You are currently viewing ଜାତି ଗଙ୍ଗା
ଜାତି ଗଙ୍ଗା

ଜାତି ଗଙ୍ଗା

କି ଲାଭ ମିଳିବ ଜାତି ଭେଦଭାବୁ
ବୃଥାରେ କଳହ ହୋଇ,
ନିଜନିଜ ମଧ୍ୟେ ହଣାକଟା ଯଦି
ଜାତିଧର୍ମ କଥା ନେଇ ॥୧॥
ବିଶାଳ ଭାରତ ଭୂଖଣ୍ଡରେ ଜନ୍ମି
ବୁଝିକି ପାରୁଛ ନାହିଁ
ସର୍ବପରିଶେଷେ ଆମେ ଭାରତୀୟ
ଅଟୁ ପରା ଭାଇଭାଇ ॥୨॥
ତଥାପି କିମ୍ପାଇଁ ଜାତିଧର୍ମ ନେଇ
ରଚୁଅଛ ଏତେ ଦଙ୍ଗା
ହିନ୍ଦୁ ମୁସଲମାନ ନୁହେଁ ବଡ଼ ସାନ
ଏକ କର ଜାତିଗଙ୍ଗା ॥୩॥
ଭାରତୀୟ ଆମ ଜାତିର ସଙ୍କେତ
ଧର୍ମହେଉ ଦୟା ଭାବ
କର୍ମକୁ ଆମର ଭଗବାନ ମଣି
କରିବା ଜାତିର ସେବା ॥୪॥
ଯଦି ଜାତିସେବା ପାଇଁ ଯାଏ ପ୍ରାଣ
ସାର୍ଥକ ହେବ ଏ ଜନ୍ମ
ଆମ ମାଟି ମାଆ ମନେ ପକାଇବ
ସଦା ସର୍ବଦା ଏ ନାମ ॥୫॥
ଲୋଡ଼ା ନାହିଁ ଆୟୁ ବେଶିଦିନ ପାଇଁ
ଅଳ୍ପକ୍ଷଣ ପଛେ ରହୁ
ସେ ଅଳ୍ପ କ୍ଷଣରେ ଜାତି ଇତିହାସେ
ସୁନାମଟି ରହିଯାଉ ॥୬॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସତ୍ୟ ନାରାୟଣ ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।