You are currently viewing କଳା ଠାକୁର
କଳା ଠାକୁର

କଳା ଠାକୁର

କିଏ ତୋତେ ଡାକିବରେ କଳା ଠାକୁର,
ହେ ମୋର କଳା ଠାକୁର
କେଉଁ ଗୁଣେ ବୋଲାଉଛୁ ବଡ଼ ଠାକୁର ।
ନାଟୁଆ ଠାକୁର ବୋଲି ପଡ଼ିଛି ଡାକ
ଦୁଖୀକୁ ତୁ ଦୁଃଖ ଦେଉ ସୁଖୀକୁ ସୁଖ ।
ତୋ ଦାଉ ସହିବାକୁ ଧର୍ଯ୍ୟ କାହାର,
ହେ ପ୍ରଭୁ ଧର୍ଯ୍ୟ କାହାର,
ମିଛେ ସିନା ବୋଲାଉଛୁ ବଡ଼ ଠାକୁର ।
ଡାକି ଡାକି ଭକ୍ତ ତୋର ନିରାଶ ହୋଇ
ରହିଲେଣି ଅନ୍ୟ ଧର୍ମେ ଶରଣ ନେଇ ।
ଅନ୍ୟ ଧର୍ମେ ଭକ୍ତ ଯାଇ ପାଇଲେ ବର,
ହେ ପ୍ରଭୁ ପାଇଲେ ବର
ତୋତେ କିମ୍ପା ଭଜିବେରେ କଳା ଠାକୁର ।
ତୋ ଭକ୍ତ ମନରେ ତୁ ତ ଲଗାଉ ନିଆଁ
ତୋତେ ଛାଡ଼ିଲେଣି ଭକ୍ତ ହୋଇ ଛାନିଆ ।
ନିରାସେ ଫେରେଇ ଦେଉ ତୁ ଭକ୍ତକୁ ତୋର,
ପ୍ରଭୁ ହେ ଭକ୍ତକୁ ତୋର
ଦଣ୍ଡ ଦେଇ ଚାଲିଥାଉ ହୋଇ ନିଷ୍ଠୁର ।
ମୁରୁକି ମୁରୁକି ହସୁ ଦେଖି ତା’ ଦୁଃଖ
କିଏ କିମ୍ପା ଡାକିବରେ ତୋତେ କଳା ଶ୍ରୀମୁଖ ।
ତୋତେ ମାଗି ମାଗି ଭକ୍ତ ହେଲେ ଆତୁର,
ପ୍ରଭୁ ହେଲେ ଆତୁର
ଭଣ୍ଡାଇ ଦେଉ ତୁ ତାଙ୍କୁ ଦେଇ ବିଷ ଜହର ।
କେତେ ପରୀକ୍ଷା ନେବୁରେ କାଳିଆ ଧନ
ପରୀକ୍ଷାର ଅନ୍ତ ମୋର ନାହିଁ କି କ’ଣ ।
ପରୀକ୍ଷା ଦେବାକୁ ଧର୍ଯ୍ୟ ନାହିଁରେ ମୋର,
ପ୍ରଭୁ ହେ ଧର୍ଯ୍ୟ ନାହିଁ ମୋହର
କେମିତି ପରୀକ୍ଷା ଦେବିରେ କଳା ଠାକୁର ।
ପଥର ହେଲକି ପ୍ରଭୁ, ନାହଁ କି ତମେ
ଦୁଖୀ ଜଣାଇଲେ ଦୁଃଖ ନଶୁଣ କାନେ ।
ଶରଣ ପଶୁଛି ପ୍ରଭୁ ଚରଣେ ତୋର,
ହେ ପ୍ରଭୁ ଚରଣେ ତୋର
ଏ ମାୟା ଜାଲରୁ ମୁକ୍ତି ଦିଅ ଏଥର ।

ସାବିତ୍ରୀ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସାବିତ୍ରୀ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର କବିତା ରଚନା କରିଥାନ୍ତି ।