You are currently viewing ବାଙ୍ଗାଳୁରୁ ସପ୍ତାହନ୍ତ ଭ୍ରମଣ: ଲେପାକ୍ଷୀ ମନ୍ଦିର
ବାଙ୍ଗାଳୁରୁ ସପ୍ତାହନ୍ତ ଭ୍ରମଣ

ବାଙ୍ଗାଳୁରୁ ସପ୍ତାହନ୍ତ ଭ୍ରମଣ: ଲେପାକ୍ଷୀ ମନ୍ଦିର

ବମ୍ବେରୁ ବାଙ୍ଗାଳୁରୁ ବଦଳି ପରେ କିଛି ସମୟ ଲାଗିଗଲା ସବୁକିଛି ବ୍ୟବସ୍ଥିତ ହେବାପାଇଁବହୁବର୍ଷ ତଳେ ବାଙ୍ଗାଳୁରୁ ଆସିଥିଲି କୌଣସି ଏକ ଟ୍ରେନିଂ ପାଇଁସେତେବେଳର ବେଙ୍ଗାଳୁରୁ ଏହା ଭିତରେ ବହୁତ ବଦଳି ଗଲାଣିସକାଳୁ ସକାଳୁ ପାଖ ମନ୍ଦିରରୁ ଶୁଭଲକ୍ଷ୍ମୀଙ୍କ ବିଷ୍ଣୁ ସହସ୍ରନାମ, ରାସ୍ତା କଡ଼ର ଫୁଲ ବିପ୍ପଣୀ କିମ୍ବା ଦକ୍ଷିଣ ଭାରତୀୟ କଫିର ମହାକକୁ ମୁଁ ମନେ ମନେ ଖୋଜୁଥାଏଗଲା ଡିସେମ୍ବର ୨୪ ତାରିଖ ରବିବାର ତଥା ପତ୍ନୀଙ୍କ ଜନ୍ମଦିନ ଥାଏପତ୍ନୀ, ପୁଅ ମୁଁ, ଆମେ ତିନିଜଣ ସ୍ଥିର କଲୁ କୌଣସି ଏକ ଦକ୍ଷିଣ ଭାରତୀୟ ମନ୍ଦିରକୁ ଭ୍ରମଣରେ ଯିବୁଇଣ୍ଟରନେଟରେ ଘଣ୍ଟା ଚକଟା ଆରମ୍ଭ ହେଇଗଲାସାଙ୍ଗସାଥିଙ୍କୁ ପଚାରିଲୁ  ବାଙ୍ଗାଳୁରୁ ସପ୍ତାହନ୍ତ (getaway) ବିଷୟରେଶେଷରେ ସ୍ଥିର ହେଲାଯେ ବାଙ୍ଗାଳୁରୁ ଠାରୁ ୨୧୫ କି.ମି. ଦୂର ଲେପାକ୍ଷୀ ମନ୍ଦିର ବୁଲିଯିବୁଦିଦିନ ପୂର୍ବରୁ OLA କ୍ୟାବରେ ଏଡଭାନ୍ସ ବୁକିଂ କରିଦେଲୁଯିବା ଆସିବା ଖର୍ଚ୍ଚ ପାଖାପାଖି ୨୫୦୦ ଟଙ୍କା ୧୨ ଘଣ୍ଟାର ସମୟ ସୀମା ଭିତରେଆମେ ସ୍ଥିରକଲୁ, ରାସ୍ତାରେ ପଡ଼ୁଥିବା ଆଉ ଦୁଇଟି ସ୍ଥାନ ଭୋଗ ନନ୍ଦିଶ୍ୱର ବାଙ୍ଗାଳୁରୁର ଏକ ଲୋକପ୍ରିୟ ସ୍ଥାନ ନନ୍ଦିହିଲ ମଧ୍ୟ ଦେଖିନେବୁ

୨୪ ତାରିଖ ଦିନ ସକାଳ ୭ଟା ବେଳକୁ ଆମ କ୍ୟାବ ଆସି ଛିଡ଼ା ହେଇ ଯାଇଥାଏଆମେ ସ୍ଥିର କଲୁ ପ୍ରଥମେ ଭୋଗ ନନ୍ଦିଶ୍ୱର ମନ୍ଦିର ଯିବୁଘର ପାଖରୁ ଦୂରତା ପ୍ରାୟ ୪୫ କିଲୋମିଟରସକାଳୁ ସକାଳୁ ରାସ୍ତାରେ ଭିଡ଼, ରବିବାର ସମସ୍ତେ ଛୁଟୁଥାନ୍ତି ଆମଭଳି ଛୁଟି କଟାଇବାପାଇଁରବିବାର ସକାଳେ ବଡ଼ ବଡ଼ ସହର ମାନଙ୍କରେ ଆଉ ଗୋଟିଏ ଦୃଶ୍ୟ ଆପଣଙ୍କ ନଜ଼ରକୁ ଆସିବବାଇକର୍ସଦଳ ଦଳ ହୋଇ ସେମାନେ ଛୁଟୁଥାନ୍ତି କୌଣସି ଏକ ଗନ୍ତବ୍ୟ ସ୍ଥଳକୁଯେମିତିକି ସେମାନଙ୍କ ହିସାବରେ ଯାତ୍ରାରେ ହିଁ ଆନନ୍ଦ, ଗନ୍ତବ୍ୟ ନୁହେଁପ୍ରାୟ ଘଣ୍ଡା ଭିତରେ ଆମେ ଭୋଗ ନନ୍ଦିଶ୍ୱର ମନ୍ଦିରରେ ପହଞ୍ଚି ଗଲୁGPS  ଟେକ୍ନୋଲୋଜିର ସହାୟତା ଯୋଗୁଁ ମନ୍ଦିର ପାଇବାରେ କିଛି ଅସୁବିଧା ହେଲାନାହିଁମୁଁ ଏଠାରେ କହିରଖେ ଆମର ଓଡ଼ିଆ ପ୍ରାଣ ହେତୁ, ଛୁଟି କଟାଇବାପାଇଁ ଗୋଆ ଗଲେ ଆମେ ଓଡ଼ିଶାର ବେଳାଭୂମି ସହ ତୁଳନା କରିବସୁ, କୌଣସି ମନ୍ଦିରକୁ ଗଲେ ଓଡ଼ିଶାର ମନ୍ଦିର ସହ ତୁଳନା କରିବା ଆରମ୍ଭ କରିଦେଉ

ଭୋଗ ନନ୍ଦିଶ୍ୱର, କର୍ଣ୍ଣାଟକ ରାଜ୍ୟର ପୁରାତନ ମନ୍ଦିର ମାନଙ୍କ ମଧ୍ୟରୁ ଅନ୍ୟତମ ।  ମନ୍ଦିରର ନିର୍ମାଣ ସମୟ ନବମ କିମ୍ବା ଦଶମ ଶତାବ୍ଦୀମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଅରୁଣାଚଳେଶ୍ୱର ମହାଦେବ, ଉତ୍ତର ପାର୍ଶ୍ଵରେ ଭୋଗ ନନ୍ଦିଶ୍ୱର ମହାଦେବ ପୂଜିତସୁନ୍ଦର ଦ୍ରାବିଡ଼ କାରୁକାର୍ଯ୍ୟରେ ଭରା ମନ୍ଦିରଆମେ ମନ୍ଦିରର ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ କଲୁମନ୍ଦିରର ପରିବେଶ ଅତୀବ ସୁନ୍ଦର, ବିରାଟ ପରିବେଷ୍ଟନିଦକ୍ଷିଣ ଭାରତୀୟ ଶ୍ରୁତି ମଧୁର ଭଜନ ବାଜୁଥାଏପ୍ରଭାତ ସୂର୍ଯ୍ୟଙ୍କ କିରଣରେ ମନ୍ଦିର ତଥା ସମ୍ମୁଖରେ ଥିବା ଘାସ ଗାଲିଚା ଅତୀବ ମନୋମୁଗ୍ଧକରମନ୍ଦିରକୁ ପ୍ରବେଶ ପୂର୍ବରୁ ଆମେ ସକଳୁଆ ପରିବେଶ ସୂର୍ଯ୍ୟାଲୋକରେ କିଛି ଫଟୋ ଉଠେଇବାର ଲୋଭ ସମ୍ବରଣ କରିପାରିଲୁନିଦୁର୍ଭାଗ୍ୟକୁ ଆମର କ୍ୟାମେରାଟି କାମ କଲାନି କିନ୍ତୁ ଆମେ ଆମର ମୋବାଇଲରେ ଫୋଟ ଉଠାଇଚାଲିଲୁଦିଅଁ ଦର୍ଶନ ପରେ ମନ୍ଦିରର ସୁନ୍ଦର ବେଢ଼ା, କାରୁକାର୍ଯ୍ୟ ଦେଖି ବିମୋହିତ ହେଲୁଆମ ମୁକ୍ତେଶ୍ଵର, ପୁରୀ, କୋଣାର୍କ ମନ୍ଦିର ସହ ତୁଳନା କରିବା ଠିକ ନୁହେଁ ତଥାପି ମନୋମୁଗ୍ଧକରତାପରେ ଆମେ ମନ୍ଦିରର ଉତ୍ତର ପାର୍ଶ୍ଵରେ ଥିବା ପୁଷ୍କରିଣୀ ପରିସରକୁ ଗଲୁଆମକୁ ଲାଗିଲା ଯେମିତି ହଜାର ବର୍ଷ ତଳେ କେହି ଏହି ପରିସରକୁ ବନେଇଥିଲା ଆଜିକା ଯୁଗର ଫଟୋଗ୍ରାଫର ମାନଙ୍କ ପାଇଁଏଠି ଯିଏ ଯାହାର ମୋବାଇଲ, SLR କାମେରାରେ ଫୋଟ ଉଠାଇବାରେ ବ୍ୟସ୍ତକିଛି ପ୍ରଫେସନାଲ ଫଟୋଗ୍ରାଫର ମଧ୍ୟ ସେମାନଙ୍କର ଉପକରଣ ସହ ଆସିଥାନ୍ତିନବବିବାହିତ ଦମ୍ପତି ମଧ୍ୟ ଆସିଥାନ୍ତି ସେମାନଙ୍କର ଫଟୋଗ୍ରାଫର ଟିମ ସହିତବିଭିନ୍ନ ପ୍ରକାରର ଆଧୁନିକ ପାରମ୍ପରିକ ପୋଷକରେ ନାନା ଢଙ୍ଗରେ ଫଟୋ ଉଥାଉଥାନ୍ତିଆମେ ମଧ୍ୟ ବହୁ ଫୋଟ ଉଠାଇଲୁପୁଷ୍କରିଣୀ ଜଳରେ ଗୋଡ଼ ବୁଡ଼ାଇ ବସିଲୁ କିଛି ସମୟଛୋଟ ଛୋଟ ମାଛ ମନେ ଆସି ଗୋଡ଼କୁ ଖୁମ୍ପୁଥାନ୍ତିଭାରି ମଜା ଲାଗୁଥାଏଆଉ କିଛି ସମୟ ବସିବାକୁ ଇଚ୍ଛା ହେଉଥାଏକିନ୍ତୁ ଆମର ମୁଖ୍ୟ ଗନ୍ତବ୍ୟସ୍ଥଳୀକୁ ଯିବାପାଇଁ ଡେରି ହେବମନ୍ଦିରର ବାହାରବେଢ଼ାର ପ୍ରାଙ୍ଗଣରେ ସୁନ୍ଦର ପ୍ରସସ୍ଥ ଘାସ ଗଲିଚାସୁନ୍ଦର ଭାବରେ ରକ୍ଷଣ ବେକ୍ଷଣ କରାଯାଉଥାଏଏଠି ଆମେ ଆଉ କିଛି ସମୟ ବିତାଇଲୁ ବହୁ ଫୋଟ ଉତ୍ତୋଳନ କଲୁସକାଳୁ ସକାଳୁ ଦିଅଁ ଦର୍ଶନ ତଥା ସୁନ୍ଦର ମନ୍ଦିର ପରିବେଶରେ ତନୁମନ ପ୍ରଫୁଲ୍ଲିତ ହେଇଯାଇଥାଏମନ୍ଦିର ପୂର୍ବପଟ ଦ୍ୱାରଦେଇ ବାହାରକୁ ଆସିଲୁସାମ୍ନାରେ ଜଳଖିଆ ଦୋକାନଦକ୍ଷିଣ ଭାରତୀୟ ଜଳଖିଆ ଭାରି ସୁଆଦିଆମସଲା ଦୋସା ଗୋଟାକ ୩୦ ଟଙ୍କା, ପରିଷ୍କାର ପରିଛନ୍ନପେଟଭରି ଖାଇଲୁ ଆଉ ଲିଟର ପାଣି ବୋତଲ କିଣି ଚାଲିଲୁ ଆମର ମୁଖ୍ୟ ଗନ୍ତବ୍ୟ ସ୍ଥଳ ଲେପାକ୍ଷୀ ମନ୍ଦିର ଅଭିମୁଖେ

ଲେପାକ୍ଷୀ ମନ୍ଦିର ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଅବସ୍ଥିତବାଙ୍ଗାଳୁରୁ ହାଇଦ୍ରାବାଦ ରାଜପଥରେ ପ୍ରାୟ ୧୦୦ କି.ମି. ଯିବାପରେ, ପୁଣି ବାମପାର୍ଶ୍ଵକୁ ୧୫ କି.ମି. ଯିବା ପରେ ପଡ଼େ ମନ୍ଦିରଭୋଗ ନନ୍ଦିଶ୍ୱର ମନ୍ଦିରରୁ ଲେପାକ୍ଷୀ ମନ୍ଦିରର ଦୂରତା ପ୍ରାୟ 75 କିଲୋମିଟର, ଆମକୁ ଦେଢ଼ ଘଣ୍ଟା ସମୟ ଲାଗିଲାବାଙ୍ଗାଳୁରୁରୁ ଲେପାକ୍ଷୀ ମନ୍ଦିର ମଧ୍ୟରେରେ ଦୁଇଟି ଟୋଲ ଗେଟ, ଯିବା ଆସିବା ପାଇଁ ୨୫୦ ଟଙ୍କାରବିବାର ତଥା ବଡ଼ଦିନ ଛୁଟି ଯୋଗୁଁ ଲୋକମାନେ ଛୁଟୁଥାନ୍ତି ଲେପାକ୍ଷୀ ଗ୍ରାମ ଅଭିମୁଖେମନ୍ଦିରର ୨୦୦ମିଟର ପୂର୍ବରୁ ନନ୍ଦୀଙ୍କର ଏକ ବିଶାଳ ସୁନ୍ଦର ପ୍ରତିମା ଦେଖିବାକୁ ପାଇବେପ୍ରତିମାର ଉଚ୍ଚତା ପ୍ରାୟ ୨୭ ଫୁଟ ଲମ୍ବ ୧୫ ଫୁଟଏକମାତ୍ର ପଥରରେ ଗଠିତ ପୃଥିବୀର ସବୁଠାରୁ ବଡ଼ ନନ୍ଦି ମୁର୍ତ୍ତିନିକଟସ୍ଥ ପାର୍କିଂ ଅଞ୍ଚଳରେ ଗାଡ଼ି ରଖି ମୂର୍ତ୍ତି ଥିବା ପରିସରକୁ ଗଲୁସୁନ୍ଦର ଘାସଗାଲିଚା, ଛୋଟ ବଗିଚା, ଛୋଟ ଜଳାଶୟଟିଏ ଭାରି ଭଲ ଲାଗିଲାପାଖରେ ଆନ୍ଧ୍ରପ୍ରଦେଶ ଟୁରିଜମ ବିଭାଗର ରେଷ୍ଟୁରାଣ୍ଟଟିଏ, ଯେଉଁଠାରେ ଆପଣମାନେ ଟୟଲେଟ ସୁବିଧା ପାଇପାରିବେତାଛଡ଼ା ଖାଦ୍ୟପେୟର ସୁବନ୍ଦୋବସ୍ତ ଅଛିଆମେ ଏଥର ଚାଲିଲୁ ଆମର ମୁଖ୍ୟ ଗନ୍ତବ୍ୟସ୍ଥଳ ଲେପାକ୍ଷୀ ମନ୍ଦିର ଦିଗରେସେଦିନ ଭିଡ଼ ଯୋଗୁଁ ଗାଡ଼ି ପାର୍କିଂପାଇଁ ସ୍ଥାନ ନଥାଏଆମ କ୍ୟାବ ଆମକୁ ମନ୍ଦିରଠୁ କିଛି ଦୂରରେ ଓଲ୍ଲାଇ ଦେଇ ଆଗକୁ ଚାଲିଗଲା

ଲେପାକ୍ଷୀ ମନ୍ଦିରର ଆରାଧ୍ୟ ଦେବତା ବୀରଭଦ୍ର ମହାଦେବଷୋଡ଼ଶ ଶତାବ୍ଦୀର ଏହି ମନ୍ଦିର କୂର୍ମାକୃତିର ଏକ ଛୋଟ ପାହାଡ଼ ଉପରେ ନିର୍ମିତ, ବିଜୟାନଗର ବାସ୍ତୁକଳାର ସୁନ୍ଦର ନିଦର୍ଶନନୀଳଶୈଳ ଭଳି ଏହି ପାହାଡ଼କୁ କୂର୍ମଶୈଳ ମଧ୍ୟ କହନ୍ତି୧୫୩୦ ମସିହାରେ ବିଜୟନଗର ରାଜାଙ୍କ କର୍ମଚାରୀ ଦୁଇ ଭାଇ ବିରୁପନା ବିରନା ଏହି ମନ୍ଦିର ଗଢ଼ାଇ ଥିଲେକିମ୍ବଦନ୍ତୀ ଅନୁସାରେ ଦୁଇଭାଇ ରାଜାଙ୍କ ଅନୁପସ୍ଥିତି ଅଜାଣତରେ   ରାଜକୋଷର ସବୁ ଅର୍ଥ ବ୍ୟୟକରି ଏହି ମନ୍ଦିର ଗଢ଼ିଥିଲେପୌରାଣିକ ମତରେ ଋଷି ଅଗସ୍ତି ମନ୍ଦିର ପ୍ରତିଷ୍ଠା କରିଥିଲେମନ୍ଦିରଟି ୭୦ଟି ସ୍ତମ୍ଭଉପରେ ଉପବିଷ୍ଟ, ଏଣୁ କେହି କେହି ସ୍ତମ୍ଭ ମନ୍ଦିର ବୋଲି କହନ୍ତିଏହି ସ୍ତମ୍ଭ ମଧ୍ୟରୁ ଗୋଟିଏ ସ୍ତମ୍ଭ ଛାତରୁ ଝୁଲିକି ରହିଛିକେହି କେହି ଏହା ପରୀକ୍ଷା କରିବାପାଇଁ ସ୍ତମ୍ଭ ତଳେ କପଡ଼ା, କାଗଜ ପୁରାଇ ପରୀକ୍ଷା କରୁଥାନ୍ତି ।  ମନ୍ଦିରର ଚତୁର୍ପାର୍ଶ୍ଵରେ ଥିବା କଳାକୃତି ଚିତ୍ରକଳା ଅତୀବ ମନୋମୁଗ୍ଧକରମନ୍ଦିରର ବାହାରବେଢ଼ାର ବାରଣ୍ଡାରେ ଥିବା କାରୁକାର୍ଯ୍ୟ ଭରା ସ୍ତମ୍ଭ ମଧ୍ୟ ଦର୍ଶନୀୟମନ୍ଦିରର ବହାରବେଢ଼ାରେ ଥିବା ସୁନ୍ଦର ବିଶାଳ ଗଣେଶ ଶେଷନାଗଙ୍କ ବିଗ୍ରହ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟଫଟୋଗ୍ରାଫି ପାଇଁ ସବୁଠୁଁ ଅଧିକ ଭିଡ଼ ଏଇଠାରେ ହିଁ ପରିଲକ୍ଷିତ ହେଇଥାଏତାଛଡା ଅନ୍ୟ ଏକ ଆକର୍ଷଣୀୟ ସ୍ଥାନ ହେଲା ଏକ ବିଶାଳ ପ୍ରସ୍ତର, ଯେଉଁଠାରେ ପିଲାଠାରୁ ବୁଢା ଯାଏଁ ସମସ୍ତେ ବହୁବଳୀ ଢ଼ଙ୍ଗରେ ଫୋଟ ଉଥାଉଥାନ୍ତି, ନିଜ ନିଜର ସୋସିଆଲ ମିଡ଼ିଆ ପୃଷ୍ଠା ପାଇଁମନ୍ଦିର ବାହାର ବେଢ଼ାରେ ଏକ ଅର୍ଧ ନିର୍ମିତ ସୁନ୍ଦର କଲ୍ୟାଣମଣ୍ଡପ ଅଛିଆମେ ଦିଅଁ ଦର୍ଶନ ପରେ ମନ୍ଦିର ଚାରିପଟେ ବୁଲିଆସିଲୁ ବେଢ଼ାପାର୍ଶ୍ୱ ବାରଣ୍ଡାରେ ବସିଲୁମୋ ପୁଅ ତାର ଫେସବୁକ ଇଷ୍ଟାଗ୍ରାମ ପାଇଁ ଫୋଟ ତଥା ସେଲଫି ଉଠେଇବାରେ ଲାଗିପଡ଼ିଲାସାଙ୍ଗରେ ଆଣି ଆସିଥାଏ ତିନି ଚାରୋଟି ଟିସାର୍ଟ ଜାକେଟ୍ସମୟ ଦିନ ଦିଟା ବଜିଲାଣି, ଭୋକ ମଧ୍ୟ ଲାଗିଲାଣିଠାକୁରଙ୍କୁ ମୁଣ୍ଡିଆ ମାରି ବିଦାୟ ନେଲୁ ମନ୍ଦିରରୁଆମେ ପୂର୍ବରୁ ସ୍ଥିର କରିଥାଉ ଯେ ନନ୍ଦିହିଲ ନିକଟସ୍ଥ ଛୋଟିଆ ସହର ଚିକବାଲପୁରରେ ମଧ୍ୟାନ ଭୋଜନ କରିବୁଏକଘଣ୍ଟାର ଯାତ୍ରାପରେ ଆମେ ପହଞ୍ଚିଲୁ ଚିକବାଲପୁରରେସେଠି ଏକ ଛୋଟ ହୋଟେଲରେ ମଧ୍ୟାନ ଭୋଜନ କଲୁ, ଖାଦ୍ୟ ସ୍ୱାଦିଷ୍ଟ ତଥା ଶସ୍ତା ଥିଲା ବାଙ୍ଗାଲୁରୁ ତୁଳନାରେ

Lepakshi Temple

ଚିକବାଲପୁର ସହରରୁ ନନ୍ଦିହିଲର ଦୂରତା ୧୦ କିଲୋମିଟରପାହାଡ଼ର ଉଚ୍ଚତା ୪୮୫୧ ଫୁଟକୌଣସି ସମୟରେ ଏହା ଟିପୁ ସୁଲତାନଙ୍କର ଗ୍ରୀଷ୍ମନିବାସ ରୂପେ ବ୍ୟବହାର ହେଉଥିଲାଚୋଳ ସମୟରେ ନନ୍ଦିହିଲର ନାମଥିଲା ଆନନ୍ଦଗିରିଅଧୁନା ଉଦ୍ୟାନ ବିଭାଗ ପାହାଡ଼ ଉପରିଭାଗର ସୌନ୍ଦର୍ଯ୍ୟକରଣ କରିଛି ଏବଂ ଏକ ଫୁଡ଼କୋର୍ଟ ତିଆରି କରିଛି, ଯେଉଁଠି ସକାହାରି ଖାଦ୍ୟପେୟର ବ୍ୟବସ୍ଥା ଅଛିପାହାଡ଼ ଉପରି ଭାଗରେ ଇଉକାଲିପଟାସ୍ ତଥା ବିଭିନ୍ନ ପ୍ରକାରର ବଡ଼ ବଡ଼ ବୃକ୍ଷ ମିଳିଥାଏକୁହାଯାଇଥାଏ ଯେ ବାଙ୍ଗାଳୁରୁର ବର୍ଷା ପାଇଁ ଏହି ଜଙ୍ଗଲହିଁ ବର୍ଷାକୁ ଘନୀଭୂତ କରାଇଥାଏବର୍ଷା ଦିନେ ପାହାଡ଼ ଉପରୁ ଥାଇ ତଳେ ବାଦଲ ମାନଙ୍କୁ  ଦେଖିବାର ଅପୂର୍ବ ଆନନ୍ଦ ପାଇପାରିବେଶୀତ ଋତୁରେ ପ୍ରବାସୀ ପକ୍ଷୀମାନଙ୍କର ଏହା ଏକ ଆକର୍ଷଣୀୟ ଆବସସ୍ଥଳୀ, ତେଣୁ ପକ୍ଷୀପ୍ରେମୀ ଫୋଟଗ୍ରାଫରମାନଙ୍କର ମଧ୍ୟ ଭିଡ଼ ଜମେ

ପର୍ଯ୍ୟଟକମାନଙ୍କ ପାଇଁ କିଛି ଆକର୍ଷଣୀୟ ସ୍ଥଳ ମଧ୍ୟରେ ଟିପୁ ଡ୍ରପ, ଟିପୁଙ୍କ ଗ୍ରୀଷ୍ମ ଆବାସ, ଏକ ଗୁପ୍ତ ନିକାସ ରାସ୍ତା, ଗାଭୀ ବୀରଭଦ୍ର ସ୍ୱାମୀ ମନ୍ଦିର, ଶିଶୁ ଉଦ୍ୟାନ, ନେହୁରୁ ନୀଳୟ, ଗାନ୍ଧୀ ହାଉସ ଇତ୍ୟାଦିରବିବାରଯୋଗୁଁ ସେଦିନ ନନ୍ଦିହିଲରେ ଭାରି ଭିଡ଼ଅଙ୍କା ବଙ୍କା ରାସ୍ତା ଦେଇ ଆମ ଗାଡ଼ି ପହଁଚିଲା ପାହାଡ଼ ଉପରି ଭାଗରେଗାଡ଼ି ଯାତ୍ରୀଙ୍କ ପାଇଁ ୧୦୦ ଟଙ୍କାର ପ୍ରବେଶ ଶୁକ୍ଳ ପୈଠ କଲୁପାହାଡ଼ ଉପରୁ ବାଙ୍ଗାଳୁରୁ ନଗରୀର ଦୃଶ୍ୟ ଅତି ସୁନ୍ଦରପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କିଛି କିଛି ସ୍ଥାନରେ ଲୁହାର ବାଡ଼ ଦିଆଯାଇଛିସ୍ଥାନେ ସ୍ଥାନେ ଦର୍ଶକଙ୍କ ପାଇଁ ମଞ୍ଚ ତିଆରି କରାଯାଇଛିଅସ୍ତଗାମୀ ସୂର୍ଯ୍ୟ କିରଣରେ ପାହାଡ଼ ଉପରିସ୍ତ ମନ୍ଦିର ଚମତ୍କାର ଦିଶୁଥାଏମନ୍ଦିର ପଛପାଖ ପଥର ଉପରେ ବସି ଏହି ଚମତ୍କାର ଦୃଶ୍ୟ ପରିବେଶକୁ ଆମେ କିଛି ସମୟ ଉପଭୋଗ କଲୁସନ୍ଧ୍ୟା ନଇଁ ଆସୁଥାଏ ଏଥର ଆମେ ପ୍ରସ୍ତାନ ପାଇଁ ପ୍ରସ୍ତୁତ ହେଲୁନନ୍ଦିହିଲରୁ କିଛି ସୂର୍ଯ୍ୟାସ୍ତ ଫୋଟ ଉତ୍ତଳନ କରି ଫେରିଆସିଲୁ ଆମ ବାଙ୍ଗାଳୁରୁ ମହନଗରୀକୁ ଆଉ ଆମ ସ୍ମୃତିରେ ଏବଂ କ୍ୟାମେରାରେ ସାଇତି ରଖିଲୁ ସାରା ଦିନର ମଧୁର ମୁହୂର୍ତ୍ତ ମାନଙ୍କୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପରାଶର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ ଭ୍ରମଣ କାହାଣୀ ଆଦି ରଚନା କରିଥାନ୍ତି ।