You are currently viewing ହେ ଜଗନ୍ନାଥ

ହେ ଜଗନ୍ନାଥ

ଫୁଲ ମାଳରେ ମୁଁ ଗୁନ୍ଥିଲି ପତର
ସ୍ଥାନ ଦେବ ତୁମ ହୃଦୟରେ ।
ନାଥ ବୋଲି ଧରିଲି ମୁଁ ତୁମ ପାଦ
କରିବନି କେବେ ମୋତେ ପର ॥

ଝରଣାଟି ପରି ଝରିଯିବି ମୁଁ ଯେ
ସାଗର ପରି କି ତୋଳି ନେବ ।
ଏ ଜୀବନ ସତ୍ତା ରହୁ କି ନ ରହୁ
ଅନନ୍ତ ସତ୍ତାରେ ମିଶିଯିବି ॥

ଫୁଲର ବିଛଣା ଲୋଡ଼ା ନାହିଁ ପ୍ରଭୁ
ଅନନ୍ତ ଶେଯର ପାଶେ ଥିଲେ ।
ଯଶ ଧନ ବିଦ୍ୟା କିଛି ଲୋଡ଼ା ନାହିଁ
ତୁମ ପାସେ ଟିକେ ସ୍ଥାନ ଥିଲେ ॥

ଦୁଃଖୀ ବୋଲି ପର କରିବନି ପ୍ରଭୁ
ଧ୍ୟାନରେ ଥରଟେ ଦେଖା ଦେବ ।
ଭାବ ବିନୋଦିଆ ଭାବ ଠାକୁର ହେ
ରାଧା ପରି ମୋର ନାହିଁ ଭାବ ॥

ଉତ୍ତର ମୋହର ଦେବ ମହାପ୍ରଭୁ
ରହିଲି ତୁମରି ଅପେକ୍ଷାରେ ।
ରାଧା ଅବା ମୀରା ମୁଁ ନୁହେଁ ହେ ନାଥ
ନିଷ୍କାମ ଭକତି ନାହିଁ ମୋର ॥

ଯୋଗ ପଥେ ଧ୍ୟାନ ମାର୍ଗେ ମହାପ୍ରଭୁ
ଧରିଲି ତୁମରି ଶ୍ରୀ ପଦକୁ ।
ଏତିକି ମିନତୀ ଜଗତ ଠାକୁର
କୃପା କରିବ ଏ ଅଧମକୁ ॥

କୃଷ୍ଣଚନ୍ଦ୍ର ଟିପିରିଆ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କୃଷ୍ଣଚନ୍ଦ୍ର ଟିପିରିଆ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତା ଅନେକ ପତ୍ରପତ୍ରିକାରେ ସ୍ଥାନ ପାଇଛି ।