You are currently viewing ନୂଆ ବର୍ଷ
Odia Poem Nua Barsa (ନୂଆ ବର୍ଷ) by Rajshekhar Chima for New Year

ନୂଆ ବର୍ଷ

ଆସୁଅଛି ନୂଆ ବର୍ଷ,
ନୂଆ ସମୟ ଚକ୍ର ସ୍ୱୀକାର କରିବା ସ‌ହର୍ଷ ।

ଜୀବନରେ ଖୋଲିବା ନୂତନ ଅଧ୍ୟାୟ,
ଚାଲିବ ଅନେକ ଅନେକ ପର୍ଯ୍ୟାୟ ।

ଭଲ ମନ୍ଦ ଅନେକ ପୃଷ୍ଠା,
ଶ୍ରୀଜୀଉଙ୍କ ପ୍ରତି ରହୁ ସମସ୍ତଙ୍କ ନିଷ୍ଠା ।

ଯାଉଥିବା ବର୍ଷରୁ ମିଳିଲା ଅମୂଲ୍ୟ ଶିକ୍ଷା,
ଆଗାମୀ ବର୍ଷରେ ଧୈର୍ଯ୍ୟେ ସାମନା କରିବା ନୂଆ ପରୀକ୍ଷା ।

ନିଜ ପ୍ରାଚୀନ ପରମ୍ପରା ର କରିବା ସୁରକ୍ଷା,
ଭାଷା ସଂସ୍କୃତି ବ୍ୟବ‌ହାରରେ ତୃଟିର କରିବା ସମୀକ୍ଷା ।

ହୋଇପରେ କିଛି ନୂଆ କ୍ରାନ୍ତି,
ପାଳନ କରିବା ସମସ୍ତେ ପଣା ସଂକ୍ରାନ୍ତି ।

 

ରାଜ ଶେଖର ଶ୍ରୀ ଚିମା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜ ଶେଖର ଶ୍ରୀ ଚିମା ଓଡ଼ିଆ ତଥା ତେଲୁଗୁ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।