମ ଛିଟା
ତା’ର ସ୍ପର୍ଶରେ ଆନନ୍ଦିତ କରିଦେଲା,
ସତେ କି ସେ ସ୍ପର୍ଶଟା ତା’ର ନୁହେଁ
ବୋଧେ ତାହା ତୁମର ସ୍ପର୍ଶ ଥିଲା ॥

ବିଜୁଳିର ଚକ୍ ଚକ୍ ଆଲୋକ ଭିତରେ
ଜଣକର ଚେହେରା ଉଦ୍‌ଭାସିତ ହେଉଥିଲା,
ସେ ଚେହେରାଟି ଆଉ କାହାର ନୁହେଁ
ସେଇଟା ତୁମ ଚେହେରା ହିଁ ଥିଲା ॥

ବର୍ଷର ପ୍ରଥମ ବର୍ଷା ଆଜି
ମୋତେ ମନ୍ତ୍ର ମୁଗ୍ଧ କରିଦେଇଥିଲା,
ଆଉ ସେ ବର୍ଷାର ବୁନ୍ଦାରେ
ତୁମ ପ୍ରେମରେ ଭିଜିବାକୁ ଇଚ୍ଛା ହେଉଥିଲା ॥

କିନ୍ତୁ ସେ ବର୍ଷା ବି ଥିଲା କ୍ଷଣସ୍ଥାୟୀ
ଠିକ ମୋ ରାତିର ସ୍ୱପ୍ନ ପରି,
ବର୍ଷାରେ ଭିଜିବାର ସ୍ୱପ୍ନ ବି ଅଧୁରା ରହିଗଲା
ଠିକ ମୋ ହୃଦୟର ପ୍ରେମ ପରି ॥

ଶିବାନନ୍ଦ ବନଛୋର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...