ପାନ୍ଥଶାଳା ମୁଁ ପାନ୍ଥଶାଳା
ରାସ୍ତା କଡ଼ରେ ହୋଇଛି ଠିଆ
ନିସଙ୍ଗତା ଚରା ଭୂଇଁରେ
ସ୍ଥିତି ମୁଁ ରହିଛି ଏକୁଟିଆ ।
ରାତ୍ରୀ କାଳେ ଯାତ୍ରୀ ଆସନ୍ତି
ରାତି ଯାପନ କରିବା ପାଇଁ
ପାହାନ୍ତି ରବି କର ସ୍ପର୍ଶେ
ପରଦେଶକୁ ଯାଆନ୍ତି ଧାଇଁ ।
ସ୍ୱାର୍ଥପର ସଂସାରେ ଆଜି
ନିଃସ୍ୱାର୍ଥପର କେହି ବି ନାହିଁ
ଚିହ୍ନା ଆଜି ଅଚିହ୍ନା ସାଜେ
ସମ୍ପର୍କ ସେତୁ ଭାଙ୍ଗିବା ପାଇଁ ।
ତିଳେ ନାହିଁ ମୋ ମନେ ଦୁଃଖ
ଏକାନ୍ତେ ଆଜି ରହିଛି ବୋଲି
ମନରେ ମୋ ଆଶା ବାନ୍ଧିଛି
ଜୀବନ ସାଥି ଆସିବ ଚାଲି ।
– ସାଗର ପ୍ରଧାନ